ଓଡିଶା

odisha

ETV Bharat / state

କଳାହାଣ୍ଡି ବିଶ୍ବବିଦ୍ୟାଳୟ ହେଲା ମା' ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ - କଳାହାଣ୍ଡି ବିଶ୍ବବିଦ୍ୟାଳୟ

Kalahandi University: କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବରୀ ନାମରେ ନାମିତ କରାଯାଇଛି। ଏବେ ଏହା ମା' ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ, ଭବାନୀପାଟଣା ନାମରେ ପରିଚିତ ହେବ।

kalahandi university
kalahandi university

By ETV Bharat Odisha Team

Published : Dec 29, 2023, 1:19 PM IST

kalahandi university

ଭୁବନେଶ୍ବର/ କଳାହାଣ୍ଡି: ବଦଳିଲା କଳାହାଣ୍ଡି ବିଶ୍ବବିଦ୍ୟାଳୟର ନାଁ । ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀ ନାମରେ ନାମିତ ହୋଇଛି କଳାହାଣ୍ଡି ବିଶ୍ବବିଦ୍ୟାଳୟ । ଏବେ ଏହା ମା' ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ, ଭବାନୀପାଟଣା ନାମରେ ପରିଚିତ ହେବ । ଏ ସଂକ୍ରାନ୍ତରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସମୁଦାୟ ୫୦ଟି କଲେଜକୁ ନେଇ 2020 ମସିହା ନଭେମ୍ବର 1 ତାରିଖରେ କଳାହାଣ୍ଡି ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା କରାଯାଇଥିଲା । ଗତ ନଭେମ୍ବର ପହିଲାରେ କଳାହାଣ୍ଡି ଜିଲ୍ଲାର ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲା ଗସ୍ତ କରି ଏହି ବିଶ୍ବବିଦ୍ୟାଳୟର ନାମକୁ ମା' ମାଣିକେଶ୍ବରୀଙ୍କ ନାମରେ ନାମିତ କରିବା ପାଇଁ ଘୋଷଣା କରିଥିଲେ । ପୂର୍ବରୁ ଭବାନୀପାଟଣା ସ୍ବୟଂଶାସିତ ମହାବିଦ୍ୟାଳୟକୁ ଓଡ଼ିଶା ସରକାର ବିଶ୍ବବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଥିଲେ । ସରକରାଙ୍କ ମାନ୍ୟତା ପରେ ଏହା କଳାହାଣ୍ଡି ବିଶ୍ବବିଦ୍ୟାଳୟ ନାମରେ ନାମିତ କରାଯାଇଥିଲା । ବର୍ତ୍ତମାନ ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିବା ବେଳେ ଆଜି (ଶୁକ୍ରବାର) କଳାହାଣ୍ଡି ବିଶ୍ବବିଦ୍ୟାଳୟକୁ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ମାଣିକେଶ୍ବରୀ ବିଶ୍ବବିଦ୍ୟାଳୟ ନାମରେ ନାମିତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...କଳାହାଣ୍ଡି ବିଶ୍ବବିଦ୍ୟାଳୟ ନାମ ପରିବର୍ତ୍ତନ; ଉତ୍ସାହିତ ଛାତ୍ରଛାତ୍ରୀ

ସୂଚନା ଅନୁଯାୟୀ, ରାଜ୍ୟରେ ଥିବା ପୁରୁଣା ଓ ପ୍ରସିଦ୍ଧ ଉଚ୍ଚ ଶିକ୍ଷାନୁଷ୍ଠାନ ବିଜ୍ରମଦେବ ମହାବିଦ୍ୟାଳୟ ଏବଂ ଧରଣୀଧର ମହାବିଦ୍ୟାଳୟ, ବିଶ୍ବବିଦ୍ୟାଳୟରେ ପରିଣତ ହୋଇଛି । ଜୟପୁରର ଉଚ୍ଚ ଶିକ୍ଷାନୁଷ୍ଠାନ ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟ ମାନ୍ୟତା ମିଳିଛି । ଚଳିତ ବର୍ଷ ଏହି ମହାବିଦ୍ୟାଳୟ ୭୫ ବର୍ଷ ପୂର୍ତ୍ତି ପାଳନ କରିଛି । ଏହି ମହାବିଦ୍ୟାଳୟରେ ଏବେ ୧୬ଟି ପୋଷ୍ଟ ଗ୍ରାଜୁଆଟ ପ୍ରୋଗ୍ରାମ, ୧୭ଟି ଅଣ୍ଡର ଗ୍ରାଜୁଆଟ ପ୍ରୋଗ୍ରାମ ସହିତ ବିବିଏ, ବିସିଏ, ବି.ଇ.ଡି ପାଠ୍ୟକ୍ରମ ଜାରି ରହିଛି । ବର୍ତ୍ତମାନ ଚାରି ହଜାର ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି ।

ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ କଲେଜ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଛି । ବର୍ତ୍ତମାନ ଏହି ନୂଆ ବିଶ୍ବବିଦ୍ୟାଳୟ ହେବା ଦ୍ଵାରା କୋରାପୁଟ, ରାୟଗଡା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ହାଜର ହଜାର ଛାତ୍ରଛାତ୍ରୀ ଉପକୃତ ହେବେ । ଦକ୍ଷିଣ ଓଡିଶାରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଏହା ଏକ ମାଇଲଖୁଣ୍ଟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି । ଅନ୍ୟପଟେ କେନ୍ଦୁଝରର ଧରଣୀଧର କଲେଜ ମଧ୍ୟ ବିଶ୍ବବିଦ୍ୟାଳୟର ମାନ୍ୟତା ପାଇଛି ।

ଇଟିଭି ଭାରତ, ଭୁବନେଶ୍ବର/ କଳାହାଣ୍ଡି

ABOUT THE AUTHOR

...view details