ଓଡିଶା

odisha

ETV Bharat / state

Utkela Airport: ଉତ୍କେଲା ଏୟାରଷ୍ଟ୍ରିପକୁ ମିଳିଲା ଲାଇସେନ୍ସ, ଉଡିବ ବିମାନ - ଉତ୍କେଲା ଏୟାରଷ୍ଟ୍ରିପ

ଉଡାନ (UDAN) ଯୋଜନାରେ ସାମିଲ ହେଲା ଉତ୍କେଲା ଏୟାରଷ୍ଟ୍ରିପ। ଆକାଶପଥରେ ଯୋଡ଼ିହେଲା କଳାହାଣ୍ଡି। ଉତ୍କେଲା ବିମାନବନ୍ଦରକୁ ମିଳିଲା ଲାଇସେନ୍ସ। ଉଡାଣ ନେଇ ଅନୁମତି ଦେଇଛନ୍ତି DGCA। ଉନ୍ନତ ବାୟୁ ସଂଯୋଗ ପାଇଁ ରାଜ୍ୟ ସରକାର ଜମି ଅଧିଗ୍ରହଣ, ରନୱେ ଏବଂ ଏୟାରପୋର୍ଟ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବିନିଯୋଗ କରିଛନ୍ତି। ଅଧିକ ପଢନ୍ତୁ

ଉତ୍କେଲା ଏୟାରଷ୍ଟ୍ରିପକୁ ମିଳିଲା ଲାଇସେନ୍ସ, ଉଡିବ ବିମାନ
ଉତ୍କେଲା ଏୟାରଷ୍ଟ୍ରିପକୁ ମିଳିଲା ଲାଇସେନ୍ସ, ଉଡିବ ବିମାନ

By

Published : Aug 7, 2023, 9:30 PM IST

ଉତ୍କେଲା ଏୟାରଷ୍ଟ୍ରିପକୁ ମିଳିଲା ଲାଇସେନ୍ସ, ଉଡିବ ବିମାନ

ଭୁବନେଶ୍ବର: କଳାହାଣ୍ଡି ଉତ୍କେଲା ଏୟାରଷ୍ଟ୍ରିପକୁ ମିଳିଲା ଲାଇସେନ୍ସ। ଉଡିବ ବିମାନ। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ଵର ଓ ରାୟପୁର ମଧ୍ୟରେ ଚାଲିବ ବିମାନ । ଏନେଇ ଡିଜିସିଏ (Directorate General of Civil Aviation) ଦେଇଛି ଅନୁମତି ।

ଉଡାନ (UDAN) ଯୋଜନାରେ ସାମିଲ ହେଲା ଉତ୍କେଲା ଏୟାରଷ୍ଟ୍ରିପ। ଆକାଶପଥରେ ଯୋଡ଼ିହେଲା କଳାହାଣ୍ଡି। ଉତ୍କେଲା ବିମାନବନ୍ଦରକୁ ମିଳିଲା ଲାଇସେନ୍ସ। ଉଡାଣ ନେଇ ଅନୁମତି ଦେଇଛନ୍ତି DGCA। ଉନ୍ନତ ବାୟୁ ସଂଯୋଗ ପାଇଁ ରାଜ୍ୟ ସରକାର ଜମି ଅଧିଗ୍ରହଣ, ରନୱେ ଏବଂ ଏୟାରପୋର୍ଟ ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବିନିଯୋଗ କରିଛନ୍ତି। ପ୍ରାଥମିକ ଭାବରେ ଉତ୍କେଲା ଭୁବନେଶ୍ବର ସହିତ ରାୟପୁର ସହରକୁ ସଂଯୋଗ କରିବ। ଉତ୍କେଲା ସର୍ବପ୍ରଥମ ବାଣିଜ୍ୟିକ ବିମାନ ସେବା ଆରମ୍ଭ କରିବ। ଏହା ଓଡିଶାର 5ମ କାର୍ଯ୍ୟକ୍ଷମ ବିମାନବନ୍ଦର ହୋଇଛି। ଯାହା ଭୁବନେଶ୍ଵର ରାୟପୁର ସହିତ ସଂଯୋଗ କରିବ।

ଏହାବି ପଢନ୍ତୁ- ଅମର୍ଦ୍ଦା ଏୟାରଷ୍ଟ୍ରିପକୁ ପ୍ରତିରକ୍ଷା ମନ୍ତ୍ରଣାଳୟର ସବୁଜ ସଙ୍କେତ

ତେବେ ଏନେଇ ଡିଜିସିଏର ଆଞ୍ଚଳିକ ଡେପୁଟି ଡାଇରେକ୍ଟର, ମୁଖ୍ୟ ବିମାନ ସୁରକ୍ଷା ଅଧିକାରୀ (CASO), ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ (AAI) ଏବଂ ସିଏସଏଫର ନୋଡାଲ ଅଧିକାରୀଙ୍କ ନେତୃତ୍ବରେ ଏକ ଟିମ କିଛି ଦିନ ପୂର୍ବରୁ ଉତ୍କେଲା ଏୟାରଷ୍ଟ୍ରିପ ପରିଦର୍ଶନ କରିଥିଲେ। ତେବେ ଏ ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ ଏୟାରଷ୍ଟ୍ରିପର ସମସ୍ତ ସୁବିଧା ତଥା ଅନ୍ୟାନ୍ୟ ସୁରକ୍ଷାର ମାନଦଣ୍ଡର ମୂଲ୍ୟାଙ୍କନ କରିଥିଲେ ଅଧିକାରୀ ମାନେ। ତେବେ ଡିଜିସିଏ କର୍ତ୍ତୃପକ୍ଷଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଥିଲା। ବର୍ତ୍ତମାନ ଏହି ବିମାନ ବନ୍ଦର ଟୁ-ବି ଅନୁଯାୟୀ ହୋଇଛି। ବର୍ତ୍ତମାନ ଟୁ ବିରେ ୯୦୦ ମିଟର ରନୱେ ରହିଛି। ଏହି ମଧ୍ୟରେ କେନ୍ଦ୍ର ସରକାର ପୁଣି ଏହି ବିମାନ ବନ୍ଦରକୁ ଥ୍ରି ସି ଘୋଷଣା ମଧ୍ୟ କରିଛନ୍ତି। ତେବେ ରନୱେ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ସେଥିରେ ରନୱେ ୧୮ ଶହ ମିଟର ହେବ। ଯେଉଁଥିରେ ବଡ଼ ବିମାନ ମଧ୍ୟ ଅବତରଣ କରିପାରିବ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ପୂର୍ବରୁ ଝାରସୁଗୁଡ଼ା, ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଓ ଜୟପୁରକୁ ବିମାନ ଯୋଗାଯୋଗ କରୁଥିବା ବେଳେ ଏବେ ଏଥିରେ ଯୋଡି ହୋଇଛି ଭବନୀପାଟଣା। ରାଜ୍ୟରେ ଉତ୍କେଲା ବିମାନ ବନ୍ଦରକୁ ମିଶାଇ ରାଜ୍ୟରେ ୫ଟି ବିମାନ ବନ୍ଦର ରହିଛି। ତେବେ ବାକି ଥିବା ଏୟାର ଷ୍ଟ୍ରିପ ଆଗକୁ ମଧ୍ୟ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ରହିଛି। ଏପଟେ ଝାରସୁଗୁଡା ଏୟାରପୋର୍ଟକୁ ଗ୍ରାହକ ସନ୍ତୁଷ୍ଟ ସର୍ଭେରେ ୯ମ ସ୍ଥାନରେ ରହିଛି। ତେବେ ଆଗକୁ ଯାତ୍ରୀଙ୍କ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯୋଗାଯୋଗ କରିବାର ଏକ ସହଜ ମାଧ୍ୟମ ହେବ ଆକାଶ ପଥ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details