ଓଡିଶା

odisha

By

Published : Nov 30, 2020, 10:46 AM IST

ETV Bharat / state

କୋରୋନା କଟକଣାକୁ ଫୁ, ଚାଲିଛି ପୂର୍ଣ୍ଣିମା ମେଳା

ଖୋର୍ଦ୍ଧା ବାଘମାରୀ ଥାନା ସାନ ତୁଳଶୀପୁରରେ ଚାଲିଛି କୋରୋନା କଟକଣାକୁ ଫୁ । ଚାଲିଛି ପୂର୍ଣ୍ଣିମା ମେଳା । ଅଧିକ ପଢନ୍ତୁ...

ପୂର୍ଣ୍ଣିମା ମେଳା
ପୂର୍ଣ୍ଣିମା ମେଳା

ଖୋର୍ଦ୍ଧା: ସରକାରଙ୍କ ସବୁ ନିୟମ ଓ କଟକଣାକୁ ଫୁ କରି ଚାଲିଛି କାର୍ତ୍ତିକ ପୂର୍ଣ୍ଣିମା ମେଳା । ପରମ୍ପରା ଆଗରେ ଫିକା ପଡିଛି କୋରୋନା କଟକଣା । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ବାଘମାରୀ ଥାନା ସାନ ତୁଳଶୀପୁରରେ ଥିବା ମା ଲୋଭୀ ଠାକୁରାଣୀଙ୍କ ପୀଠରେ ।

ପୂର୍ଣ୍ଣିମା ମେଳା

ପୂର୍ବରୁ ଯେମିତି ଯାତ୍ରା ଚାଲେ ସେମିତି ଯାତ୍ରା ପଡିଥିବାର ଦେଖିବାକୁ ମିଳିଛି । ଶତାଧିକ ଶ୍ରଦ୍ଧାଳୁ ଏକତ୍ରିତ ହୋଇ ଶିଶୁ ମାନଙ୍କର ମୁଣ୍ଡନ କରିବା ସହିତ ଯାତ୍ରାରେ ଲାଗିଥିବା ଦୋକାନରୁ କିଣାକିଣି କରୁଛନ୍ତି ।

ବାଘମାରୀ ଥାନା ଓ ବେଗୁନିଆ ତହସିଲଦାରଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ରହିବାକୁ କୁହାଯାଇଥିବାବେଳେ ସମସ୍ତ ପୀଠ ଓ ଦେବାଳୟରେ 144 ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ହେଲେ ଏଠାରେ ସବୁକିଛି ଫୁ କରାଯାଇଥିବାର ଦେଖାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details