ଓଡିଶା

odisha

By

Published : Dec 1, 2022, 8:21 PM IST

ETV Bharat / state

Make in Odisha Conclave: ସଜ୍ଜନ ଜିନ୍ଦଲଙ୍କ ବଡ ଘୋଷଣା, ଏକ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବ JSW ଷ୍ଟିଲ

ମେକ ଇନ ଓଡିଶା କନକ୍ଲେଭର ଦ୍ବିତୀୟ ଦିନରେ ମେଗା ଶିଳ୍ପପତିମାନଙ୍କ ସମ୍ମିଳନୀ ଆୟୋଜିତ ହୋଇଛି । ଏଥିରେ ବଡ଼ ଘୋଷଣା କରିଛନ୍ତି ଜେଏସଡବ୍ଲ୍ୟୁ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ସଜ୍ଜନ ଜିନ୍ଦଲ । ଓଡିଶାରେ ଆଉ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବେ ବୋଲି ସେ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

Make in Odisha Conclave: ସଜ୍ଜନ ଜିନ୍ଦଲଙ୍କ ବଡ ଘୋଷଣା, ଲକ୍ଷେ ଟଙ୍କାର ପୁଞ୍ଜିନିବେଶ କରିବ JSW ଷ୍ଟିଲ
Make in Odisha Conclave: ସଜ୍ଜନ ଜିନ୍ଦଲଙ୍କ ବଡ ଘୋଷଣା, ଲକ୍ଷେ ଟଙ୍କାର ପୁଞ୍ଜିନିବେଶ କରିବ JSW ଷ୍ଟିଲ

ଭୁବନେଶ୍ୱର: ମେକ ଇନ ଓଡିଶା କନକ୍ଲେଭର ଦ୍ବିତୀୟ ଦିନରେ ମେଗା ଶିଳ୍ପପତିମାନଙ୍କ ସମ୍ମିଳନୀ ଆୟୋଜିତ ହୋଇଛି । ପ୍ଲେନାରୀ ସେସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଛନ୍ତି । ତାଙ୍କ ସହିତ ସାମିଲ ହୋଇଥିଲେ ମିତ୍ତଲ ଗ୍ରୁପର ଏଲଏନ ମିତ୍ତଲ, ବେଦାନ୍ତ ଗ୍ରୁପର ମୁଖ୍ୟ ଅନିଲ ଅଗ୍ରଓ୍ବାଲ, ଟାଟା ଗ୍ରୁପର ପି ଭି ନରେନ୍ଦ୍ରନ, ଜିନ୍ଦଲ ଗ୍ରୁପର ସଜ୍ଜନ ଜିନ୍ଦଲ, ନବୀନ ଜିନ୍ଦଲ ପ୍ରମୁଖ ବ୍ୟବସାୟୀ । ଏହି ଅବସରରେ ସଜ୍ଜନ ଜିନ୍ଦଲ କରିଛନ୍ତି ବଡ ଘୋଷଣା । ଓଡିଶାରେ ଆଉ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ କରିବ ଜେଏସଡବ୍ଲୁ ଷ୍ଟିଲ (JSW Steel) ।

ଏହା ପୂର୍ବରୁ ୨୦୧୮ ମେକ ଇନ ଓଡିଶାରେ ୬୦ ହଜାର କୋଟି ନିବେଶ ଲାଗି ଜେଏସଡବ୍ଲୁ ପ୍ରତିଶ୍ରୁତିବଦ୍ଧ ହୋଇଥିଲା । ସେଥିମଧ୍ୟରୁ ୩୦ ହଜାର କୋଟି ନିବେଶ ହୋଇସାରିଛି । ରାଜ୍ୟରେ ଏକ ସ୍ଥିର ସରକାର ରହିଥିବାରୁ ବଡ ବଡ ଶିଳ୍ପ ଆସିଲେ ହଜାର ହଜାର ଏମଏସଏମଇ ଗଢି ଉଠିବ । ଏହି ଅବସରରେ ଲକ୍ଷ୍ମୀ ନାରାୟଣ ମିତ୍ତଲ କହିଛନ୍ତି, ସେ ବିଜୁ ବାବୁଙ୍କ ସହିତ କାମ କରିଛନ୍ତି । ୧୯୭୮ ରେ ବିଜୁ ବାବୁ ଇଣ୍ଡୋନେସିଆରେ ଥିବା ପ୍ଲାଣ୍ଟକୁ ଉଦଘାଟନ କରିଥିଲେ । ଆଜି ସେ ତାଙ୍କ ପୁଅ ସହିତ ମଞ୍ଚରେ ଥିବାରୁ ଗୌରବାନ୍ବିତ ମନେ କରୁଛନ୍ତି । ୨୦୨୧ରେ ମାତ୍ର ୨ ଘଣ୍ଟା ମଧ୍ୟରେ କେନ୍ଦ୍ରାପଡା ଷ୍ଟିଲପ୍ଲାଣ୍ଟ ପାଇଁ ଏମଓୟୁ ସ୍ବାକ୍ଷରିତ ହୋଇଥିଲା । ମୁଖ୍ୟମନ୍ତ୍ରୀଙ୍କ ଦୁରଦୃଷ୍ଟି ସମ୍ପନ୍ନ ଭିଜନକୁ ସେ ପ୍ରଶଂସା କରିଛନ୍ତି ।

ଏହା ବି ପଢନ୍ତୁ- Make In Odisha Conclave: ରୂପାନ୍ତରିତ ଓଡିଶାର ଚିତ୍ର ଦେଖିଲା ବିଶ୍ୱ

ବେଦାନ୍ତ ଗ୍ରୁପର ମୁଖ୍ୟ ଅନିଲ ଅଗ୍ରଓ୍ବାଲ କହିଛନ୍ତି, "ଗତ ୨୨ ବର୍ଷ ହେଲା ନବୀନ ବାବୁ ଚିତ୍ତାକର୍ଷକ କାମ କରୁଛନ୍ତି । ୮୦ ହଜାର କୋଟି ଟଙ୍କାର ଏକ ପ୍ଲାଣ୍ଟ କରିବା ପାଇଁ ଯୋଜନା ରହିଛି । ଏଥିପାଇଁ ଜମି ନାହିଁ କି ବିଦ୍ୟୁତ ନାହିଁ । କିନ୍ତୁ ଆମ ପଛରେ ଜଣେ ଷ୍ଟ୍ରଙ୍ଗମ୍ୟାନ ଅଛନ୍ତି । ସେ ହେଉଛନ୍ତି ନବୀନ ପଟ୍ଟନାୟକ । ଓଡିଶା କେମିତି ଆଗକୁ ବଢୁଛି ତାହା ଆଜିର ଜନଗହଳିରରୁ ସ୍ପଷ୍ଟ ବାରି ହୋଇପଡୁଛି । ନବୀନ ବାବୁଙ୍କ ପାଇଁ ଏହା ହେଉଛି ଲୋକଙ୍କ ବିଶ୍ବାସ । ସବୁଠି ଏହା ଆଲୋଚନା ହେଉଛି ଶିଶୁ ଠାରୁ ଆରମ୍ଭ କରି ମହିଳା ଆଜି ଓଡିଶାରେ ସୁରକ୍ଷିତ । ଲଗାତାର ୨୨ ବର୍ଷ ଧରି ଆମେ ନବୀନ ସରକାର ସହିତ କାମ କରୁଛୁ ଆମର କିଛି ଅସୁବିଧା ହୋଇନାହିଁ" ବୋଲି ସେ କହିଛନ୍ତି ।



ଟାଟା ଗ୍ରୁପର ପି ଭି ନରେନ୍ଦ୍ର କହିଛନ୍ତି , "ଓଡିଶାରେ ଟାଟା ଷ୍ଟିଲ, ଟିସିଏସ, ଟାଟା ପାଓ୍ବାର, ହୋଟେଲ୍ସ ଏବଂ ଟାଟା କଂଜମର ପ୍ରଡକ୍ଟରେ ବ୍ୟବସାୟ କରୁଛି । ୫୦ ହଜାର ପରୋକ୍ଷରେ ଏବଂ ୫୦ ହଜାର ପ୍ରତ୍ୟକ୍ଷରେ ନିଯୁକ୍ତି ପାଇଛନ୍ତି । ଗତ ୫ ବର୍ଷରେ ଆମେ ୭୫ ହଜାର କୋଟି ବିନିଯୋଗ କରିଛୁ । ଆଶା କରୁଛୁ ଆଗକୁ ଏହା ଆହୁରି ବଢିବ ।" ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯାଜପୁର କଳିଙ୍ଗନଗର ସ୍ଥିତ ଜିନ୍ଦଲ ଷ୍ଟେଲନେସ ଷ୍ଟିଲ ପାର୍କକୁ ଉଦଘାଟନ କରିଥିଲେ । ଏଥିସହ ଝାରସୁଗୁଡାରେ ବେଦାନ୍ତ ଆଲୁମିନା ପାର୍କ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ଶିଳ୍ପ ମହାକୁମ୍ଭ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details