ଭୁବନେଶ୍ବର: ବିଜେଡି ଜନସମ୍ପର୍କ ପଦଯାତ୍ରାରେ ଜୟନାରାୟଣ ମଶ୍ରଙ୍କୁ ଟାର୍ଗେଟ କରି ଆମଦାନୀ ନେତା କହିଥିଲେ ବିଜେଡି ବିଧାୟକ ରୋହିତ ପୂଜାରୀ । ଯାହାର କଡ଼ା ଜାବାବ ଦେଇଛନ୍ତି ଜୟନାରାୟଣ ମିଶ୍ର । କିଏ ଆମଦାନୀ ନେତା ନାଁ ନେଇ କୁହନ୍ତୁ ବୋଲି ରୋହିତଙ୍କୁ କହିଛନ୍ତି ଜୟନାରାୟଣ । ଏଥିସହ ରୋହିତ ପୂଜାରୀ ଆମଦାନୀ ନେତା ବୋଲି କହିଛନ୍ତି ବିରୋଧି ଦଳ ନେତା ।
ଜୟନାରାୟଣ କଟାକ୍ଷ କରି କହିଛନ୍ତି ଯେ, କିଏ ଆମଦାନୀ ନେତା ? ନାଉରୀ ନାୟକ, ରବି ନାୟକ, ମୁଁ , ନୀତିଶ ଗଙ୍ଗଦେଵ ସମସ୍ତେ ତ ସମ୍ବଲପୁର ଲୋକ । କିଏ ଆମଦାନୀ ନେତା ସେ ନାଁ ନେଇ କୁହନ୍ତୁ । ରୋହିତ ପୂଜାରୀ କେଉଁଠି ଆସୁଛନ୍ତି ଆମେ ଜାଣିନୁ ? ସେ ପୂର୍ବରୁ ରାଉରକେଲାରେ ରହୁଥିଲେ ବୋଲି ଶୁଣିଛୁ । ତେବେ ଆମଦାନୀ କିଏ । ଆମଦାନୀ ନେତା ସେ ନିଜେ । ଯିଏ 25 ବର୍ଷରେ ଓଡିଆ କହି ପାରିନି । ଓଡ଼ିଆ ସାହିତ୍ୟ ସଂସ୍କୃତି ଜାଣନ୍ତିନି । ଓଡ଼ିଆ ଶିଖିବାକୁ ମଧ୍ୟ ଇଚ୍ଛା ନାହିଁ । ସେ ବାହାରିଆ ନୁହଁନ୍ତି । ରୋହିତ ପୂଜାରୀଙ୍କୁ କିଛି ଲୋକ ଶିଖାଇଛନ୍ତି । ତାଙ୍କ ପରିସ୍ଥିତି ଦଳରେ ଠିକ୍ ନାହିଁ । ତେଣୁ ଏମିତି କହିଲେ କେହି ଜଣେ ଆଇଏଏସ ଅଫିସରଙ୍କ ନିକଟତର ହୋଇ ପାରିବେ ବୋଲି ସେ ଭାବୁଛନ୍ତି । ରୋହିତ ପୂଜାରୀ ମନ୍ତ୍ରୀ ମଣ୍ଡଳରୁ ବାହାର କରିବା ପରେ ସେ ମୋତେ ଫୋନ୍ କରିଥିଲେ । ସେତେବେଳେ ଦଳରେ ତାଙ୍କର ପରିସ୍ଥିତି ଠିକ୍ ନାହିଁ ବୋଲି କହିଥିଲେ । ତାଙ୍କୁ ଟିକେ ବିଜେପି ନେତୃତ୍ୱଙ୍କ ସହ କଥା ହେବାକୁ କହିଥିଲେ । ଏହାସହ ବିଜେପିକୁ ଆସିବାକୁ ଚେଷ୍ଟା କରିଥିଲେ ବିଧାୟକ ରୋହିତ ପୂଜାରୀ ।"
ଏହା ମଧ୍ୟ ପଢନ୍ତୁ-ଜୟନାରାୟଣଙ୍କର ତୁରନ୍ତ ଉତ୍ତମ ଚିକିତ୍ସା କରୁ ବିଜେପି: ବିଜେଡି