ଓଡିଶା

odisha

ETV Bharat / state

MLA Dipali Das Takes oath: ଝାରସୁଗୁଡା ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ

ଶପଥ ନେଇଛନ୍ତି ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ । ଉପ-ବାଚସ୍ପତି ରଜନୀକାନ୍ତ ଦୀପାଳିଙ୍କୁ ଶପଥ ପାଠ କରାଇଛନ୍ତି । ଉପ-ବାଚସ୍ପତିଙ୍କ ପ୍ରକୋଷ୍ଠରେ ଶପଥ ଗ୍ରହଣ ସମାରୋହ ହୋଇଛି । ଅଧିକ ପଢନ୍ତୁ

By

Published : May 15, 2023, 11:45 AM IST

Updated : May 15, 2023, 12:23 PM IST

Jharsuguda MLA Deepali Das takes oath
ଝାରସୁଗୁଡା ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ

ଝାରସୁଗୁଡା ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ

ଭୁବନେଶ୍ବର: ଓଡିଶା ବିଧାନସଭାରେ ଯୁବ ବିଧାୟିକା ଦୀପାଳି ଦାସଙ୍କ ନୂଆ ଇନିଂସ ଆରମ୍ଭ ହୋଇଛି । ଝାରସୁଗୁଡା ବିଧାୟିକା ଭାବେ ଦୀପାଳି ଦାସ ଶପଥ ନେଇଛନ୍ତି । ଉପନିର୍ବାଚନ ଜିତିବା ପରେ ଆଜି (ସୋମବାର) ବିଧାନସଭାରେ ଶପଥ ନେଇଛନ୍ତି ନବ ନିର୍ବାଚିତ ବିଧାୟିକା ଦୀପାଳି ଦାସ । ଦୀପାଳିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ଉପ-ବାଚସ୍ପତି ରଜନୀକାନ୍ତ ସିଂ । ଉପ-ବାଚସ୍ପତିଙ୍କ ପ୍ରକୋଷ୍ଠରେ ଶପଥ ଗ୍ରହଣ ସମାରୋହ ହୋଇଛି ।

ଗତ ମେ 10 ତାରିଖରେ ହୋଇଥିବା ଝାରସୁଗୁଡା ଉପନିର୍ବାଚନରେ ପ୍ରତିନ୍ଦ୍ବନ୍ଦୀଙ୍କୁ ମାତ ଦେଇ ବିଜୟୀ ହୋଇଥିଲେ ଦୀପାଳି ଦାସ । ଶପଥ ଗ୍ରହଣ ସମାରୋହରେ ଦୀପାଳିଙ୍କ ମାଆ ଭାଇଙ୍କ ସମେତ ମନ୍ତ୍ରୀ ରିତା ସାହୁ, ରାଜସ୍ବ ମନ୍ତ୍ରୀ ପ୍ରମିଳା ସାହୁ ଓ ଅନେକ ବରିଷ୍ଠ ନେତା ଉପସ୍ଥିତ ଥିଲେ । ଉପନିର୍ବାଚନରେ 48 ହଜାରରୁ ଊର୍ଦ୍ଧ୍ବ ଭୋଟରେ ଜିତିଥିଲେ ଦୀପାଳି ।

ବିଧିବଦ୍ଧ ଭାବେ ଶପଥ ନେବା ପରେ ପ୍ରତିକ୍ରିୟା ରଖି ଦୀପାଳି କହିଛନ୍ତି, ''ସାମ୍ବିଧାନିକ ନୀତି ନିୟମ ଅନୁସାରେ ଆଜି ଶପଥ ନେଇଛି । ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଲୋକଙ୍କ ସ୍ବପ୍ନ ପୂରଣ କରିବି । ସବୁବେଳେ ଝାରସୁଗୁଡାବାସୀଙ୍କ ସେବାରେ ରହିବି । ବାପାଙ୍କ ସ୍ବପ୍ନ ଥିଲା ନୂଆ ଝାରସୁଗୁଡା ନିର୍ମାଣ । ନିଷ୍ଠାର ସହ କାମ କରି ବାପାଙ୍କ ସ୍ବପ୍ନ ପୂରଣ କରିବି ।''

ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ବମ୍ପର ବିଜୟ ହାସଲ କରିଥିଲେ । ବାପାଙ୍କୁ ଟପି 48 ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ଦୀପାଳି । ସେ 1 ଲକ୍ଷ 7 ହଜାର 198 ଖଣ୍ଡ ଭୋଟ ପାଇଥିଲେ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ 58 ହଜାର 477 ଭୋଟ ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମାତ୍ର 4 ହଜାର 496 ଶହ ଭୋଟ ପାଇଥିଲେ । ଭୋଟ ଗଣତିର ସମସ୍ତ ରାଉଣ୍ଡରେ ଆଗୁଆ ରହିଥିଲେ ଦୀପାଳି ସର୍ବଶେଷରେ ବିଜୟ ମୁକୁଟ ପିନ୍ଧିଥିଲେ । ଗତକାଲି (ରବିବାର) ସେ ଝାରସୁଗୁଡାରୁ ଭୁବନେଶ୍ବରରେ ପହଞ୍ଚିଥିଲେ । ଏହା ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ଭେଟିିଥିଲେ ।

ଏହା ବି ପଢନ୍ତୁ...Jharsuguda By poll Results: ଦୀପାଳିଙ୍କ ବୃହତ ବିଜୟ, ଭାଙ୍ଗିଲେ ବାପାଙ୍କ ରେକର୍ଡ

ଏହା ବି ପଢନ୍ତୁ...CM Race: କିଏ ହେବ କର୍ଣ୍ଣାଟକ କିଙ୍ଗ୍‌ ? ଜନ୍ମଦିନରେ ଶିବକୁମାରଙ୍କୁ ଉପହାର ଦେବ କି କଂଗ୍ରେସ

ପ୍ରକାଶଥାଉ କି, ଗତ ଜାନୁଆରୀ 29 ତାରିଖରେ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଦେହାନ୍ତ ହୋଇଥିଲା । ଏହା ପରେ ଖାଲି ପଡିଥିବା ଝାରସୁଗୁଡା ଆସନ ପାଇଁ ମେ 10 ତାରିଖରେ ଉପନିର୍ବାଚନ ନେଇ ଭୋଟ ଗ୍ରହଣ ହୋଇଥିଲା । ବିଜେଡି ନବ କିଶୋର ଦାସଙ୍କ ଝିଅ ଦୀପାଳିଙ୍କୁ ଟିକେଟ ଦେଇଥିବା ବେଳେ ବିଜେପି ଟଙ୍କଧର ତ୍ରିପାଠୀ ଓ କଂଗ୍ରେସ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଥିଲା । ମେ 13 ତାରିଖରେ ଫଳାଫଳ ପ୍ରକାଶ ପାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 15, 2023, 12:23 PM IST

ABOUT THE AUTHOR

...view details