ଓଡିଶା

odisha

ETV Bharat / state

ଚୁକ୍ତିଭିଭିକ ପ୍ରଥା ଉଚ୍ଛେଦ ଦାବି, ଆନ୍ଦୋଳନକୁ ଓହ୍ଲାଇଲା କନିଷ୍ଠ ଶିକ୍ଷକ ସଂଘ - ଓଡ଼ିଶାରୁ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣା

ଚୁକ୍ତିଭିଭିକ ପ୍ରଥା ଉଚ୍ଛେଦ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ହଜାର ହଜାର କନିଷ୍ଠ ଶିକ୍ଷକ । ଦୀର୍ଘ ଦିନ ଧରି କନିଷ୍ଠ ଶିକ୍ଷକଙ୍କୁ ଠିକାରେ ଖଟାଇବାକୁ ନେଇ ବିରୋଧ କରିଛନ୍ତି କନିଷ୍ଠ ଶିକ୍ଷକ ସଂଘ । ଅଧିକ ପଢନ୍ତୁ

junior teacher association protest
junior teacher association protest

By

Published : May 15, 2023, 5:21 PM IST

ଭୁବନେଶ୍ବର:ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ହଜାରହଜାର କନିଷ୍ଠ ଶିକ୍ଷକ । ପ୍ରତିଶ୍ରୁତି ଦେଇ ପ୍ରତାରଣା କଛନ୍ତି ରାଜ୍ୟ ସରକାର। ଦୀର୍ଘ ଦିନ ଧରି କନିଷ୍ଠ ଶିକ୍ଷକଙ୍କୁ ଠିକାରେ ଖଟାଇବାକୁ ନେଇ ବିରୋଧ କରିଛନ୍ତି କନିଷ୍ଠ ଶିକ୍ଷକ ସଂଘ । ଗତ ୧୫ ଅକ୍ଟୋବର ୨୦୨୨ ରେ ଓଡ଼ିଶାରୁ ସମ୍ପୂର୍ଣ୍ଣ ଚୁକ୍ତିଭିତ୍ତିକ ପ୍ରଥା ଉଚ୍ଛେଦ ଘୋଷଣା କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାକୁ କାର୍ଯ୍ୟକାରୀ କରାଯାଉ ନାହିଁ । ଏଥିରେ ୫୭ ହଜାର କର୍ମଚାରୀ ଚୁକ୍ତିଭିଭିକ ଉଚ୍ଛେଦ ହେଲେ । କିନ୍ତୁ ଏହି ଘୋଷଣାରୁ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନେ ବାଦ ପଡ଼ିଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ- MLA Dipali Das Takes oath: ଝାରସୁଗୁଡା ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ

ରାଜ୍ୟ ସରକାର ୨୦୦୭ ମସିହାରେ ୯ ବର୍ଷ ଚୁକ୍ତିଭିତ୍ତିକ ଅବଧିକୁ ୩ ବର୍ଷ କମାଇ ୨୦୦୮ ମସିହାରେ ୬ ବର୍ଷରେ ନିୟମିତ କରିଛନ୍ତି । କିନ୍ତୁ ବର୍ତ୍ତମାନ କାହିଁକି ରାଜ୍ୟ ସରକାର ନିଷ୍ପତ୍ତି ନେବାରେ ବିଳମ୍ବ କରୁଛନ୍ତି ବୋଲି ଏନେଇ ସଂଘ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି। ତେବେ କନିଷ୍ଠ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଚୁକ୍ତିଭିତ୍ତିକ ଉଚ୍ଛେଦ କରିବା ଏବଂ ଚୁକ୍ତିଭିତ୍ତିକ ଅବଧି କାର୍ଯ୍ୟକୁ ମୂଳ ଚାକିରିରେ ଯୋଗ କରିବା ଭଳି ଦୁଇ ଦଫା ଦାବି ନେଇ ସଂଘ ବାରମ୍ବାର ନିବେଦନ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ଦାବି ପୂରଣ କରିନାହାଁନ୍ତି । ତେଣୁ ବାଧ୍ୟ ହୋଇ ରାଜ୍ୟର ହଜାର ହଜାର କନିଷ୍ଠ ଶିକ୍ଷକଶିକ୍ଷୟତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବୋଲି ସଂଘର ସଭାପତି ଅକ୍ଷୟ କୁମାର ପାଢୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- CM Race: କିଏ ହେବ କର୍ଣ୍ଣାଟକ କିଙ୍ଗ୍‌ ? ଜନ୍ମଦିନରେ ଶିବକୁମାରଙ୍କୁ ଉପହାର ଦେବ କି କଂଗ୍ରେସ

ତେବେ ଯଦି ଏହି ଦୁଇ ଦଫା ଦାବିକୁ ଆଗାମୀ ଦିନରେ ପୂରଣ ନ କରାଯାଏ ତେବେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଘ ଚେତାବନୀ ଦେଇଛି। ଏହି ଆନ୍ଦୋଳନରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ହଜାର ହଜାର ସଂଖ୍ୟାରେ କନିଷ୍ଠ ଶିକ୍ଷକଶିକ୍ଷୟିତ୍ରୀ ଯୋଗ ଦେଇ ଗାନ୍ଧିମାର୍ଗରେ ଆନ୍ଦୋଳନ କରିଛନ୍ତି । ତେବେ ସୂଚନା ଅନୁଯାୟୀ, ଚୁକ୍ତି ଭିତ୍ତିକ ପ୍ରଥା ଉଚ୍ଛେଦ ହେବା ପରେ ଅନେକ ଶିକ୍ଷକ ରେଗୁଲାର ହୋଇପାରି ନାହାଁନ୍ତି । ରେଗୁଲାର ପାଇଁ ଆନ୍ଦୋଳନ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ମାସିକିଆ ଦରମା ମଧ୍ୟ ମିଳିନାହିଁ । ଯାହା ଫଳରେ ଅନେକ ସମସ୍ୟାରେ ରହିଛନ୍ତି ଶିକ୍ଷକ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details