ଓଡିଶା

odisha

ETV Bharat / state

ଦେଶବ୍ୟାପୀ କାର୍ଗିଲ ବିଜୟ ଦିବସ, ଓଡ଼ିଆ ବୀରଙ୍କୁ ଝୁରିଲା ଭୁବନେଶ୍ୱର - ୧୨୦ ବାଟାଲିୟନରେ ବିଜୟ ଦିବସ ପାଳନ

ଭୁବନେଶ୍ଵର ସ୍ଥିତ ୧୨୦ ବାଟାଲିୟନରେ ପାଳନ ହୋଇଛି ବିଜୟ ଦିବସ । ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ସେନା ଅଧିକାରୀ ୧୨୦ ବାଟାଲିୟନରେ ଅମର ଯବାନ ଶହୀଦ ସ୍ତମ୍ଭରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଅଧିକ ପଢ଼ନ୍ତୁ

kargil vijay diwas 2023
କାର୍ଗିଲ ବିଜୟ ଦିବସ

By

Published : Jul 26, 2023, 7:52 PM IST

କାର୍ଗିଲ ବିଜୟ ଦିବସ

ଭୁବନେଶ୍ବର: ଆଜି କାର୍ଗିଲ ବିଜୟ ଦିବସ । କାର୍ଗିଲ ଯୁଦ୍ଧର ବିଜୟକୁ ପାଳନ କରୁଛି ସାରା ଦେଶ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ଵର ସ୍ଥିତ ୧୨୦ ବାଟାଲିୟନରେ ପାଳନ ହୋଇଛି ବିଜୟ ଦିବସ । ଦେଶ ପାଇଁ ପ୍ରାଣବଳି ଦେଇଥିବା ୧୦ ଓଡ଼ିଆ ବୀର ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ସେନା ଅଧିକାରୀ, କାର୍ଗିଲ ଯୁଦ୍ଧରେ ସାମିଲ ଥିବା ବୀର‌ ଯବାନ ଆମନ୍ତ୍ରିତ ଅଥିତି ଭାବେ ଆସି ୧୨୦ ବାଟାଲିୟନରେ ଅମର ଯବାନ ଶହୀଦ ସ୍ତମ୍ଭରେ ଶହୀଦଙ୍କୁ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:WATCH VIDEO: କାର୍ଗିଲ ଯୁଦ୍ଧ ବୀରଙ୍କୁ IndiGoର ନିଆରା ସମ୍ମାନ, ଛାତିରେ ଗୁଳି ଖାଇ କରିଥିଲେ ଶତ୍ରୁ ଦମନ

କାର୍ଗିଲ ଉଚ୍ଚ ପାହାଡ଼କୁ କବଜା କରିଥିବା ପାକ୍ ସେନାକୁ ମାତ୍ ଦେଇ ୧୯୯୯ ମସିହା ଆଜିର ଦିନରେ କାର୍ଗିଲ ଉଚ୍ଚ ପାହାଡ଼ ଶୀର୍ଷରେ ତ୍ରିରଙ୍ଗା ଉଡାଇ ଥିଲା ଭାରତ । ୫୨୭ ଜଣ ସହିଦଙ୍କ ମଧ୍ୟରେ ଥିଲେ ୧୦ ଓଡ଼ିଆ ଯବାନ । ଯେଉଁମାନେ ୧୯୯୯ ମସିହାରେ ହୋଇଥିବା ଛାତିଥରା କାର୍ଗିଲ ଯୁଦ୍ଧରେ ନିଜକୁ ସମର୍ପିତ କରି ଦେଶ ପାଇଁ ବିଜୟର ସ୍ବାଦ ଆଣିଥିଲେ । ଯାହା ଭାରତ ପାଇଁ ଏକ ଐତିହାସିକର ଦିନ । ୧୨୦ ବାଟାଲିୟନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅବସରପ୍ରାପ୍ତ ସେନା ଅଧିକାରୀମାନେ ସେହି ବୀର ପୁରୁଷଙ୍କ କାହାଣୀକୁ ବଖାଣିଛନ୍ତି । ଏନେଇ ପୂର୍ବତନ ସେନା ଅଧିକାରୀ କହିଛନ୍ତି, "ବୀର ପୁରୁଷଙ୍କ ବଳିଦାନ ଅତୁଳନୀୟ । ତାଙ୍କର ସେହି ମହାନ ବଳିଦାନକୁ ମନେ ରଥିବା ପାଇଁ ପ୍ରତିବର୍ଷ ଆଜିର ଦିନରେ ଭୁବନେଶ୍ବର ସ୍ଥିତ ୧୨୦ ବାଟାଲିୟନରେ ବିଜୟ ଦିବସ ପାଳନ କରାଯାଉଛି । ଦେଶର ବୀର ଯବାନ ମାନଙ୍କର ବଳିଦାନକୁ ମନେ ରଖନ୍ତୁ । ଯୁବପିଢ଼ିଙ୍କ ମନରେ ଦେଶ ପ୍ରେମ ଜାଗ୍ରତ ହେଉ । ଭାରତୀୟ ସେନା ପ୍ରତି ସେମାନଙ୍କ ଆଗ୍ରହ ବଢିବା ଦରକାର । ନିଜକୁ ଏକ ଯତ୍ନବାନ ଭାରତୀୟ ଭାବେ ଗଢି ତୋଳନ୍ତୁ ।"

ଏହା ମଧ୍ୟ ପଢ଼ନ୍ତୁ:24 years of Kargil War: ପ୍ରଥମ ଓଡ଼ିଆ ଶହୀଦ ଯବାନ ଶ୍ରୀନିବାସ, ବିବାହର ୩ ଦିନରେ ବାହାରିଥିଲେ କର୍ମକ୍ଷେତ୍ର

ଏହି ପରିପ୍ରେକ୍ଷୀରେ କାର୍ଗିଲ ଯୁଦ୍ଧରେ ଶହୀଦ ହୋଇ ମହାବୀରଚକ୍ରରେ ସମ୍ମାନିତ ହୋଇଥିବା ବୀର ଓଡ଼ିଆ ପୁଅ ମେଜର ପଦ୍ମପାଣି ଆଚାର୍ଯ୍ୟଙ୍କ ନାମରେ ରାଜ୍ୟରେ ଏକ ପ୍ରତିମୂର୍ତ୍ତି ବା ଏକ ରାସ୍ତାକୁ ନାମିତ କରିବା ସହ ତାଙ୍କର ସ୍ମୃତି ସ୍ତମ୍ଭ ସ୍ଥାପନ ଲାଗି ପୂର୍ବତନ ସେନା ଅଧିକାରୀମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details