ଖୋର୍ଦ୍ଧା/ଗଜପତି: ତେଜିଲା ସାମ୍ବାଦିକଙ୍କ ଆନ୍ଦୋଳନ । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଜୈନିକ ଗଣମାଧ୍ୟମର କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ର୍ଦୁବ୍ୟବହାର ଘଟଣାକୁ ଶୁକ୍ରବାର ଖୋର୍ଦ୍ଧା ସାମ୍ବାଦିକ ସଂଘ , ଓୟୁଜେ ଏବଂ ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ନିନ୍ଦା କରାଯିବା ସହ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସାଂସଦଙ୍କ କୁଶପତ୍ତଳିକା ଦାହ କରାଯାଇଛି ।
ଏଥିସହ ସାସଂଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ସାମ୍ବାଦିକ ସୁରକ୍ଷା ଆଇନ ଆଣିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।