ଖୋର୍ଦ୍ଧା: ବୋତଲ ଭିତରେ ବାଇଡେନ । ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ନୂତନ ରାଷ୍ଟ୍ରପତି ଭାବରେ ଶପଥ ନେବେ ଜୋ ବାଇଡେନ । ସାରା ବିଶ୍ବ ଶୁଭେଚ୍ଛା ଜଣାଉ ଥିବାବେଳେ ଖୋର୍ଦ୍ଧା ଜଟଣୀ ଅଞ୍ଚଳର ଶିଳ୍ପୀ ଏଲ ଇଶ୍ବର ରାଓ ତାଙ୍କୁ ନିଆର କଳାକୃତି ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି । ବୋତଲ ଭିତରେ ବାଇଡେନ ସୂକ୍ଷ୍ମ କଳାକୃତି କରି ଶୁଭେଚ୍ଛା ଜଣାଇଛନ୍ତି ।
ସବୁବେଳେ ନୂଆ କିଛି କରିବାର ଆଗ୍ରହ ତାଙ୍କୁ ଆଣିଦେଇଛି ପ୍ରସିଦ୍ଧି । ସବୁବେଳେ ସୂକ୍ଷ୍ମ କଳାକୃତି କରି ଚର୍ଚ୍ଚାରେ ଥିବା ଏଲ ଇଶ୍ବର ରାଓ ଏଥର ତାଙ୍କ କଳା ମାଧ୍ୟମରେ ଦେଖାଇଛନ୍ତି କରିସ୍ମା । ଆମେରିକାର ନୂତନ ରାଷ୍ଟ୍ରପତି ବାଇଡେନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଥିବା ବେଳେ ଶିଳ୍ପୀ ତାଙ୍କୁ ଏକ ବୋତଲ ମାଧ୍ୟମରେ ସୂକ୍ଷ୍ମ କଳାକୃତି କରି ସ୍ବାଗତ ଜଣାଇଛନ୍ତି ।