ଓଡିଶା

odisha

ETV Bharat / state

କଣ୍ଟାମଳିମ ଗାଁ 72 ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଜୋନ - kantamalia village of khordha

କୋରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲାପାଳ ବେଗୁନିଆ ବ୍ଲକ ସିମର ପଞ୍ଚାୟତର କଣ୍ଟାମଳିମ ଗ୍ରାମକୁ ଶନିବାର ସନ୍ଧ୍ୟା 7ଟାରୁ ଆସନ୍ତା 21 ତାରିଖ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ..

କଣ୍ଟାମଳିମ ଗାଁକୁ 72ଘଣ୍ଟା କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ
କଣ୍ଟାମଳିମ ଗାଁକୁ 72ଘଣ୍ଟା କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ

By

Published : Jul 18, 2020, 10:15 PM IST

ଖୋର୍ଦ୍ଧା: କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିରେ ଲାଗିପାରୁନି ରୋକ । ଜିଲ୍ଲାରେ ହୁ ହୁ ହୋଇ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ସ୍ଥାନୀୟ ଆକ୍ରାନ୍ତଙ୍କ ବୃଦ୍ଧି ଜିଲ୍ଲା ପ୍ରଶାସନର ମୁଣ୍ଡବିନ୍ଧାର ପାଲଟିଥିବା ବେଳେ ଶନିବାର ବେଗୁନିଆ ବ୍ଲକ ସିମର ପଞ୍ଚାୟତର କଣ୍ଟାମଳିମ ଗ୍ରାମରୁ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି ।

କଣ୍ଟାମଳିମ ଗାଁକୁ 72ଘଣ୍ଟା କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଜିଲ୍ଲାପାଳ

ଉକ୍ତ ଅଞ୍ଚଳରୁ କୋରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲାପାଳ ସେହି ଅଞ୍ଚଳକୁ ଶନିବାର ସନ୍ଧ୍ୟା 7ଟାରୁ ଆସନ୍ତା 21 ତାରିଖ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି । ସେହିପରି ଉକ୍ତ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ଘରୋଇ ଅନୁଷ୍ଠାନକୁ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ତେବେ ଘୋଷଣା ହୋଇଥିବା କଣ୍ଟେନମେଣ୍ଟ ଅଞ୍ଚଳକୁ ଯେପରି କୌଣସି ବ୍ୟକ୍ତି ପ୍ରବେଶ ଓ ପ୍ରସ୍ଥାନ କରି ନପାରିବେ ସେଥିପାଇଁ ବ୍ୟାରିକେଡ କରାଯାଇ ଉକ୍ତ ଅଞ୍ଚଳକୁ ସିଲ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details