ଓଡିଶା

odisha

ETV Bharat / state

କିସ୍‌ ପରିଦର୍ଶନ କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ, ମାସକର ଦରମା ଦେବାକୁ ଦେଲେ ପ୍ରତିଶୃତି - କିସକୁ ମାସକର ଦରମା ଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

କିସ ପରିଦର୍ଶନ କରି ଏହା ଏକ ଅନୁନ୍ୟ ଅନୁଷ୍ଠାନ କହିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ମାସକର ଦରମା ଦେବାକୁ ଦେଲେ ପ୍ରତିଶୃତି । ଅଧିକ ପଢନ୍ତୁ

କିସ ପରିଦର୍ଶନ କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ
କିସ ପରିଦର୍ଶନ କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

By

Published : Apr 29, 2023, 9:25 AM IST

କିସ ପରିଦର୍ଶନ କଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:ଓଡିଶା ଗସ୍ତରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଭୁବନେଶ୍ବର ଆସି ଗତକାଲି(ଶୁକ୍ରବାର)କିସ୍ କ୍ୟାମ୍ପସ ପରିଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭବ୍ୟ ସ୍ଵାଗତ କରାଯିବା ସହ ସେ ଛୋଟ ଛୋଟ ପିଲାଙ୍କ ସହିତ ଆଦିବାସୀ ନୃତ୍ୟ କରିଥିଲେ । ଏହାସହ ସେ ନିଜର ଏକ ମାସର ଦରମା ଦେବାକୁ ପ୍ରତିଶୃତି ଦେଇଛନ୍ତି । 2004 ମସିହାରେ ସାଧାରଣ ନାଗରିକ ଭାବରେ KIITକୁ ଆସିଥିଲେ ହେମନ୍ତ ସୋରେନ ।

କିସ ପରିଦର୍ଶନ କରିବା ସହ ସେ କହିଥିଲେ, "ବର୍ଷ ବର୍ଷ ଧରି ଅନୁଷ୍ଠାନର ଅଭିବୃଦ୍ଧିରେ ମୁଁ ପ୍ରଭାବିତ ହୋଇଥିଲେ । ଏକଦା ଜଙ୍ଗଲ ଥିବା KIITକୁ ଘେରି ରହିଥିବା ଅଞ୍ଚଳ ଆଜି ଭୁବନେଶ୍ୱରର ସବୁଠାରୁ ମହଙ୍ଗା ସ୍ଥାନ ପାଲଟିଛି । ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମ ଓ ନିଷ୍ଠା ଯୋଗୁଁ ଏହି ସବୁ ସମ୍ଭବ ଘଟିଛି । ତେବେ ତାଙ୍କର ଏଭଳି ପ୍ରୟାସ ପ୍ରଶଂସନୀୟ । ରାଜ୍ୟର ଚାରିଆଡ଼େ ବିକାଶ ପାଇଁ ମିଳିତ ପ୍ରୟାସ କରୁଛନ୍ତି । ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ଏକ ପ୍ରାଥମିକ କ୍ଷେତ୍ର । କିସ କ୍ୟାମ୍ପସରେ ତାଙ୍କର ଏହି ଅନୁଷ୍ଠାନର ଅଭିବୃଦ୍ଧି ତଥା ବିକାଶର ସାକ୍ଷୀ ହେବା ସହ ଝାଡ଼ଖଣ୍ଡ ରାଜ୍ୟର ଶିକ୍ଷା କ୍ଷେତ୍ରକୁ ମଜବୁତ କରିବା ପାଇଁ ପରାମର୍ଶ ଲୋଡ଼ିବା ଲକ୍ଷ୍ୟ ରହିଛି ।"


ତେବେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣ ସମୟରେ କହିଥିଲେ, "ମୁଁ ଏହି ଶୁଭ ଅବସରରେ ଘୋଷଣା କରୁଛି, ଏହି କିସ୍‌କୁ ମୁଁ ମୋର ଏକ ମାସର ଦରମା ଦେବି । ଏହା କିସ୍ ଦ୍ୱାରା ପ୍ରଦର୍ଶିତ ଉତ୍ସାହ ଏବଂ ଗୁଣର ପ୍ରଶଂସା ଅଟେ । କିସର ଅନନ୍ୟ ଦିଗ ହେଉଛି 40,000 ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭରଶୀଳ କରିବା । ସମାଜରେ ମୁଖ୍ୟସ୍ରୋତ ସାମିଲ କରିବା ଲକ୍ଷ୍ୟରେ ମାଗଣାରେ ଏକ ଗୁଣାତ୍ମକ ଶିକ୍ଷା ଗ୍ରହଣ କରୁଛନ୍ତି । ତେବେ ଆମେ ଚାହୁଁ ଏଠାରେ ଯେଭଳି ଭାବରେ ପରିବେଶ ସୃଷ୍ଟି ହୋଇଛି ତାହା ଝାଡ଼ଖଣ୍ଡରେ ଏକ ସମାନ ପରିବେଶ ସୃଷ୍ଟି ହେଉ ।" ଏହି ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ଝାଡ଼ଖଣ୍ଡ ସରକାର 25 ଏକର ଜମି ଆବଣ୍ଟନ କରିସାରିଛନ୍ତି ।

ଭୁବନେଶ୍ୱରରେ ଉଚ୍ଚଶିକ୍ଷା ଲାଭ କରିଥିବା ଏବଂ ମୟୂରଭଞ୍ଜର କଳ୍ପନା ଛାତ୍ରୀ ଭାବରେ ତାଙ୍କର ସଂଘର୍ଷପୂର୍ଣ୍ଣ ଦିନ ଗୁଡ଼ିକୁ ମନେ ପକାଇ ଜୀବନରେ ସଫଳ ହେବା ପାଇଁ ନିଷ୍ଠା ଏବଂ ଅଭିଳାଷ ସହିତ ଅଧ୍ୟୟନ କରିବାକୁ କିସ ଛାତ୍ରମାନଙ୍କୁ ଆହ୍ଵାନ କରିଛନ୍ତି । ଏହା ସହ ଉଭୟ ଝିଅ ଓ ପୁଅଙ୍କୁ ନିଜର ଲକ୍ଷ୍ୟ ପଥରେ ଯିବାକୁ ପରାମର୍ଶ ଦେଇଛନ୍ତି । ଯେତେ ବାଧା ଆସିଲେ ମଧ୍ୟ ନିଜର ଲକ୍ଷ୍ୟ ପଥରେ ନ ହଟିବାକୁ କହିଛନ୍ତି କଳ୍ପନା ସୋରେନ । ଏହା ସହ ନିଜର କଲେଜ ଜୀବନ ସମୟର କାହାଣୀ କହିଛନ୍ତି । କିଭଳି ଭାବରେ ଦୁଃଖ କଷ୍ଟରେ ଆସି ପଟିଆ ଅଞ୍ଚଳରେ ଥିବା ଏକ ସ୍ଥାନରେ ଟ୍ରେନିଂ ନେଉଥିଲେ । କିସ ପରିଦର୍ଶନ ସମୟରେ ପାଠପଢା ଓ ଟ୍ରେନିଂ ସମୟର କଥା ମନେ ପକାଇବା ସହ ଏତେ ପିଲାଙ୍କୁ ଦେଖି ଆତ୍ମ ବିଭୋର ହୋଇପଡିଛି କଳ୍ପନା ସୋରେନ ।

ଏପଟେ ମୁଖ୍ୟ ଶାସନ ସଚିବ କହିଛନ୍ତି, "କିସ କ୍ୟାମ୍ପସରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତରେ ଶିକ୍ଷା କ୍ଷେତ୍ର ପାଇଁ ଏକ ନୂତନ ଅଧ୍ୟାୟ ଆରମ୍ଭ ହେବ ବୋଲି ।" ତେବେ ଏହି କାର୍ଯ୍ୟକ୍ରମରେ ଝାଡ଼ଖଣ୍ଡର ସିଏମ, ସଚିବ, କିସ ଉପାଧ୍ୟକ୍ଷ ପ୍ରଫେସର ଦୀପକ କୁମାର ବେହେରା ଉପସ୍ଥିତ ରହିବା ସହ 30 ହଜାର ପିଲା ମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details