ଖୋର୍ଦ୍ଧା: ସାମ୍ବାଦିକଙ୍କୁ ଆକ୍ରମଣ। ନିଶା ବେପାରୀଙ୍କ ଆକ୍ରମଣର ଶିକାର ହେଲେ ସାମ୍ବାଦିକ । ଖୋର୍ଦ୍ଧା ଜିଲ୍ଲାରେ ନିଶା କାରବାରକୁ ବିରୋଧ କରିବାରୁ ଏଭଳି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ ଖୋର୍ଦ୍ଧାର ସମ୍ବାଦିକ ପ୍ରକାଶ ହାତୀ ନିଜ ଗ୍ରାମରୁ ଖୋର୍ଦ୍ଧା ଆସୁଥିବା ବେଳେ ରାସ୍ତାରେ ଆତର୍କିତ ଭାବରେ କିଛି ଯୁବକ ନିଶାସକ୍ତ ଅବସ୍ଥାରେ ଆସି ତାଙ୍କୁ ଛୁରୀ ଦ୍ବାରା ଆକ୍ରମଣ କରିଛନ୍ତି । ଆକ୍ରମଣରେ ପ୍ରକାଶଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଛି । ଏହାପରେ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପୂର୍ବରୁ ନିଶା କାରବାରକୁ ବିରୋଧ କରିବାରୁ ଆକ୍ରମଣ କରାଯାଇଥିବା କହିଛନ୍ତି ।