ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କ ‘ବିଲ’ ଥିଓରି । ରାଜ୍ୟ ସରକାରଙ୍କ ବିରୋଧରେ ସଂଘର୍ଷକୁ ଶାଣିତ କରିବ ବିଜେପି । ବିଲ ପ୍ରସ୍ତୁତ ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଜାନୁଆରୀରୁ ରାଜ୍ୟ ସରକାରଙ୍କ ବିରୋଧରେ ସଂଘର୍ଷ ଶାଣିତ ହେବ ବୋଲି ଜୟ କହିଛନ୍ତି ।
ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଓଡ଼ିଶା ବିଜେପି ବିଧାୟକ ଭେଟିବା ପରେ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ବିଲ ପ୍ରସ୍ତୁତ ରଖ । ବିଲରେ ବିହନ ବୁଣି ରଖିଥାଅ । ବର୍ଷା ହେଲେ ବିହନରୁ ଧାନ ହେବ । ଓଡିଶା ବିହନର ଲାଭ ପାଇବ । ପ୍ରଧାନମନ୍ତ୍ରୀ ଜାନୁଆରୀରେ ଓଡିଶା ଆସି ସାର ପକାଇ ବିଲ ଉର୍ବର କରିବେ । ବିଲ ଉର୍ବର କଥା ପ୍ରଧାନମନ୍ତ୍ରୀ ଜାଣିଛନ୍ତି । ଆଉ ଉର୍ବର ହେଲେ ଭଲ ଫସଲ ହେବ । ପ୍ରଧାନମନ୍ତ୍ରୀ ଆସିଲେ ବିଲ ଆଉ ଉର୍ବର କରିବେ ।
ବିଧାୟକ ମାନଙ୍କ ସହ ଆଲୋଚନା ବେଳେ ଜାନୁଆରୀରୁ ସଂଘର୍ଷକୁ ଶାଣିତ କରିବା ପାଇଁ ମୋଦି ସ୍ପଷ୍ଟ ସନ୍ଦେଶ ଦେଇଛନ୍ତି । ସଂଘର୍ଷ ଓ ସଂଗଠନ ଉଭୟକୁ ଜୋରଦାର କରି ବିଲ ପ୍ରସ୍ତୁତ କରିବାକୁ ବିଧାୟକ ଦଳ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ମୋଦି । ଜାନୁଆରୀ ବେଳକୁ ସବୁ ସାଙ୍ଗଠନିକ କାମ ଶେଷ କରି ଦଳ ହଳ ପାଇଁ ବିଲକୁ ଓହ୍ଲାଇବ । ବର୍ଷା ହେବା କ୍ଷଣି ବିହନ ଗଜା ହେବ । ଆଉ ମୋଦି ନିଜେ ଜାନୁଆରୀରେ ଆସିବେ ବିଲ ଦେଖିବେ । ଏହା ସହ ସାର ପକାଇ ବିଲକୁ ଆହୁରି ଉର୍ବର କରିବେ ।ବିଜେପି ସଙ୍ଗଠନ ପ୍ରସ୍ତୁତ ହୋଇ ସାରିଛି । ଡିସେମ୍ବର ସୁଦ୍ଧା ସଂଗଠନ କାର୍ଯ୍ୟ ଶେଷ କରିଦେବୁ ।