ଓଡିଶା

odisha

ETV Bharat / state

ଆଇଆଇଟି ପରିସରରେ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ

ଭୁବନେଶ୍ୱର ଆଇଆଇଟି ପରିସରରେ ଆଜି ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢ଼ନ୍ତୁ

ଆଇଆଇଟି ପରିସରରେ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ
ଆଇଆଇଟି ପରିସରରେ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ

By

Published : Jun 11, 2022, 4:56 PM IST

ଖୋର୍ଦ୍ଧା :ଭୁବନେଶ୍ୱର ଆଇଆଇଟି ପରିସରରେ ଆଜି ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କେନ୍ଦ୍ରୀୟ ବିଦ୍ୟାଳୟ ଏବେ ଆଇଆଇଟି ଅସ୍ଥାୟୀ କ୍ୟାମ୍ପସରେ ଚାଲିବ । ସେହିପରି ଏହି କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ପାଇଁ ଆଇଆଇଟି ପରିସରରେ ୧୦ ଏକର ସ୍ଥାନ ଚିହ୍ନଟ କରାଯାଇ ଭୂମିପୂଜନ କରିଛନ୍ତି ମାନ୍ୟବର ମନ୍ତ୍ରୀ ।

ଆଇଆଇଟି ପରିସରରେ କେନ୍ଦ୍ରୀୟ ବିଦ୍ୟାଳୟର ଉଦଘାଟନ

ଏହି ବିଦ୍ୟାଳୟରେ ବାଲ ବାଟିକରୁ ଦ୍ୱାଦଶ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢିବେ । ସେହିପରି ୨୫କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବାବେଳେ ଏଥିରେ ୧୨ଶହ ଛାତ୍ରଛାତ୍ରୀ ଶିକ୍ଷାଲାଭ କରିବେ । ଏହି ନୂତନ ବିଦ୍ୟାଳୟକୁ ମିଶାଇ ରାଜ୍ୟରେ ସମୁଦାୟ ୬୬ଟି କେନ୍ଦ୍ରୀୟ ବିଦ୍ୟାଳୟ ପହଞ୍ଚିଥିବାବେଳେ ଜିଲ୍ଲାରେ ଏହାର ସଂଖ୍ୟା ୯ରେ ପହଞ୍ଚିଛି । କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ, ଜଟଣୀ ବିଧାୟକ, ଖୋର୍ଦ୍ଧା ଜିଲ୍ଲାପାଳ, ଆଇଆଇଟି ନିର୍ଦ୍ଦେଶକ ପ୍ରଫେସର ଭି.କେ ତିୱାରୀ ଏବଂ କେନ୍ଦ୍ରୀୟ ବିଦ୍ୟାଳୟର ଡେପୁଟି କମିଶନର ଏସ୍ ବୋଷ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details