ଓଡିଶା

odisha

ETV Bharat / state

କାର୍ଯ୍ୟରତ ସାମ୍ବାଦିକାଙ୍କୁ ଆକ୍ରମଣ: ଖୋର୍ଦ୍ଧାରେ ସାମ୍ବାଦିକଙ୍କ ବିରୋଧ - ଖୋର୍ଦ୍ଧାରେ ସାମ୍ବାଦିକ ଆନ୍ଦୋଳନ

କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ସାରା ରାଜ୍ୟରେ ସାମ୍ବାଦିକ ଆନ୍ଦୋଳନ ଚାଲିଥିବା ବେଳେ ଖୋର୍ଦ୍ଧାରେ ମଧ୍ୟ ଆନ୍ଦୋଳନ କରିଛନ୍ତି ସାମ୍ବାଦିକ । ଅଧିକ ପଢ଼ନ୍ତୁ...

journalist protests in khurdha, attack on journalist, demand of journalist protection, ସାମ୍ବାଦିକଙ୍କୁ ଆକ୍ରମଣ, ଖୋର୍ଦ୍ଧାରେ ସାମ୍ବାଦିକ ଆନ୍ଦୋଳନ, କାର୍ଯ୍ୟରତ ସାମ୍ବାଦିକାଙ୍କୁ ଆକ୍ରମଣ
ଖୋର୍ଦ୍ଧାରେ ସାମ୍ବାଦିକ ଆନ୍ଦୋଳନ

By

Published : Dec 30, 2019, 11:57 PM IST

ଖୋର୍ଦ୍ଧା: ଗତ 28 ତାରିଖ ସନ୍ଧ୍ୟାରେ ଭୁବନେଶ୍ବର ଏସପ୍ଲାନେଡ ମଲରେ କାର୍ଯ୍ୟରତ ଜେଣେ ମହିଳା ସାମ୍ବାଦିକା ଏବଂ ତାଙ୍କ କ୍ୟାମେରା ମ୍ୟାନଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାକୁ ନେଇ ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ମାନେ ନିନ୍ଦା କରିଛନ୍ତି ।

ଖୋର୍ଦ୍ଧାରେ ସାମ୍ବାଦିକ ଆନ୍ଦୋଳନ

ଏହି ପରିପ୍ରେକ୍ଷୀରେ ସୋମବାର ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସାମ୍ବାଦିକ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟରେ ଏକତ୍ରିତ ହୋଇ ରାଜ୍ୟରେ ସମ୍ବାଦିକ ସୁରକ୍ଷା ଆଇନ ଦାବି କରିଥିଲେ । ଏହାସହ କାର୍ଯ୍ୟରତ ସାମ୍ବାଦିକାଙ୍କ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ଏକ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details