ଓଡିଶା

odisha

ETV Bharat / state

ଏମ୍ସ ଭୁବନେଶ୍ଵରରେ କାୟାକଳ୍ପ ଟିମ, ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତା ବଜାୟ ରଖୁଥିବାରୁ କଲେ ପ୍ରଶଂସା - ଭୁବନେଶ୍ୱର ଏମ୍ସରେ କାୟାକଳ୍ପ ଟିମ

Kayakalp team visits AIIMS Bhubaneswar: ଏମ୍ସ (ଭୁବନେଶ୍ୱର) ପରିଦର୍ଶନ କଲେ କାୟାକଳ୍ପ ଟିମ । ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତା ବଜାୟ ରଖିବା ପାଇଁ ପ୍ରଶଂସା କରିଛନ୍ତି ଟିମ । ପୂର୍ବରୁ କ୍ରମାଗତ ତିନି ଥର ଜାତୀୟ କାୟାକଳ୍ପ ପୁରସ୍କାର ହାସଲ କରିସାରିଛି ଏମ୍ସ ଭୁବନେଶ୍ୱର । ଅଧିକ ପଢନ୍ତୁ

ଏମ୍ସ ଭୁବନେଶ୍ଵରରେ କାୟାକଳ୍ପ ଟିମ
ଏମ୍ସ ଭୁବନେଶ୍ଵରରେ କାୟାକଳ୍ପ ଟିମ

By ETV Bharat Odisha Team

Published : Jan 19, 2024, 7:36 AM IST

ଭୁବନେଶ୍ଵର: ଏମ୍ସ ଭୁବନେଶ୍ଵରରେ କାୟାକଳ୍ପ ଟିମ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆସିଥିବା କାୟାକଳ୍ପର ଏକ ତିନି ଜଣିଆ ଟିମ୍ ପ୍ରାଥମିକ ମୂଲ୍ୟାଙ୍କନ ପାଇଁ ଏମ୍ସ ଭୁବନେଶ୍ୱରକୁ ପରିଦର୍ଶନ କରିଛନ୍ତି । ଏମ୍ସ ପାଟ୍‌ନାର ଡ. ସୁଜିତ କୁମାର ସିହ୍ନା, ଡ. ବିଜୟାନନ୍ଦ ନାଏକ ଏବଂ ଡ. ଅସୀମ ସର୍‌ଫରାଜଙ୍କୁ ନେଇ ଗଠିତ ଏହି ଦଳ ପରିଚାଳନା ବ୍ୟବସ୍ଥାରେ ଉଚ୍ଚ ଗୁଣବତ୍ତା ବଜାୟ ରଖିଥିବାରୁ ଏମ୍ସ ଭୁବନେଶ୍ୱରକୁ ପ୍ରଶଂସା କରିଛନ୍ତି । ଏହି ଟିମ୍ ଓପିଡି, ଆଇପିଡି, ଅପରେସନ୍‌ କକ୍ଷ, ଆଇସିୟୁ, ଟ୍ରମା ଏବଂ ଜରୁରୀ ଓଟି, ଫାର୍ମାସି, ସିଏସଏସଡି, ରୋଷେଇ ଘର ଆଦି ପରିଦର୍ଶନ କରିଛନ୍ତି । ତେବେ ପୂର୍ବରୁ କ୍ରମାଗତ ତିନି ଥର ଜାତୀୟ କାୟାକଳ୍ପ ପୁରସ୍କାର ହାସଲ କରିସାରିଛି ଏମ୍ସ ଭୁବନେଶ୍ୱର ।

ଏମ୍ସ ଭୁବନେଶ୍ଵରରେ କାୟାକଳ୍ପ ଟିମ

ଏହାମଧ୍ୟ ପଢନ୍ତୁ..​ ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଭୁବନେଶ୍ବର ଏମ୍ସର ପ୍ରୟାସ

ଏହି ଟିମ୍ ହସ୍ପିଟାଲର ରକ୍ଷଣାବେକ୍ଷଣ, ପରିମଳ ଏବଂ ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା, ସଂକ୍ରମଣ ନିୟନ୍ତ୍ରଣ, ସହାୟତା ସେବା ଏବଂ ସ୍ୱଚ୍ଛତା ରକ୍ଷା ନେଇ ବ୍ୟାପକ ପଦକ୍ଷେପ ଆଦିକୁ ନିରୀକ୍ଷଣ କରିଛନ୍ତି । ଏହା ବ୍ୟତୀତ ଏହି ଟିମ୍ ଡକ୍ୟୁମେଣ୍ଟେସନ୍‌ ପ୍ରକ୍ରିୟାକୁ ସମୀକ୍ଷା କରିବା ସହିତ କର୍ମଚାରୀ ଏବଂ ରୋଗୀମାନଙ୍କ ସହିତ ସିଧାସଳଖ ଆଲୋଚନା କରିଛନ୍ତି । ଉଚ୍ଚ ପରିଚାଳନା ମାନ ବଜାୟ ରଖିବା ବିଶେଷକରି କୋଭିଡ୍‌ ଏବଂ କୋଭିଡ୍‌ ପରବର୍ତ୍ତୀ ଆହ୍ବାନପୂର୍ଣ୍ଣ ସମୟରେ କାୟାକଳ୍ପ ପ୍ରକ୍ରିୟା ସ୍ଥଗିତ ଥିଲେ ମଧ୍ୟ ଏମ୍ସର ପଦକ୍ଷେପ ଅନୁକରଣୀୟ ବୋଲି ମୂଲ୍ୟାଙ୍କନ ଟିମ୍‌ ମତବ୍ୟକ୍ତ କରିଛନ୍ତି ।

ଏହାମଧ୍ୟ ପଢନ୍ତୁ..AIIMSରେ ଖୋଲିଲା ଦେଶର ପ୍ରଥମ ଟ୍ରାଭେଲ ହେଲଥ କ୍ଲିନିକ

ପ୍ରକାଶଯୋଗ୍ୟ, ସ୍ୱଚ୍ଛତା ଏବଂ ଜନସ୍ୱାସ୍ଥ୍ୟ ସୁବିଧାଗୁଡ଼ିକରେ ନିରନ୍ତର ଅଭ୍ୟାସ ସୃଷ୍ଟି କରିବାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରାଜ୍ୟର ଏହି ପ୍ରମୁଖ ଜାତୀୟ ଅନୁଷ୍ଠାନ ଏମ୍ସ (ଭୁବନେଶ୍ୱର) କୁ ପୂର୍ବରୁ କ୍ରମାଗତ ଭାବେ ତିନିଥର କାୟାକଳ୍ପ ପୁରସ୍କାରରେ ସମ୍ମାନିତ କରାଯାଇଛି । ସ୍ବଚ୍ଛ ଭାରତ ମିଶନ୍‌ର ପରିବ୍ୟାପ୍ତ ନିମନ୍ତେ କାୟାକଳ୍ପ ପୁରସ୍କାର ଯୋଜନା 2015 ମସିହା ମେ 15ରେ ଆରମ୍ଭ କରାଯାଇଥିଲା । ଜନସ୍ୱାସ୍ଥ୍ୟ ସେବାରେ ପରିଷ୍କାର ପରିଚ୍ଛନ୍ନତା, ସ୍ୱଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ସଂକ୍ରମଣ ନିୟନ୍ତ୍ରଣ ଅଭ୍ୟାସକୁ ଉନ୍ନତ ତଥା ପ୍ରୋତ୍ସାହିତ କରିବା ଏବଂ ଆଦର୍ଶ ପ୍ରଦର୍ଶନ ସୁବିଧାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହା ଆରମ୍ଭ କରାଯାଇଥିଲା । ଏହାସହ କାୟାକଳ୍ପ ଟିମ ସହିତ ଏମ୍ସ ଭୁବନେଶ୍ଵର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକଙ୍କ ସମେତ ହସ୍ପିଟାଲର ଅନେକ ପ୍ରଫେସର ଏବଂ ଡାକ୍ତର ମଧ୍ୟ ପରିଦର୍ଶନ କରିଛନ୍ତି ।


ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details