ଓଡିଶା

odisha

ଝାରସୁଗୁଡା ଉପନିର୍ବାଚନ, ମୈଦାନକୁ ଓହ୍ଲାଇବେ ହେଭିଓ୍ୱେଟ୍ ନେତା

ଝାରସୁଗୁଡା ଉପନିର୍ବାଚନକୁ ନେଇ ସରଗରମ ରାଜନୀତି । କମ୍ପୁଛି ମୈଦାନ । ପ୍ରାର୍ଥୀକୁ ଜିତେଇବା ପାଇଁ ମୈଦାନ ଓହ୍ଲାଇବେ ହେଭିଓ୍ୱେଟ୍ ନେତା । ଅଧିକ ପଢ଼ନ୍ତୁ

By

Published : May 4, 2023, 8:41 PM IST

Published : May 4, 2023, 8:41 PM IST

ପ୍ରାର୍ଥୀକୁ ଜିତେଇବା ପାଇଁ ମୈଦାନ ଓହ୍ଲାଇବେ ହାଇଭୋଲ୍ଟ ନେତା
ପ୍ରାର୍ଥୀକୁ ଜିତେଇବା ପାଇଁ ମୈଦାନ ଓହ୍ଲାଇବେ ହାଇଭୋଲ୍ଟ ନେତା

ମୈଦାନକୁ ଓହ୍ଲାଇବେ ହେଭିଓ୍ୱେଟ୍ ନେତା

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନକୁ ନେଇ କମ୍ପୁଛି ମୈଦାନ । ଲାଗିଛି ଷ୍ଟାର ପ୍ରଚାରକଙ୍କ ମେଳି । ଉପନିର୍ବାଚନ ପୂର୍ବରୁ ରୋଡ଼ ସୋକୁ ଓଲ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେଡି ପ୍ରାର୍ଥୀ ଦୀପାଳି ଦାଶଙ୍କ ପାଇଁ ଭୋଟ ମାଗିବେ ନବୀନ । ନିଜ ନିଜ ପ୍ରାର୍ଥୀଙ୍କୁ ବିଜୟ ମୁକୁଟ ପିନ୍ଧେଇବା ପାଇଁ ଷ୍ଟାର ପ୍ରଚାରକ ଡୋର ଟୁ ଡୋର କ୍ୟାମ୍ପେନ କରୁଛନ୍ତି । ବିଜେଡି ନିଜ ଗଡକୁ ହତେଇବା ପାଇଁ ଉଦ୍ୟମ କରୁଥିବା ବେଳ କଂଗ୍ରେସ ଏବଂ ବିଜେପି ମଧ୍ୟ ଅଣ୍ଟା ଭିଡିଛନ୍ତି ।


ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦର କହିଛନ୍ତି, ‘‘ଶେଷ ତିନିଦିନ ଦଳ ପକ୍ଷରୁ ହାଇଭୋଲ୍ଟେଜ ପ୍ରଚାର କରାଯିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାଇଁ ଜନସାଧାରଣଙ୍କୁ ଅପିଲ କରିବେ । ଏହାସହ ବିଜେପିର ଅନ୍ୟାନ୍ୟ ନେତାମନ୍ତ୍ରୀ ମଧ୍ୟ ପ୍ରଚାରରେ ଭାଗନେବେ । କେନ୍ଦ୍ରମନ୍ତ୍ରୀ ୭ ତାରିଖରେ ରୋଡ ସୋ, ରାଲିର ପ୍ରୋଗ୍ରାମ ରହିଛି । କେନ୍ଦ୍ରିୟ ପ୍ରଭାରି ପୁରେନ୍ଦେଶ୍ୱରୀ ମଧ୍ୟ ଜୋରସୋରରେ ପ୍ରଚାର କରୁଛନ୍ତି ।’’

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି, ‘‘ଉପନିର୍ବାଚନ ପାଇଁ କଂଗ୍ରେସ ମଧ୍ୟ ପୁର୍ଣ୍ଣ ପ୍ରସ୍ତୁତ । ବରିଷ୍ଠ କଂଗ୍ରେସ ନେତାମାନେ ଝାଡ଼ସୁଗୁଡା ଗସ୍ତ କରିସାରିଲେଣି । କଂଗ୍ରେସର ଟିମ ତାଙ୍କ ଗାଁ ପୁଅକୁ ଜିତାଇବା ପାଇଁ ଯାଉଛନ୍ତି । କିନ୍ତୁ ବିଜେପି ଓ ବିଜେଡି ନେତା ଭଡାଟିଆ ନେତାଙ୍କୁ ଜିତେଇବା ପାଇଁ ଅର୍ଥ ବଣ୍ଟା ଆରମ୍ଭ କରିଥିବା ଅଭିଯୋଗ କରିଛନ୍ତି । ଝାରସୁଗୁଡାରେ ବିଜେଡି ସହ କଂଗ୍ରେସର ଲଢେଇ ହେବ। ରାଜନୈତିକ ହିଂସା ଆରମ୍ଭ କରୁଛି ବିଜେପି । ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ । ୟୁପିରେ ବିଜେପି ଦଙ୍ଗା କରିଛି । ଓଡ଼ିଶାରେ ଏବେ ଲୋକେ ବିଜେପି ବିଜେଡି ଠାରୁ ମୁଁହ ଫେରାଇ ଲେଣି। ତେଣୁ କଂଗ୍ରେସ ହିଁ ଏକମାତ୍ର ଭରଷା ଭୋଟରମାନଙ୍କର ପାଇଁ । ଅର୍ଥ ବଳ ବାହୁ ବଳ କାମ ଦେବନି।’’

ଏହାସହ ସୁରେଶ ରାଉତରାୟ କହିଛନ୍ତି, ‘‘କଂଗ୍ରେସ ପିସିସି ସଭାପତି ଶରତ ପଟନାୟକଙ୍କ ନେତୃତ୍ୱରେ ପ୍ରଚାର କୁ ଜୋରଦାର ଚାଲିଛି । ବିଭିନ୍ନ ଯୋନରେ ବିଧାୟକମାନେ ଲୋକଙ୍କ ସହ ମିଶି କଂଗ୍ରେସ ପ୍ରାର୍ଥୀ ତରୁଣଙ୍କ ସପକ୍ଷରେ ଭୋଟ ମାଗୁଛନ୍ତି । ବିଧାୟକ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତି, ଅଧିରାଜ ପାଣିଗ୍ରାହୀ ଏବଂ ଅନ୍ୟ ବିଧାୟକମାନେ ପ୍ରଚାର କରିବେ। ଜନମତକୁ ଉଭୟ ଦଳ ଅର୍ଥ ଲୋଭରେ କିଣିବାକୁ ପ୍ରୟାସ କରୁଛନ୍ତି ହେଲେ ଏ ନିର୍ବାଚନ ପ୍ରସଙ୍ଗ ଭିତ୍ତିକ ହେବ ।’’

ଇଟିଭି ଭରତ, ଭୁବନେଶ୍ବର

ABOUT THE AUTHOR

...view details