ଖୋର୍ଦ୍ଧା: ମହାନ ଆମର ପରମ୍ପରା, ବାରମାସରେ ତେର ପର୍ବ । ଓଷା ଯାନିଯାତ ଆମ ସଂସ୍କୃତିକୁ ରୁଦ୍ଧିମନ୍ତ କରିଥାଏ । ଆଜି(ରବିବାର) ପାଳିତ ହେଉଛି ଏହିପରି ଏକ ସାର୍ବଜନୀନ ଗ୍ରାମୀଣ ମହିଳାମାନେ ଶସ୍ୟର ଦେବୀ ମା' ଲକ୍ଷ୍ମୀଙ୍କ ପୂଜା କରିଥାନ୍ତି । ପରମ୍ପରା ମୁତାବକ କୃଷକ ପରିବାରରେ ଏହି ଓଷାଟି ପ୍ରତିବର୍ଷ ପାଳିତ ହୋଇଥାଏ ।
ଘର ଅଗଣାରେ ଲିପାପୋଛା କରି ଝୋଟି ଦିଆଯାଇଥାଏ । ମଝିରେ ଗଡ଼ଖାଇ ପରି ମାଟି ଖୋଳାଯାଇ ତହିଁରେ ପାଣି ଢଳାଯାଏ । ଜିଅନ୍ତା ମାଛକୁ କୁମ୍ଭୀର କରି ଛଡ଼ାଯାଏ । ଧଳାରଙ୍ଗର ଧାନ ଗଛ କ୍ଷେତରୁ ଓପାଡି ଆଣି ତାହାକୁ ଫୁଲ, ସିନ୍ଦୁରରେ ସଜାଇ ମା' ଲକ୍ଷ୍ମୀଙ୍କର ପ୍ରତୀକ ରୂପେ ସ୍ଥାପନ କରାଯାଏ । ୭ ଗୋଟି ପିତା ଶୁଖୁଆକୁ ହଳଦୀ କପଡ଼ା ପିନ୍ଧାଇବା ସହ ପୋଇରେ ଖଡୁ, ସିନ୍ଦୁର, କଜଳ ଲଗାଇ ମହିଳାମାନେ ତାଙ୍କୁ ବୋହୁ ରୂପରେ ଧାନବୁଦା ମୂଳେ ରଖିଥାନ୍ତି ।