ଭୁବନେଶ୍ବର: ଜାତୀୟ ସୁଟିଂ ସଙ୍ଘର ସଭାପତି ଭାବେ ନିଯୁକ୍ତି ପାଇଲେ କଳିକେଶ ନାରାୟଣ ସିଂଦେଓ। ପ୍ରଥମ ଓଡ଼ିଆ ଭାବେ ଜାତୀୟ ସୁଟିଂ ସଙ୍ଘର ସଭାପତି ହୋଇଛନ୍ତି କଳିକେଶ ନାରାୟଣ ସିଂହଦେଓ । କଳିକେଶ ନାରାୟଣ ଜାତୀୟ ସୁଟିଂ ସଙ୍ଘର ସଭାପତି ହେବା ପରେ ଓଡ଼ିଶା ରାଇଫଲ ସଙ୍ଘ ଭିତରେ ଉତ୍ସାହର ଲହରି ଖେଳିଯାଇଛି । ଜାତୀୟ ସୁଟିଂ ସଙ୍ଘର ସଭାପତି ଭାବେ ନିଯୁକ୍ତି ପାଇବା ପରେ ଓଡ଼ିଶା ରାଇଫଲ ସଙ୍ଘ ପକ୍ଷରୁ ଆଜି ଉତ୍କଳ କରାଟେ ସ୍କୁଲ ପରିସରରେ କଳିକେଶଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।
କଳିକେଶ ନାରାୟଣ ସିଂହଦେଓ କହିଛନ୍ତି, ‘‘ଓଡିଶାକୁ ସୁଟିଂ କ୍ଷେତ୍ରରେ ଆହୁରି ଉନ୍ନତ କରିବା ମୋର ଲକ୍ଷ୍ୟ । ଆଗାମୀ ଦିନରେ ଅଧିକରୁ ଅଧିକ ଓଡ଼ିଶାରେ ସୁଟିଂ ପ୍ରତିଯୋଗିତା ଆୟୋଜିତ କରିବା । ଓଡ଼ିଶାରେ ସୁଟିଂରେ କିପରି ବିକାଶ ହୋଇପାରିବ ତଥା ରାଜ୍ୟରୁ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି ତିଆରି କରିବା ମୋର ପ୍ରଥମ ଲକ୍ଷ୍ୟ । ସେହିପରି ଜାତୀୟ ସ୍ତର ସହିତ ରାଜ୍ୟରେ ବି ସୁଟିଂକୁ ପ୍ରମୋଟ କରିବା । ସରକାରଙ୍କ ତରଫରୁ ଏବଂ ବିଭିନ୍ନ ଏକାଡେମୀ ତରଫରୁ ହାରହାରି 18 ରେଞ୍ଜ ଅଛି ଓଡ଼ିଶାରେ । ରାଇଫଲ ରେଞ୍ଜ୍ରେ 25ରୁ 50 ମିଟର ମଧ୍ୟରେ ରାଇଫଲ କାର୍ଯ୍ୟ କରି ଆସୁଛି । ଏହାର ବିଭିନ୍ନ ତ୍ରଟିକୁ ସୁଧାରିବା ସହ ଖେଳକୁ ଆଧିକ ପ୍ରମୋଟ କରିବାକୁ ଚେଷ୍ଟ କରିବାକୁ ପ୍ରଚେଷ୍ଟ ରହିବ ।’’