ଓଡିଶା

odisha

ETV Bharat / state

ଓଡିଶାରେ ପଡିବ ନାହିଁ କର୍ଣ୍ଣାଟକ ଫଳାଫଳ ପ୍ରଭାବ: ପ୍ରମିଳା ମଲ୍ଲିକ - ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, କର୍ଣ୍ଣାଟକରେ କଂଗ୍ରେସ ସରକାର କରିବା ସୁନିଶ୍ଚିତ । Exit ପୋଲ ଠାରୁ ଅଧିକ ଭୋଟ ସେଠାରେ କଂଗ୍ରେସ ପାଇବ । ଶିବକୁମାରଙ୍କ ନେତୃତ୍ୱରେ ନିଶ୍ଚୟ ସରକାର ଗଠନ ହେବ । ବିଜେପିର ଆଛେ ଦିନ ଓ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ ବୁଝିଗଲେଣି । ଅଧିକ ପଢନ୍ତୁ

ଓଡିଶାରେ ପଡିବ ନାହିଁ କର୍ଣ୍ଣାଟକ ଫଳାଫଳର ପ୍ରଭାବ : ପ୍ରମିଳା ମଲ୍ଲିକ
ଓଡିଶାରେ ପଡିବ ନାହିଁ କର୍ଣ୍ଣାଟକ ଫଳାଫଳର ପ୍ରଭାବ : ପ୍ରମିଳା ମଲ୍ଲିକ

By

Published : May 11, 2023, 10:00 PM IST

ଓଡିଶାରେ ପଡିବ ନାହିଁ କର୍ଣ୍ଣାଟକ ଫଳାଫଳର ପ୍ରଭାବ : ପ୍ରମିଳା ମଲ୍ଲିକ

ଭୁବନେଶ୍ବର: ସରିଛି କର୍ଣ୍ଣାଟକର ସାଧାରଣ ନିର୍ବାଚନ । କର୍ଣ୍ଣାଟକର ଫଳାଫଳ ଉପରେ ରହିଛି ସାରା ଦେଶର ନଜର । କର୍ଣ୍ଣାଟକ ଜନାଦେଶ ଦର୍ଶାଇବ ଦେଶର ମୁଡ । ବିଜେପି ସରକାରକୁ ଫେରିବା ନା କଂଗ୍ରେସ କମବ୍ୟାକ କରିବ ତାହା ଆସନ୍ତା ଦିନରେ ଜଣାପଡିବା । କଂଗ୍ରେସ କର୍ଣ୍ଣାଟକରେ ସରକାର ଗଢ଼ିବ ବୋଲି କହିଛନ୍ତି କଂଗ୍ରେସ ବିଧାୟକ । ତେବେ କର୍ଣ୍ଣାଟକ ଫଳାଫଳର ପ୍ରଭାବ ଓଡିଶାରେ ପଡିବ ନାହିଁ ବୋଲି କହିଛନ୍ତି ବରିଷ୍ଠ ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ ।

ଏହାବି ପଢନ୍ତୁ- '୨୦୨୪ ନିର୍ବାଚନରେ ଗୋଟିଏ ସରଳରେଖାରେ ଥିବେ ନରେନ୍ଦ୍ର, ନବୀନ ଓ ନୀତିଶ'

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, କର୍ଣ୍ଣାଟକରେ କଂଗ୍ରେସ ସରକାର କରିବା ସୁନିଶ୍ଚିତ । Exit ପୋଲ ଠାରୁ ଅଧିକ ଭୋଟ ସେଠାରେ କଂଗ୍ରେସ ପାଇବ । ଶିବକୁମାରଙ୍କ ନେତୃତ୍ୱରେ ନିଶ୍ଚୟ ସରକାର ଗଠନ ହେବ । ବିଜେପିର ଆଛେ ଦିନ ଓ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ ବୁଝିଗଲେଣି । ଆଛେ ଦିନର ଅର୍ଥ ହେଉଛି ତେଲ ଲିଟର ଶହେ ଟଙ୍କା । ଗ୍ୟାସ ସିଲିଣ୍ଡର 1400 ଟଙ୍କା । ଲୋକଙ୍କୁ ବୁଝେଇବା ଦରକାର ନାହିଁ । ଲୋକେ ଆପେ ଆପେ ବୁଝିଗଲେଣି ।

ଏହାବି ପଢନ୍ତୁ- ଆଦିବାସୀଙ୍କ ମହାସମ୍ମିଳନୀ; SDCରେ ସାମିଲ ହେବ ଆଉ 14 ଜିଲ୍ଲା

ସେହିପରି ବିଜେଡି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, କର୍ଣ୍ଣାଟକରେ ଯଦି କଂଗ୍ରେସ ଜିତିକି ଆସେ ତେବେ ଜଣାପଡିବ ବିଜେପିର ଲୋକପ୍ରିୟତା ହ୍ରାସ କମୁଛି । ବିଜେପି ନେତା ଖାଲି ଫାଙ୍କା ଆବାଜ ଓ ଭାଷଣ ମାରୁଛନ୍ତି ବୋଲି ଜଣାପଡିବ । ଲୋକଙ୍କୁ ମିଛ କଥା କହି ବିଜେପି ଭୂତେଉଛି ବୋଲି ପ୍ରମାଣିତ ହୋଇଯିବ । କର୍ଣ୍ଣାଟକ ତଥା କୌଣସି ରାଜ୍ୟରେ ନିର୍ବାଚନ ଫଳାଫଳର ପ୍ରଭାବ ଓଡିଶା ଉପରେ ପଡିବ ନାହିଁ । ଯେପର୍ଯ୍ୟନ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓଡିଶାରେ ଥିବ ସେପର୍ଯ୍ୟନ୍ତ ବିଜୁ ଜନତା ଦଳ ଜିତିକି ଆସିବ । 2024ରେ ମଧ୍ୟ ଓଡିଶାରେ ନବୀନ ପଟ୍ଟନାୟକଙ୍କ ସରକାର ହେବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details