ଓଡିଶା

odisha

ETV Bharat / state

ସହଜରେ ସମାଧାନ ହେବ ଚାଷୀଙ୍କ ସମସ୍ୟା, ପ୍ରତି ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ କାଳିଆ ସେଣ୍ଟର

କାଳିଆ ଓ ଅନ୍ୟ ପ୍ରମୁଖ ଯୋଜନାର ସଫଳ ରୂପାୟନ ପାଇଁ ପ୍ରତି ଜିଲ୍ଲାରେ ଖୋଲିବ କାଳିଆ ସେଣ୍ଟର । ଅଧିକ ପଢନ୍ତୁ

By

Published : Jun 4, 2023, 10:37 AM IST

Etv Bharat
Etv Bharat

ଭୁବନେଶ୍ବର:ପ୍ରତି ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ କାଳିଆ ସେଣ୍ଟର । କାଳିଆ ଓ ଅନ୍ୟ ପ୍ରମୁଖ ଯୋଜନାର ସଫଳ ରୂପାୟନ ପାଇଁ ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଗୋଟିଏ ଲେଖାଏଁ କାଳିଆ ସେଣ୍ଟର ପ୍ରତିଷ୍ଠା କରାଯିବ । ଗୋଟିଏ ଛାତ ତଳେ ଏହା ଚାଷୀଙ୍କର ବିଭିନ୍ନ ସମସ୍ୟାର ସମାଧାନ କରିବ । କୃଷି କ୍ଷେତ୍ରରେ ନୂତନ ସୁଯୋଗର ଉନ୍ମେଷ ଦିଗରେ ଚାଷୀଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ୱାନ୍‌ ଷ୍ଟପ୍‌ ସେଣ୍ଟର ଭାବରେ କାର୍ଯ୍ୟ କରିବ । କାଳିଆ ସେଣ୍ଟର ପ୍ରତ୍ୟେକ ସରକାରୀ କାର୍ଯ୍ୟ ଦିବସରେ ସକାଳ ୧୦ରୁ ଅପରାହ୍ନ ୫.୩୦ ମିନିଟ ପର୍ଯ୍ୟନ୍ତ ଖୋଲା ରହିବ ।

ଚାଷୀମାନଙ୍କ ପାଇଁ କାଳିଆ ସମେତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଗୋ-ସୁଗମ, ସଫଲ, କୃଷକ ଓଡ଼ିଶା ଆଦି କାର୍ଯ୍ୟକ୍ରମ ନିମନ୍ତେ ୱାନ୍‌ଷ୍ଟପ୍‌ ସେଣ୍ଟର ଭାବେ କାର୍ଯ୍ୟ କରିବ କାଳିଆ ସେଣ୍ଟର । ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏନେଇ ସୂଚନା ଦେଇଛନ୍ତି । ଏହା ଦ୍ୱାରା ବିଭିନ୍ନ କୃଷି ଯୋଜନାଗୁଡ଼ିକ ଅଧିକ କ୍ରିୟାଶୀଳ ଓ କୃଷକପ୍ରିୟ ହୋଇପାରିବ ବୋଲି ମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଜିଲ୍ଲା ମୁଖ୍ୟାଳୟର ଏକ ପ୍ରମୁଖ ସ୍ଥାନରେ କାଳିଆ ସେଣ୍ଟର ଖୋଲିବା ନିମନ୍ତେ ଏକ ଉପଯୁକ୍ତ ଗୃହର ବ୍ୟବସ୍ଥା କରିବା ପାଇଁ ଚିଠି ଖିଛନ୍ତି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ । ସମସ୍ତ ଜିଲ୍ଲାପାଳଙ୍କୁ ସେ ଏହି ଚିଠି ଲେଖିଛନ୍ତି ।

ଚାଷୀମାନଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରତି କେନ୍ଦ୍ରରେ ଆବଶ୍ୟକ ମୁତାବକ ବୈଷୟିକ ଦକ୍ଷତା ସମ୍ପନ୍ନ କର୍ମଚାରୀ ନିୟୋଜିତ ହେବେ । ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିତିଦିନିଆ କାର୍ଯ୍ୟର ତଦାରଖ ପାଇଁ ଜଣେ ନୋଡାଲ ଅଧିକାରୀଙ୍କୁ ନିୟୋଜିତ କରାଯିବ । କେନ୍ଦ୍ରକୁ ଆସୁଥିବା କୃଷକମାନଙ୍କର ସମସ୍ୟା ଓ ଏ ଦିଗରେ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନର ରିପୋର୍ଟ ଓ ପରାମର୍ଶ ଏକ ନିର୍ଦ୍ଦିଷ୍ଟ ଫର୍ମାଟରେ ରେକର୍ଡ କରାଯିବ । ଚାଷୀଙ୍କ ସଚେତନତା ପାଇଁ କେନ୍ଦ୍ରଗୁଡ଼ିକରେ କୃଷି ବିଭାଗର ପ୍ରମୁଖ ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନାମାନ ପ୍ରଦର୍ଶିତ ହେବ ।

ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀମାନଙ୍କୁ ପ୍ରତ୍ୟେକ ଫସଲ ଋତୁର ଚାଷ କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ସେମାନଙ୍କ ଆୟବୃଦ୍ଧି କରିବା ସହିତ ଭୂମିହୀନ କୃଷି ପରିବାରଙ୍କ ଜୀବିକାନିର୍ବାହ ପାଇଁ ଆର୍ଥିକ ସହାୟତା ଯୋଗାଇବା । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ ମସିହାରୁ କାର୍ଯ୍ୟକାରୀ ହେଉଥିବା କାଳିଆ ଯୋଜନା ସର୍ବସାଧାରଣରେ ଉଚ୍ଚ ପ୍ରଶଂସିତ ହୋଇଛି । ଭୂମିହୀନ କୃଷି ପରିବାର ଓ ପ୍ରକୃତ ଭାଗଚାଷୀଙ୍କୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରିବା ଏହାର ଅନ୍ୟତମ ବୈଶିଷ୍ଟ୍ୟ । କାଳିଆ ଯୋଜନା ଆରମ୍ଭ ହେବା ଦିନଠାରୁ ଅଦ୍ୟାବଧି ୪୩,୦୪,୮୭୬ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ/ପ୍ରକୃତ ଚାଷୀ ଏବଂ ୧୭,୭୧,୭୫୬ ଜଣ ଭୂମିହୀନ କୃଷି ପରିବାରଙ୍କୁ ୧୧,୬୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । କାଳିଆ ହିତାଧିକାରୀ ପରିବାରଙ୍କ ୧୬୨୪ ଜଣ ପିଲାଙ୍କୁ କାଳିଆ ଛାତ୍ରବୃତ୍ତି ବାବଦରେ ୩.୯୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details