ଓଡିଶା

odisha

କପିଳେଶ୍ବର ମନ୍ଦିର ରାଜନୀତି, ମନ୍ତ୍ରୀ ଅଶୋକ ପଣ୍ଡା କହିଲେ ରାଜ୍ୟ ସରକାର ଦାୟିତ୍ବ ନିଅନ୍ତୁ

By

Published : May 10, 2023, 9:31 PM IST

ରାଜଧାନୀ ସୁନ୍ଦରପଦା ସ୍ଥିତ କପିଳେଶ୍ବର ମନ୍ଦିରର ଏଏସଆଇକୁ ଦିଆଯିବାକୁ ନେଇ ଅନୁମତି ମିଳିବାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୀତି । ଗୋଟିଏ ପଟେ ଏଏସଆଇ ଦାୟିତ୍ବ ନେବାକୁ ସେବାୟତମାନେ ପ୍ରଶଂସା କରିଥିବା ବେଳେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପ୍ରଶ୍ନ ଉଠାଇଛନ୍ତି । ଅଧିକ ପଢନ୍ତୁ

କପିଳେଶ୍ବର ମନ୍ଦିର ରାଜନୀତି, ମନ୍ତ୍ରୀ ଅଶୋକ ପଣ୍ଡା କହିଲେ ରାଜ୍ୟ ସରକାର ଦାୟିତ୍ବ ନିଅନ୍ତୁ
କପିଳେଶ୍ବର ମନ୍ଦିର ରାଜନୀତି, ମନ୍ତ୍ରୀ ଅଶୋକ ପଣ୍ଡା କହିଲେ ରାଜ୍ୟ ସରକାର ଦାୟିତ୍ବ ନିଅନ୍ତୁ

କପିଳେଶ୍ବର ମନ୍ଦିର ରାଜନୀତି, ମନ୍ତ୍ରୀ ଅଶୋକ ପଣ୍ଡା କହିଲେ ରାଜ୍ୟ ସରକାର ଦାୟିତ୍ବ ନିଅନ୍ତୁ

ଭୁବନେଶ୍ବର: କପିଳେଶ୍ବର ମନ୍ଦିର ଏଏସଆଇକୁ ଦିଆଯିବା ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କ ଚିଠି ପରେ ଆରମ୍ଭ ହୋଇଛି ରାଜନୀତି । ଆଜି ରାଜ୍ୟ ସରକାରଙ୍କ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ରାଜ୍ୟ ସରକାର କପିଳେଶ୍ବର ମନ୍ଦିର ଦାୟିତ୍ବ ନିଅନ୍ତୁ ।

ରାଜଧାନୀ ସୁନ୍ଦରପଦା ସ୍ଥିତ କପିଳେଶ୍ବର ମନ୍ଦିରର ଏଏସଆଇକୁ ଦିଆଯିବାକୁ ନେଇ ଅନୁମତି ମିଳିବାକୁ ନେଇ ଏବେ ଆରମ୍ଭ ହୋଇଛି ରାଜନୀତି । ଗୋଟିଏ ପଟେ ଏଏସଆଇ ଦାୟିତ୍ବ ନେବାକୁ ସେବାୟତମାନେ ପ୍ରଶଂସା କରିଥିବା ବେଳେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ପ୍ରଶ୍ନ ଉଠାଇଛନ୍ତି । ଏଏସଆଇ ଯେଉଁ ମନ୍ଦିରର ଦାୟିତ୍ବ ହାତକୁ ନେଇଛି ତାର କଣ ଉନ୍ନତି ହୋଇଛି ବୋଲି ସେ ପ୍ରଶ୍ନ କରିବା ସହିତ ରାଜ୍ୟ ସରକାର ଏହି ଦାୟିତ୍ବ ତୁଲାଇପାରିବେ ବୋଲି ଯୁକ୍ତି ବାଢିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

ପୂର୍ବରୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ 4 ଏପ୍ରିଲରେ ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ଜି କିଶାନ ରେଡ୍ଡୀଙ୍କୁ ସାକ୍ଷାତ କରିଥିଲେ । କହିଥିଲେ ଏହି ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବ ଏଏସଆଇକୁ ଦିଆଯାଉ । ଛତିଶା ନିଯୋଗ ସେବାୟତମାନେ ମଧ୍ୟ ଏଏସଆଇକୁ ଦେବା ପାଇଁ ଦାବି ରଖିଥିଲେ । ଗତକାଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଜି କିଶାନ ରେଡ୍ଡୀଙ୍କୁ । ଏଏସଆଇ ରକ୍ଷଣାବେକ୍ଷଣ ଦାୟିତ୍ବ ନେବା ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିବା ପରେ ଏବେ ଶ୍ରେୟ ରାଜନୀତି ଆରମ୍ଭ ହୋଇଯାଇଛି ।

ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ମନ୍ଦିରର ରକ୍ଷଣାବେକ୍ଷଣ ଦାୟିତ୍ବ ଏଏସଆଇକୁ ନ ଦିଆଯାଇ ରାଜ୍ୟ ସରକାରଙ୍କ ଦୃଷ୍ଟିରେ ରହୁ । ରାଜ୍ୟ ସରକାର ଏହାର ଦାୟିତ୍ବ ନେବେ । 3 ବର୍ଷରେ ଏହି ମନ୍ଦିର ପାଇଁ 85 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଛି । 85 ଲକ୍ଷ ଟଙ୍କା କେମିତି ଖର୍ଚ୍ଚ ହେଲା ତାର ହିସାବ ମଧ୍ୟ ଦେଇଛନ୍ତି । 2018 ମସିହାରୁ ରାଜ୍ୟ ସରକାରଙ୍କ ପ୍ରତ୍ନତତ୍ତ୍ବ ବିଭାଗ ଏହା ସଂରକ୍ଷଣ ଦାୟିତ୍ବ ନେବା ନେଇ ଗେଜେଟ ନୋଟିଫିକେସନ ହୋଇସାରିଛି । ତେଣୁ ଏଏସଆଇକୁ ଦିଆଯିବାର ଆବଶ୍ୟକତା ନାହିଁ । ଏଏସଆଇ ହାତକୁ ଯେଉଁ ମନ୍ଦିରକୁ ଦିଆଯାଉଛି ତାର କଣ ଉନ୍ନତି ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେପଟେ ସେବାୟତଙ୍କ ଅଭିଯୋଗ ହେଲା ମନ୍ଦିରର ରକ୍ଷଣା ବେକ୍ଷଣ ହେଉନାହିଁ । ମନ୍ଦିରରେ ଗଛ ଉଠିଲାଣି । ଚାରିଆଡେ ନେଳି ଶିଉଳି ଲାଗିଗଲାଣି । ପାର୍ଶ୍ବ ମନ୍ଦିର ଗୁଡିକ ନଷ୍ଟ ହୋଇଗଲାଣି । ରାସ୍ତା ପାଇଁ ଶିଳାନ୍ୟାସ ହୋଇଥିଲେ ରାସ୍ତା କାମ ଆରମ୍ଭ ହୋଇନାହିଁ । ସେତେବେଳେ ସଂସ୍କୃତି ମନ୍ତ୍ରୀ ଥିଲେ ଅଶୋକ ପଣ୍ଡା । ଏବେ ଏଏସଆଇ ନେବା ପରେ ମନ୍ଦିରର ଉନ୍ନତି ହେବ ବୋଲି ସେମାନେ ଆଶାବାଦୀ ଅଛନ୍ତି ।

ସୂଚନାଯୋଗ୍ୟ ଯେ ବହୁ ପୁରାତନ ମନ୍ଦିର କପିଳେଶ୍ବର ମନ୍ଦିର । ବାବା କପିଳନାଥ ପ୍ରତ୍ୟକ୍ଷ ଦେବତା । ଲୋକଙ୍କ ବହୁ ବିଶ୍ବାସ ରହିଛି ଏହି ଠାକୁରଙ୍କ ଉପରେ । ଲିଙ୍ଗରାଜ ମନ୍ଦିର ନୀତିକାନ୍ତି ସହିତ ଏହି ମନ୍ଦିରର ନୀତିକାନ୍ତିର ସମ୍ପର୍କ ରହିଛି । କିନ୍ତୁ ରକ୍ଷଣା ବେକ୍ଷଣ ଅଭାବରୁ କପିଳେଶ୍ବର ମନ୍ଦିରର ସ୍ଥିତି ବିଗିଡିବାରେ ଲାଗିଛି । ଏବେ ଏଏସଆଇକୁ ଦାୟିତ୍ବ ହସ୍ତାନ୍ତର ପରେ ସ୍ଥିତିରେ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details