ଭୁବନେଶ୍ବର: ନିଯୁକ୍ତି ହେବେ ୨୦ ହଜାର କନିଷ୍ଠ ଶିକ୍ଷକ । ସ୍ବଚ୍ଛତା ଭିତ୍ତିରେ ହେବ ନିଯୁକ୍ତି ପକ୍ରିୟା । ଆସନ୍ତାକାଲି ଠାରୁ ଆରମ୍ଭ ହେବ ପରୀକ୍ଷା । ଏହା ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଶେଷ ହୋଇଛି ।
ନିଯୁକ୍ତି ହେବେ ୨୦ ହଜାର କନିଷ୍ଠ ଶିକ୍ଷକ । ସ୍ବଚ୍ଛତା ଭିତ୍ତିରେ ହେବ ନିଯୁକ୍ତି ପକ୍ରିୟା । ଏନେଇ ଆଜି ଭର୍ଚୁଆଲ ମୋଡରେ କନିଷ୍ଠ ଶିକ୍ଷକ ମାନଙ୍କର ନିଯୁକ୍ତି ପକ୍ରିୟାକୁ ସ୍ବଚ୍ଛତା ଭିତ୍ତିରେ କରାଯିବା ସମ୍ପର୍କରେ ଏକ ବୈଠକରେ ନିଷ୍ପତ୍ତି କରାଯାଇଛି । ଏହି ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅଶ୍ବଥୀ ଏସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ନିଯୁକ୍ତି ପ୍ରକ୍ରିୟା ପାଇଁ ୩୦ଟି ଜିଲ୍ଲାର ୫୮ଟି ପରୀକ୍ଷା କେନ୍ଦ୍ରରେ ସିବିଟି ମୋଡରେ ପରୀକ୍ଷା ହେବ । ଆସନ୍ତାକାଲି ଠାରୁ ଆରମ୍ଭ ହୋଇ ନଭେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପରୀକ୍ଷା ମୋଟ ୭ ଦିନ ହେବ। ଜିଲ୍ଲାସ୍ତରର ଜିଲ୍ଲା ଶିକ୍ଷା ଅଧିକାରୀମାନେ ଏହି ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ପରୀକ୍ଷା ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତିର ସଠିକ ବିବରଣୀ ପ୍ରଦାନ କରିବେ ।
ଏନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପରୀକ୍ଷାକୁ କିଭଳି ଭାବରେ ଶାନ୍ତି ଶୃଙ୍ଖଳାର ସହିତ ପରିଚାଳନା କରାଯିବ ସେନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ଏନେଇ ଜିଲ୍ଲାପାଳମାନେ ନିଜ ଜିଲ୍ଲାର ପରୀକ୍ଷା କେନ୍ଦ୍ରର ସୁପରିଚାଳନା ନିମନ୍ତେ ନୋଡାଲ ଅଫିସର ନିଯୁକ୍ତ କରିଛନ୍ତି । ପ୍ରତ୍ୟେକ ଜିଲ୍ଲାର ପୋଲିସ ଅଧିକାରୀ ପରୀକ୍ଷା କେନ୍ଦ୍ରରେ ପୋଲିସ ଡିପ୍ଲୋମେଣ୍ଟ ନିମନ୍ତେ ପଦକ୍ଷେପ ନେଇଛନ୍ତି ।