ଓଡିଶା

odisha

ETV Bharat / state

Jayanarayan Mishra-IIC scuffle: ମୋ ଉପରେ ଅତ୍ୟାଚାର ହୋଇଛି, ମୁଁ କାହିଁକି କ୍ଷମା ମାଗିବି କହିଲେ ଜୟନାରାୟଣ - ଧନୁପାଲି ମହିଳା ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର

ଜୟନାରାୟଣ ମିଶ୍ର ଓ ଆଇଆଇସି ଧସ୍ତାଧସ୍ତି ଘଟଣା । ମୁଁ ଅନୁତପ୍ତ ନୁହେଁ କହିଲେ ବିରୋଧି ଦଳ ନେତା । ଅରୂପ ପଟ୍ଟନାୟକ ବ୍ୟବହାର ଜାଣିନାହାନ୍ତି ବୋଲି ମଧ୍ୟ କହିଲେ । ଅଧିକ ପଢନ୍ତୁ

Jayanarayan Mishra-IIC scuffle
Jayanarayan Mishra-IIC scuffle

By

Published : Feb 17, 2023, 2:20 PM IST

Updated : Feb 17, 2023, 2:59 PM IST

Jayanarayan Mishra-IIC scuffle

ଭୁବନେଶ୍ବର:ଧନୁପାଲି ମହିଳା ଥାନା ଅଧିକାରୀଙ୍କୁ ଦୁର୍ବ୍ୟବହାର ଘଟଣାରେ ବିରୋଧି ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନେଇ ବଢୁଛି ବିବାଦ । ଏନେଇ ଗତକାଲି ବିଜେଡି ରାଜରାସ୍ତାରେ ଗର୍ଜନ କରିଥିବା ବେଳେ ପୂର୍ବତନ ଆଇପିଏସ ଅଫିସର ଅରୂପ ପଟ୍ଟନାୟକ ମଧ୍ୟ ବିଜେପି ନେତାଙ୍କୁ ଧମକ ଦେଇଥିଲେ । ଅରୂପଙ୍କ ଧମକ ପରେ ଆଜି ଜୟନାରାୟଣ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ''ଅରୂପ ପଟ୍ଟନାୟକଙ୍କୁ ବ୍ୟବହାର ଜ୍ଞାନ ଜଣାନାହିଁ । ତୁ ତା କରି କଥା ହେଉଛନ୍ତି । ସେ ମୁମ୍ବାଇ ପୋଲିସ କମିଶନର ଥିବାବେଳେ ବାଂଲାଦେଶୀଙ୍କ ସହ ସାଲିସ କରିଥିଲେ । ସେଥିପାଇଁ ପଦରୁ ବିଦା ହୋଇଥିଲେ ।''

କେମିତି ବ୍ୟବହାର କରାଯାଏ ସେ ଜାଣିନାହାନ୍ତି । କେଉଁ ବିଶ୍ବବିଦ୍ୟାଳୟରୁ ପାଠ ପଢିଛନ୍ତି ବୋଲି କହିଛନ୍ତି ବିରୋଧି ଦଳ ନେତା । ଆହୁରିମଧ୍ୟ ସେ କହିଛନ୍ତି, '' ମୁଁ ଏକ ନିରୀହ ଲୋକ ଯଦି ମାରିବାକୁ କହୁଛନ୍ତି ମାରିବେ । ତେବେ କୋଉଠି ମାରିବେ ମୋତେ କୁହନ୍ତୁ । ପୋଲିସ ମାରୁଛନ୍ତି, ଏବେ ଏକ୍ସ ପୋଲିସ ମାରିବେ । ଏଥିରେ ନୂଆ କଥା କଣ । ସେ ଯୋଉ ଜାଗାକୁ ଡାକିବେ ମାରିବାକୁ ମୁଁ ଯିବି । ସ୍ଥାନ ତାଙ୍କର ଏବଂ ସମୟ ବି ତାଙ୍କର ।''

ମହିଳା ଆଇଆଇସିଙ୍କୁ ଦୁର୍ବ୍ୟବହାର ଘଟଣାକୁ ବିଜେଡି ତୀବ୍ର ନିନ୍ଦା କରୁଥିବାବେଳେ ଜୟନାରାୟଣ ମିଶ୍ର ନିଜ କାମ ପାଇଁ ଅନୁତପ୍ତ ନୁହେଁ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ମୁଁ କ୍ଷମା ପ୍ରାର୍ଥନା କାହିଁକି କରିବି । ଅତ୍ୟାଚାର ମୋ ଉପରେ ହେବ ମୁଁ କାହିଁକି କ୍ଷମା ମାଗିବି । ବିଜେପି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ପ୍ରସଙ୍ଗ ଉଠାଇବାକୁ କହିଥିବାରୁ ଏହି ପ୍ରସଙ୍ଗକୁ ଏଡାଇବା ପାଇଁ ବିଜେଡି ଏଭଳି ଚକ୍ରାନ୍ତ କରିଛି । ବିଜେଡି କିନ୍ନରମାନଙ୍କୁ ଭଡାରେ ଆଣି ଧାରଣାରେ ସାମିଲ କରୁଛି । ତେବେ କେବଳ ମୁଁ ନୁହେଁ ଆମ ଦଳ ମଧ୍ୟ ନିଶ୍ଚୟ ନବ ଦାସ ମୃତ୍ୟୁ ପ୍ରସଙ୍ଗ ବିଧାନସଭାରେ ଉଠାଇବ ବୋଲି ବିରୋଧି ଦଳ ନେତା କହିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ବିଜେଡି ଧାରଣା ବେଳେ ଅରୂପ ପଟ୍ଟନାୟକ କହିଥିଲେ ଯେ ମୋ ହାବୁଡରେ ପଡିନାହାନ୍ତି । ପଡିଥିଲେ ମୁଁ ଦେଖିଥାନ୍ତି । ଏଭଳି ଲୋକଙ୍କୁ ଖୋଲା ରାସ୍ତାରେ ଜବାବ ଦେବା ଦରକାର । ଯେଉଁମାନ ଧକ୍କା ମାରୁଛନ୍ତି ସେମାନେ ଜାଣନ୍ତୁ ଆମେ ଖାଲି ପ୍ଲାକାର୍ଡ ଧରି ଧାରଣାରେ ବସିବ ଲୋକ ନୁହେଁ । ଜୟନାରାୟଣଙ୍କ ନାଁ ନ ନେଇ ସେ ଏପରି କହିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 17, 2023, 2:59 PM IST

ABOUT THE AUTHOR

...view details