ଭୁବନେଶ୍ବର: ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନକୁ ଆତଙ୍କୀ ରାଷ୍ଟ୍ର ଦାବିରେ କଳିଙ୍ଗ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ। ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଓ ସହଯୋଗ ପାକ୍ ସରକାର ଯୋଗାଇ ଦେଉଛି। ନିକଟରେ ପାକିସ୍ତାନ ସରକାରର ଅନୁରୋଧ ପରେ ମିଳିତ ଜାତିସଂଘ ପରିଷଦ ଆତଙ୍କବାଦୀ ହାପିଜ ସଇଦର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ କରିବାକୁ ଅନୁମତି ଦେଇଛନ୍ତି। ଯାହାକି ପୁଣି ବିଶ୍ବ ପାଇଁ ବିପଦ ଆଣିପାରେ ବୋଲି କଳିଙ୍ଗ ସେନା ପକ୍ଷରୁ କୁହାଯାଇଛି।
ପାକିସ୍ତାନକୁ ଆତଙ୍କୀ ରାଷ୍ଟ୍ର ଦାବିରେ କଳିଙ୍ଗ ସେନା ପକ୍ଷରୁ ବିକ୍ଷୋଭ - ଭାରତ
ଭାରତର ପଡୋଶୀ ରାଷ୍ଟ୍ର ପାକିସ୍ତାନକୁ ଆତଙ୍କୀ ରାଷ୍ଟ୍ର ଦାବିରେ କଳିଙ୍ଗ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ। ପାକିସ୍ତାନ ସରକାରର ଅନୁରୋଧ ପରେ ମିଳିତ ଜାତିସଂଘ ପରିଷଦ ଆତଙ୍କବାଦୀ ହାପିଜ ସଇଦର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଣ କରିବାକୁ ଅନୁମତି ଦେଇଛନ୍ତି । ଯାହା କି ପୁଣି ବିଶ୍ବ ପାଇଁ ବିପଦ ଆଣିପାରେ ବୋଲି କଳିଙ୍ଗ ସେନା ପକ୍ଷରୁ କୁହାଯାଇଛି।
ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
ଏହି ଅବସରରେ ସେନାର କର୍ମୀମାନେ ମାଷ୍ଟର କ୍ୟାଣ୍ଟିନରେ ଆୟୋଜିତ ବିକ୍ଷୋଭ ସମାବେଶରେ ଇମ୍ରାନ ଖାନଙ୍କ କୁଶ ପୁତ୍ତଳିକା ଦାହ କରିବା ସହିତ ପାକିସ୍ତାନ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ । ହାପିଜକୁ ଟଙ୍କା ଉଠାଇବା ଅନୁମତିକୁ ଜାତିସଂଘ ପରିଷଦର ଦୋମୁହାଁ ନୀତି କହିବା ସହ ପାକିସ୍ତାନକୁ ଆତଙ୍କବାଦୀ ରାଷ୍ଟ୍ର ଘୋଷଣା କରି ସାରା ବିଶ୍ଵରୁ ଆତଙ୍କବାଦ ବିଲୋପ କରିବାକୁ ସେନା ପ୍ରମୁଖ ହେମନ୍ତ ରଥ ଦାବି କରିଛନ୍ତି ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ