ଓଡିଶା

odisha

ETV Bharat / state

ବିଧାନ ସୌଧରେ ଡିପ୍ଲୋମା ଇଞ୍ଜିନିୟରଙ୍କ ଅଭିନବ ପ୍ରତିବାଦ: ବିକିଲେ ପରିବା, କଲେ ଜୋତା ପଲିସି - ଧାରଣା

Junior Diploma Engineers protest for job: ବିଧାନ ସୌଧ ଆଗରେ ଜୁନିଅର ଡିପ୍ଲୋମା ଇଞ୍ଜିନିୟରଙ୍କ ଧାରଣା । ମୁଖ୍ୟ ଗେଟରେ ତାଲା ପକାଇ ପରିବା, ଜୋତା ପଲିସ ଏବଂ କସମେଟିକ୍ ଧରି ରାସ୍ତାରେ ବସିଲେ ବେକାର ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

ବିଧାନ ସୌଧରେ ଡିପ୍ଲୋମା ଇଞ୍ଜିନିୟରଙ୍କ ଅଭିନବ ପ୍ରତିବାଦ: ବିକିଲେ ପରିବା, କଲେ ଜୋତା ପଲିସି
ବିଧାନ ସୌଧରେ ଡିପ୍ଲୋମା ଇଞ୍ଜିନିୟରଙ୍କ ଅଭିନବ ପ୍ରତିବାଦ: ବିକିଲେ ପରିବା, କଲେ ଜୋତା ପଲିସି

By ETV Bharat Odisha Team

Published : Dec 11, 2023, 7:45 PM IST

ବିଧାନ ସୌଧରେ ଡିପ୍ଲୋମା ଇଞ୍ଜିନିୟରଙ୍କ ଅଭିନବ ପ୍ରତିବାଦ: ବିକିଲେ ପରିବା, କଲେ ଜୋତା ପଲିସି

ଭୁବନେଶ୍ବର: ବିଧାନ ସୌଧ ଘେରାଉ କଲେ ଜୁନିଅର ଡିପ୍ଲୋମା ଇଞ୍ଜିନିୟର ଛାତ୍ରଛାତ୍ରୀ । ନିଯୁକ୍ତିରେ ଅନିୟମିତତା ନେଇ ଆନ୍ଦୋଳନ । ବିଧାନ ସୌଧ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣା ଦେବା ସହ ସ୍ଲୋଗାନ ଦେଇଛନ୍ତି । ଅଭିନବ ପ୍ରତିବାଦ ସୂରୂପ ଧାରଣାସ୍ଥଳରେ ପରିବା ବିକିବା ସହ ଜୋତା ପଲିସି କଲେ । ଏହାସହ ଅନ୍ଦୋଳନରତ ଛାତ୍ରୀମାନେ କସମେଟିକ ସାମଗ୍ରୀ ଧରି ରାସ୍ତାରେ ବସିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ଲୋକସଭା ପରେ ରାଜ୍ୟସଭା: ଜମ୍ମୁ କାଶ୍ମୀର ସଂରକ୍ଷଣ ଓ ପୁନର୍ଗଠନ ସଂଶୋଧନ ବିଲ୍ ଆଗତ କଲେ ଶାହ

ରାଜ୍ୟର ଜୁନିୟର ଇଞ୍ଜିନିୟରଙ୍କ ପାଇଁ ନିଯୁକ୍ତି OSSC ଦ୍ବାରା ପରିଚାଳିତ କରାଯାଉଛି । ଚଳିତ ବର୍ଷ ପାଇଁ CTSRE-2023ର ବିଜ୍ଞପ୍ତି OSSC ଦ୍ବାରା ଡିସେମ୍ବର ୮ ତାରିଖରେ ଚିଠି କରାଯାଇଥିଲା । କିନ୍ତୁ ପଦବୀ ତାଲିକାରେ ଏହି ବିଭାଗର କୌଣସି ଖାଲି ପଦବୀ ନଥିବା ଅଭିଯୋଗ ଆଣିଛନ୍ତି ଆଶାୟୀ ଜୁନିଅର ଡିପ୍ଲୋମା ଇଞ୍ଜିନିୟର ଛାତ୍ରଛାତ୍ରୀ । 2014 ମସିହା ପର ଠାରୁ ସେଠାରେ ବହୁ ସଂଖ୍ୟକ ପଦବୀ ଖାଲି ପଡ଼ିଥିବା ବେଳେ, ଅଚାନକ ସବୁ ପଦବୀ ଗୁଡ଼ିକୁୁ ବନ୍ଦ କରି ଦିଆଯାଇଥିଲା । ତେବେ ଡିପ୍ଲୋମା ଇଞ୍ଜିନିୟର୍ସ ଆସୋସିଏସନ୍ ସଦସ୍ୟମାନେ ଏହି ବିଜ୍ଞାପନ ବାହାରିବା ପରେ, ନିଯୁକ୍ତି ପାଇଁ ଖାଲି ଥିବା ଜୁନିଅର୍ ଇଞ୍ଜିନିୟର ପୋଷ୍ଟ ଆବେଦନ କରିବା ପାଇଁ ଆଗେଇ ଆସିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଶିକ୍ଷାବିତରୁ ରାଜନେତା: ଉଜ୍ଜୈନରୁ ହ୍ୟାଟ୍ରିକ୍ ବିଜୟୀ ମୋହନ ଯାଦବ ମଧ୍ୟ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ

ଯାହା ଜଣା ପଡ଼ିଥିଲା ଯେ, ଏହି ପଦବୀ ପାଇଁ ଶେଷ ନିଯୁକ୍ତି 2014 ମସିହାରେ ହିଁ ହୋଇଥିଲା । ସେବେଠାରୁ ଏହି ବିଭାଗର ନିଯୁକ୍ତି ପାଇଁ ଗୋଟିଏ ବି ଖାଲି ପଦବୀରେ ନିଯୁକ୍ତି ଦିଆ ଯାଇନାହିଁ । ନିଯୁକ୍ତି ଦାବିରେ ବେକାର ଡିପ୍ଲୋମା ଇଞ୍ଜିନିୟରମାନେ ଆଜି ବିଧାନ ସୌଧ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେବା ସହ ପରିବା ଏବଂ ଜୋତା ପଲିସି କରୁଥିବା ଦେଖିବାକୁ ମିଳିଥିଲା । କେବଳ ସେତିକି ନୁହେଁ, ବେକାର ଛାତ୍ରୀମାନେ କସମେଟିକ ସାମଗ୍ରୀ ଧରି ଧାରଣା ଦେଇଥିଲେ । କିଛି ମାସ ପୂର୍ବରୁ ଓଏସଏସସି ଅଫିସ ଘେରାଉ କରିଥିଲେ। ସେମାନଙ୍କ ଅଭିଯୋଗ, ଯେଉଁମାନେ ଯୁକ୍ତ ଦୁଇ ପରେ ବିଟେକ୍ କରୁଛନ୍ତି, ସେମାନଙ୍କୁ ନିଯୁକ୍ତି ମିଳୁଛି। ମାତ୍ର ଡିପ୍ଲୋମା ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି । କନିଷ୍ଠ ଯନ୍ତ୍ରୀ ଭାବେ ଡିପ୍ଲୋମା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ମିଳିବାର ନିୟମ ଥିଲେ ବି ରାଜ୍ୟରେ କିନ୍ତୁ ଭିନ୍ନ ନିୟମ ରହିଥିବା ଅଭିଯୋଗ କରିଛନ୍ତି ଧାରଣାରତ ଛାତ୍ରଛାତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details