ଓଡିଶା

odisha

ETV Bharat / state

ଝାରସୁଗୁଡା ବ୍ୟାଟେଲ; ବାପାଙ୍କଠୁ ବଡ ବ୍ୟବଧାନରେ ଦୀପାଳିଙ୍କ ବିଜୟ - ଦୀପାଳିଙ୍କ ବିଜୟ

ଦୀପାଳି ଦାସ ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି । ୨୦୧୯ରେ ନବ କିଶୋର ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ଜିତିଥିଲେ । ହେଲେ ଦୀପାଳି ୪୮୭୨୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ୨୦୧୯ ବିଧାନସଭା ନିର୍ବାଚନରେ ନବ କିଶୋର ଦାସ ମୋଟ ୯୮୬୨୦ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିବାବେଳେ ତାଙ୍କ ଭୋଟ ପ୍ରତିଶତ ଥିଲା ୫୫.୯୭ । ଅଧିକ ପଢନ୍ତୁ

ଝାରସୁଗୁଡା ବ୍ୟାଟେଲ; ବାପାଙ୍କ ଠାରୁ ବଡ ବ୍ୟବଧାନରେ ଦୀପାଳିଙ୍କ ବିଜୟ
ଝାରସୁଗୁଡା ବ୍ୟାଟେଲ; ବାପାଙ୍କ ଠାରୁ ବଡ ବ୍ୟବଧାନରେ ଦୀପାଳିଙ୍କ ବିଜୟ

By

Published : May 13, 2023, 6:51 PM IST

Updated : May 13, 2023, 7:30 PM IST

ବାପାଙ୍କଠୁ ବଡ ବ୍ୟବଧାନରେ ଦୀପାଳିଙ୍କ ବିଜୟ
ଝାରସୁଗୁଡା ବ୍ୟାଟେଲ; ବାପାଙ୍କ ଠାରୁ ବଡ ବ୍ୟବଧାନରେ ଦୀପାଳିଙ୍କ ବିଜୟ

ଭୁବନେଶ୍ବର: ପ୍ରକାଶ ପାଇଛି ଝାରସୁଗୁଡା ବିଧାନସଭା ଉପନିର୍ବାଚନର ଫଳାଫଳ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଏକ ବୃହତ ବ୍ୟବଧାନରେ ବିଜୟ ହାସଲ କରିଛନ୍ତି । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮୭୨୧ ଖଣ୍ଡ ଭୋଟରେ ବ୍ୟବଧାନରେ ହରାଇଛନ୍ତି ଦୀପାଲି ଦାସ । ଦୀପାଳି ଦାସ ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି ।

ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିବାବେଳେ ପ୍ରଥମରୁ ହିଁ ଆଗରେ ରହିଥିଲେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ । ଶେଷ ଯାଏଁ ନିଜର ସ୍ଥିତି ବଜାୟ ରଖିଛନ୍ତି । ସମସ୍ତ ରାଉଣ୍ଡରେ ଗଣତି ସରିଥିବାବେଳେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ମିଳିଛି ୧୦୭୧୯୮ ଖଣ୍ଡ ଭୋଟ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୫୮୪୭୭ ଖଣ୍ଡ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମାତ୍ର ୪୪୯୬ ଖଣ୍ଡ ଭୋଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଝାରସୁଗୁଡ଼ାରେ ବିଜେଡି ବଡ ବ୍ୟବଧାନରେ ବିଜୟ ହୋଇଥିବାବେଳେ ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୪୮୭୨୧ ଖଣ୍ଡ ଭୋଟରେ ଜିତିଛନ୍ତି ଦୀପାଲି ଦାସ । ନୋଟାକୁ ମିଳିଛି ୨୦୭୪ ଖଣ୍ଡ ଭୋଟ ।

ଏହାବି ପଢନ୍ତୁ- Karnataka Election Results: ଦୁର୍ବଳ କଂଗ୍ରେସଠୁ କେମିତି ହାରିଲା ଶକ୍ତିଶାଳୀ ବିଜେପି ?

ଦୀପାଳି ଦାସ ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି । ୨୦୧୯ରେ ନବ କିଶୋର ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ଜିତିଥିଲେ । ହେଲେ ଦୀପାଳି ୪୮୭୨୧ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ୨୦୧୯ ବିଧାନସଭା ନିର୍ବାଚନରେ ନବ କିଶୋର ଦାସ ମୋଟ ୯୮୬୨୦ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିବାବେଳେ ତାଙ୍କ ଭୋଟ ପ୍ରତିଶତ ଥିଲା ୫୫.୯୭ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଗତଥରର ବିଜେପି ପ୍ରାର୍ଥୀ ଦିନେଶ ଜୈନଙ୍କଠାରୁ ମଧ୍ୟ ଅଧିକ ଭୋଟ ପାଇବାରେ ସକ୍ଷମ ହୋଇଛନ୍ତି । ୨୦୧୯ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଦିନେଶ ଜୈନ ୫୨୯୨୧ ଖଣ୍ଡ ଭୋଟ ପାଇଥିଲେ । ସେ ୩୦.୦୪ ପ୍ରତିଶତ ଭୋଟ ପାଇଥିଲେ । ଏଥର ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାଇଛନ୍ତି ୫୮୪୭୭ ଭୋଟ ।

ସେହିପରି ଗତଥର କଂଗ୍ରେସ ପ୍ରାର୍ଥୀ ମହେନ୍ଦ୍ର ନାୟକ ୧୮୮୨୩ ଖଣ୍ଡ ଭୋଟ ପାଇଥିଲେ । ଚଳିତ ନିର୍ବାଚନରେ ଅମାନତ ହରାଇଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ । ତରୁଣଙ୍କୁ ମିଳିଛି ମାତ୍ର ୪୪୯୬ ଖଣ୍ଡ ଭୋଟ । ସେହିପରି ମୋଟ ୩୨୦ ଖଣ୍ଡ ପୋଷ୍ଟଲ ଭୋଟ ହସ୍ତଗତ ହୋଇଛି । ସେଥିରୁ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୧୯୫, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ 93 ଓ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ 23 ଖଣ୍ଡ ପୋଷ୍ଟାଲ ଭୋଟ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 13, 2023, 7:30 PM IST

ABOUT THE AUTHOR

...view details