ଭୁବନେଶ୍ବର:ଆଜି ହେଉଛି ଶ୍ରାବଣର ଦ୍ବିତୀୟ ସୋମବାର। ଏନେଇ ଚଳଚଞ୍ଚଳ ହୋଇ ଉଠିଛି ବିଭିନ୍ନ ଶୈବ ପୀଠ । ଲିଙ୍ଗରାଜ ମନ୍ଦିର ରାଜ୍ୟର ପ୍ରସିଦ୍ଧ ଓ ପୁରାତନ ଶୈବ କ୍ଷେତ୍ର ହୋଇଥିବା ବେଳେ ଏଠାରେ ପାଣି ଢ଼ାଳିବା ପାଇଁ ଲାଗିଛି କଉଡିଆଙ୍କ ଲମ୍ବା ଧାଡି । ମାନସିକ କରି କାହିଁ କେତେ ଦୂରରୁ ଆସିଥିବା କାଉଡିଆ ଲିଙ୍ଗରାଜ ମନ୍ଦିରରେ ଜଳଲାଗି କରିଛନ୍ତି । ଶିବ ଶିବ ହର ହର ମହାଦେବରେ କମ୍ପୁଛି ଶୈବପୀଠ ।
କାନ୍ଧରେ ପାଣିଭରା ଧରି ରାଜ୍ୟର ବିଭିନ୍ନ ପ୍ରାନ୍ତରରୁ ଚାଲି ଚାଲି ଆସି ଲିଙ୍ଗରାଜଙ୍କୁ ଜଳଲାଗି କରିଛନ୍ତି କାଉଡିଆ । ଧାଡିରେ ଠିଆ ହୋଇ ଶ୍ରଦ୍ଧା, ଭକ୍ତି ଓ ବିଶ୍ୱାସର ସହ ଜଳ ଲାଗି କରିଛନ୍ତି ମାନସିକଧାରୀ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସି କାଉଡିଆମାନେ କାନ୍ଧରେ ପାଣିଭରା ଧରି ଚାଲି ଚାଲି ଆସି ଶ୍ରଦ୍ଧା ଓ ବିଶ୍ୱାସରର ସହ କଷ୍ଟକୁ ଭୃକ୍ଷେପ ନକରି ପ୍ରଭୁ ଲିଙ୍ଗରାଜଙ୍କୁ ପାଣି ଢାଳିଛନ୍ତି ।
ଅନ୍ୟପଟେ ପାଣି ଲାଗି ପାଇଁ ଗତକାଲିଠୁ ଭକ୍ତଙ୍କ ଭିଡ] ଲାଗୁଥୁବା ବେଳେ ରାଜଧାନୀର ରାଜରାସ୍ତାରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ବର୍ଷାରେ ଭିଜିଭିଜି ଭକ୍ତମାନେ ଆସି ମନ୍ଦିରରେ ପହଞ୍ଚିଥିଲେ ଆଉ ସକାଳୁ ସକାଳୁ ଜଳଲାଗି କରିଥିଲେ । ଏହାରି ଭିତରେ କେବଳ ଗଡୁ କି କଳସି ନୁହେଁ ଜଣେ ଭକ୍ତ ଗରାରେ ପାଣି ଆଣିଥିବା ଦେଖିବାକୁ ମିଳିଥିଲା । ଦୁଇଟିଯାକ ଗରା ୬ କିଲୋରୁ ଊର୍ଦ୍ଧ୍ୱ ହୋଇଥିବା ବେଳେ ବାଣପୁରରୁ ଭକ୍ତ ଜଣକ ଏହି ଭାରି ଗରାପୁରଣ ପାଣିକୁ କାନ୍ଧରେ ବୋହି ଆସିଥିଲେ । ଆଉ ଭକ୍ତଙ୍କର ଏହି ନିଆରା ପ୍ରୟାସକୁ ସମସ୍ତେ ବେଶ ପ୍ରଶଂସା କରିଥଛନ୍ତି ।