ଓଡିଶା

odisha

ETV Bharat / state

ବିଧାନସଭାରେ ଦୀପାଳିଙ୍କ ପ୍ରଥମ ଦିନ, ବାପାଙ୍କ ସିଟ୍ ଦେଖି ହେଲେ ଭାବବିହ୍ୱଳ

ମୌସୁମୀ ଅଧିବେଶନରେ ପ୍ରଥମ ଦିନରେ ପ୍ରଥମ ଥର ବିଧାନସଭାରେ ଯୋଗ ଦେଇଛନ୍ତି ଦୀପାଳି । ବାପାଙ୍କ ସିଟ୍ ଦେଖି ହେଲେ ଭାବବିହ୍ୱଳ ହୋଇଥିବା କହିଛନ୍ତି । ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 22, 2023, 5:32 PM IST

deepali das remembers her father
ବାପାଙ୍କ ସିଟ୍ ଦେଖି ଭାବବିହ୍ୱଳ ହେଲେ ଦୀପାଳି

ବାପାଙ୍କ ସିଟ୍ ଦେଖି ଭାବବିହ୍ୱଳ ହେଲେ ଦୀପାଳି

ଭୁବନେଶ୍ବର:ନିର୍ବାଚିତ ହେବା ପରେ ପ୍ରଥମ ଥର ପାଇଁ ବିଧାନସଭାରେ ପାଦ ଥାପିଛନ୍ତି ଦୀପାଳି ଦାସ । ମୌସୁମୀ ଅଧିବେଶନରେ ପ୍ରଥମ ଦିନରେ ବିଧାନସଭାରେ ଯୋଗ ଦେଇଛନ୍ତି ଦୀପାଳି । ବାପା ସ୍ବର୍ଗତ ନବ ଦାସଙ୍କ କଥାକୁ ମନେ ପକାଇ ସେ ଭାବବିହ୍ୱଳ ହୋଇପଡ଼ିଥିବା କହିଛନ୍ତି । ତେବେ ବିଧାୟିକା ଭାବେ ନିର୍ବାଚିତ ହେବା ପରେ ପ୍ରଥମ କରି ବିଧାନସଭା ଅଧିବେଶନରେ ଯୋଗ ଦେଇଛନ୍ତି ଦିବଙ୍ଗତ ବିଧାୟକ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସ । ନମସ୍କାର କରି ବିଧାନସଭାକୁ ପ୍ରବେଶ କରିଛନ୍ତି ଦୀପାଳି ଦାସ ।

ଦୀପାଳି କହିଛନ୍ତି, "ଆଜି ମୋ ପରିବାର ଓ ମୋ ପାଇଁ ଗର୍ବ ଓ ଗୌରବ ଦିନ । ବିଧାନସଭା ହେଉଛି ଆମ ପାଇଁ ମନ୍ଦିର । ବିଧାନସଭା ଆସି ଆଜି ବହୁତ ଭାବବିହ୍ଵଳ ହେଲି । ମୋ ବାପ ଯେଉଁ ଆସନରେ ବସୁଥିଲେ ତାହାକୁ ଦେଖିଲି । ବାପା ବସୁଥିବା ସିଟ୍ ଦେଖି ମୁଁ ବହୁତ ଭାବବିହ୍ଵଳ ହୋଇଗଲି । ବାପାଙ୍କ କଥା ବହୁତ ମନେ ପଡ଼ିଲା । ମୋ ବାପା ଚାହୁଁଥିଲେ ମୁଁ ବି ତାଙ୍କ ପରି ଲୋକଙ୍କ ପାଇଁ ସ୍ୱର ଉଠାଏ । ଲୋକଙ୍କ ଲାଗି କାମ କରେ । ଆଜି ମୁଁ ବିଧାନସଭା ଆସିଛି । କିନ୍ତୁ ଏହା ଦେଖିବାକୁ ବାପା ନାହାନ୍ତି ।"

ଏହା ବି ପଢନ୍ତୁ...Assembly Monsoon Session: ଦିବଙ୍ଗତ ନେତା ଓ ଶହୀଦଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ, ୫ଟା ଯାଏଁ ଗୃହ ମୁଲତବୀ

ଏହା ବି ପଢନ୍ତୁ...ବାଚସ୍ପତି ଭାବେ ପ୍ରମିଳା ମଲ୍ଲିକ ନିର୍ଦ୍ବନ୍ଦରେ ନିର୍ବାଚିତ


ସେ ଆହୁରି ମଧ୍ୟ କହିଛନ୍ତି, "ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ବରିଷ୍ଠ ନେତାମାନଙ୍କୁ ଭେଟିଛି । ଆଶୀର୍ବାଦ ନେଇଛି । ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେବା ସହ ସମସ୍ତ ମହିଳା ବିଧାୟିକାଙ୍କୁ ମଧ୍ୟ ଭେଟିଛି ।" ତେବେ ନବ କିଶୋର ଦାସଙ୍କ ଦେହାନ୍ତ ପରେ ଝାରସୁଗୁଡାରେ ହୋଇଥିଲା ଉପ ନିର୍ବାଚନ । ଝାରସୁଗୁଡ଼ା ବିଧାନସଭା ଆସନରୁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ଦୀପାଳି ଦାସ । ବିଜେପିର ଟଙ୍କଧର ତ୍ରିପାଠୀଙ୍କୁ ବହୁ ଭୋଟ ବ୍ୟବଧାନରେ ହରାଇ ସେ ବାଜିମାତ କରିଥିଲେ । ସେହିପରି ମୌସୁମୀ ଅଧିବେଶନରେ ସାମିଲ ହେବାକୁ ପ୍ରଥମ ଥର ପାଇଁ ବିଧାନସଭା ଆସି ଭାବବିହ୍ବଳ ହୋଇଛନ୍ତି ଦୀପାଳି । ଏହି ପରିପ୍ରେକ୍ଷୀରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେଡି ବିଧାୟିକା ଦୀପାଳି ଦାସ ।


ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details