ଖୋର୍ଦ୍ଧା: ବୋଲଗଡ ବ୍ଳକ ଅସରଳାଦଳ ପଞ୍ଚାୟତରେ କାର୍ଯ୍ୟ କରୁଥିବା ଗ୍ରାମରୋଜଗାର ସାଥୀ (ଜିଆରଏସ୍)ଙ୍କର ବଦଳି ବାତିଲ ଦାବିରେ ଧାରଣା । ବ୍ଳକ କାର୍ଯ୍ୟାଳୟ ପରିସରରେ ଧାରଣାରେ ବସିଲେ ଅସରଳା ପଞ୍ଚାୟତର ସରପଞ୍ଚ ଫକୀର ଚରଣ ସ୍ଵାଇଁଙ୍କ ସମେତ କେତେକ ଜବକାର୍ଡଧାରୀ । ବଦଳି ବାତିଲର ପ୍ରତିଶ୍ରୁତି ପାଇବା ପରେ ହଟିଲା ଧାରଣା ।
ଅସରଳାଦଳ ଗ୍ରାମ ପଞ୍ଚାୟତର କାର୍ଯ୍ୟରତ ଜିଆରଏସ୍ ଯଶୋଦା ଦେଇଙ୍କୁ ଦଳେଇ ସାହି ପଞ୍ଚାୟତକୁ ବଦଳି କରାଯାଇଥିଲା । ହେଲେ ବଦଳି ବାତିଲ ସହ ତାଙ୍କୁ ପୁନଃ ଅବସ୍ଥାପିତ କରିବା ଦାବିରେ ସ୍ଥାନୀୟ ସରପଞ୍ଚଙ୍କ ସହ ଜବକାର୍ଡ ହିତାଧିକାରୀ ମାନେ ଧାରଣା ଦେଇଥିଲେ । ପରେ ବିଡିଓ ଧାରଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିଥିଲେ ।