ଓଡିଶା

odisha

ETV Bharat / state

ପାଞ୍ଚଟି ପ୍ରଶ୍ନ ନେତାଙ୍କୁ: ଖୋର୍ଦ୍ଧା ସ୍ବାଧୀନ ପ୍ରାର୍ଥୀ ଜିତେନ୍ଦ୍ର ପ୍ରଧାନ - programme

ଦଳୀୟ ଚିହ୍ନ ନୁହେଁ, ସ୍ବାଧିନ ପ୍ରାର୍ଥୀ ଭାବରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ଜିତେନ୍ଦ୍ର ପ୍ରଧାନ। ଖୋର୍ଦ୍ଧା ବିଧାନସଭା ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

By

Published : Apr 10, 2019, 9:26 AM IST

ଖୋର୍ଦ୍ଧା: ନିର୍ବାଚନ ଯେତିକି ପାଖେଇ ଆସୁଛି ନେତାମାନେ ସେତିକି ଲୋକଙ୍କ ନିକଟତର ହେବାକୁ ଆପଣେଇଛନ୍ତି ନୂଆ ନୂଆ ଫର୍ମୁଲା। କେମିତି ଓ କିପରି ଭୋଟ ହାତେଇବେ ସେନେଇ ପ୍ରସ୍ତୁତ କରୁଛନ୍ତି ରଣନୀତି। ଚଳିତ ନିର୍ବାଚନରେ ପ୍ରାର୍ଥୀମାନେ ନିଜ ପ୍ରତିଦ୍ବନ୍ଦୀଙ୍କ ଦୁର୍ନୀତିକୁ ଲୋକଲୋଚନକୁ ଆଣି ନିଜ ସପକ୍ଷରେ ଭୋଟ ହାତେଇବା ପାଇଁ କରୁଛନ୍ତି ଜୋରସୋର ପ୍ରୟାସ। ସ୍ଥାନୀୟ ଅଞ୍ଚଳର ସମସ୍ୟାକୁ ମୁଦ୍ଦା କରି ନିର୍ବାଚନୀ ବୈତରଣୀ ପାର ହେବାକୁ ଆଶା ରଖିଛନ୍ତି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ପାର୍ଥୀ ଜିତେନ୍ଦ୍ର ପ୍ରଧାନ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧ

ଇଟିଭି ଭାରତର ପାଞ୍ଚଟି ପ୍ରଶ୍ନ ନେତାଙ୍କୁ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ କହିଛନ୍ତି, ଖୋର୍ଦ୍ଧାରେ ଶିଳ୍ପାଞ୍ଚଳ ଅଛି। କିନ୍ତୁ ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ନାହିଁ। ଏଠାରେ ଡାକ୍ତରଖାନା ଅଛି କିନ୍ତୁ ଡାକ୍ତର ନାହାଁନ୍ତି। ସହରରେ ଟ୍ରାଫିକ ସମସ୍ୟା , ଟାଙ୍ଗିକୁ ଏନଏସି ମାନ୍ୟତା , ଭୂଷଣ୍ଡପୁର ଅଞ୍ଚଳକୁ ସ୍ୱଚ୍ଛ ପାନୀୟ ଜଳ ଭଳି ସମସ୍ୟାକୁ ମୁଦ୍ଦା କରିବେ ବୋଲି କହିଛନ୍ତି ଜିତେନ୍ଦ୍ର। ସେହିପରି ଖୋର୍ଦ୍ଧାକୁ ଏକ ସମୃଦ୍ଧ ସହର ଭାବେ ଗଢିତୋଳିବାକୁ ଲକ୍ଷ ରଖିଥିବା ବେଳେ ଅଞ୍ଚଳର ବିକାଶକୁ ପ୍ରାଧାନ୍ୟ ଦେବାପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details