ଓଡିଶା

odisha

ETV Bharat / state

ଫସଲ ଉଜାଡିଲା ହାତୀ, କୋକୁଆ ଭୟରେ ଗ୍ରାମବାସୀ

ଖୋର୍ଦ୍ଧା ପରିଛଳରେ ଗାଁରେ ମାତିଛନ୍ତି ଜଙ୍ଗଲୀ ହାତୀ । 10 ଏକର ଜମିର ପରିବା ଫସଲକୁ ନଷ୍ଟ କରିଦେଇଛନ୍ତି । ସେପଟେ ହାତୀ ଭୟରେ ଗ୍ରାମବାସୀ ।

By

Published : Dec 28, 2019, 1:56 PM IST

jungle elephant
ଫସଲ ଉଜାଡିଲା ହାତୀ, କୋକୁଆ ଭୟରେ ଗ୍ରାମବାସୀ

ଖୋର୍ଦ୍ଧା: ଜିଲ୍ଲାରେ ହାତୀ ଉପଦ୍ରବ । ବ୍ୟାପକ ଫସଲ ନଷ୍ଟ କଲେ ଜଙ୍ଗଲୀ ହାତୀ । ଗତକାଲି 2ଟି ଜଙ୍ଗଲୀ ହାତୀ ଜିଲ୍ଲାର ପରିଛଳ ଗାଁରେ ପଶି ପ୍ରାୟ 10 ଏକର ଜମିର ପରିବା ଫସଲକୁ ନଷ୍ଟ କରିଦେଇଛନ୍ତି । ଏଥିସହ ଧାନ ଗଦାକୁ ମଧ୍ୟ ଦଳାଚକଟା କରିବା ସହ ଅମଳ ହୋଇ ଥୁଆ ହୋଇଥିବା ଧାନବସ୍ତାକୁ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଫସଲ ଉଜାଡିଲା ହାତୀ, କୋକୁଆ ଭୟରେ ଗ୍ରାମବାସୀ

ସେପଟେ, ହାତୀ ଘଉଡାଇବାକୁ ଗ୍ରାମବାସୀ ବନ ବିଭାଗକୁ ବାରମ୍ବାର କହିଥିଲେ ମଧ୍ୟ, ବନ ବିଭାଗ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି । ତେଣୁ ବନ ବିଭାଗ ତୁରନ୍ତ ହାତୀ ନ ଘଉଡାଇଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ହାତୀ ଭୟରେ ଗ୍ରାମବାସୀ ଘରୁ ବାହାରକୁ ବାହାରୁ ନାହାଁନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details