ଓଡିଶା

odisha

ETV Bharat / state

ସବୁ ଓଡ଼ିଆଙ୍କୁ ଅପମାନିତ କରିଛନ୍ତି ନିର୍ମଳା ସୀତାରମଣ: ଜୟଦେବ ଜେନା

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବୟାନକୁ ନେଇ ବିବାଦ ତେଜିବାରେ ଲାଗିଛି । ସବୁ ଓଡ଼ିଆଙ୍କୁ ନିର୍ମଳା ସୀତାରମଣ ଅପମାନିତ କରିଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ଜୟଦେବ ଜେନା । ଅଧିକ ପଢନ୍ତୁ

ଜୟଦେବ ଜେନା
ଜୟଦେବ ଜେନା

By

Published : Feb 19, 2023, 1:40 PM IST

ଜୟଦେବ ଜେନା

ଭୁବନେଶ୍ବର:ଓଡ଼ିଶାକୁ କେବେ ବି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମିଳିପାରିବ ନାହିଁ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବୟାନ ପରେ ଆରମ୍ଭ ହୋଇଛି ରାଜନୀତି । ଏହି ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରିଛନ୍ତି ପୂର୍ବତନ ପିସିସି ସଭାପତି ଜୟଦେବ ଜେନା । ନିର୍ମଳା ସୀତାରମଣ ସମସ୍ତ ଓଡ଼ିଆଙ୍କୁ ଅପମାନିତ କରି ଯାଇଛନ୍ତି ବୋଲି କହିଛନ୍ତି ଜୟଦେବ ଜେନା ।

ଜୟଦେବ ଜେନା କହିଛନ୍ତି, "ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ବିଜୁ ଜନତା ଦଳ ଆଜି ପର୍ଯ୍ୟନ୍ତ ରାଜନୀତି କରୁଛି । କଂଗ୍ରେସ ପାଇଁ ଏହା ହୋଇପାରିଲା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି । ବିଧାନସଭା ବାହାରେ ମଧ୍ୟ ଏହା ପ୍ରଚାର କରିଛନ୍ତି । ବିଧାନସଭାରେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନେଇ ସର୍ବଦଳୀୟ ପ୍ରସ୍ତାବ ପାରିତ ହୋଇଛି । ସମସ୍ତ ଦଳ ସମର୍ଥନରେ ଦାବି କରାଯାଇଛି । କେନ୍ଦ୍ର ସରକାର ଓଡ଼ିଶାର ଦାବିକୁ ସଂସଦରେ ଅସ୍ବୀକାର କରିଥିଲେ । କେନ୍ଦ୍ରମନ୍ତ୍ରୀ ଓଡିଶା ଆସି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନହେଲେ ନାହିଁ ଫୋକ୍ସ ଷ୍ଟେଟ ବା ସ୍ୱତନ୍ତ୍ର ସହାୟତା କଥା କହିପାରିଥାନ୍ତେ । ଏହା ନକହି, ସିଧାସଳଖ ସେ ମନା କରିଛନ୍ତି । "

ଏହା ମଧ୍ୟ ପଢନ୍ତୁ: ଓଡ଼ିଶାକୁ କେବେ ବି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମିଳିପାରିବ ନାହିଁ: କେନ୍ଦ୍ର ଅର୍ଥମନ୍ତ୍ରୀ

ସେ ଆହୁରିମଧ୍ୟ କହିଛନ୍ତି, "ଯେହେତୁ ବିଜୁ ଜନତା ଦଳ ନିଜର ସ୍ଥିତି ରଖିବା ଲାଗି କେନ୍ଦ୍ର ସରକାରଙ୍କ ପଛରେ ଚାଲିଛି, ତେଣୁ କେନ୍ଦ୍ରମନ୍ତ୍ରୀ ମନା କରିବା ଲାଗି ସାହସ କରିପାରିଲେ । ପ୍ରଧାନମନ୍ତ୍ରୀଙ୍କୁ ବିଜେଡି ସିଧାସଳଖ ଉତ୍ତର ଦେଇପାରିବ ନାହିଁ । ସେଥିପାଇଁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବ ନାହିଁ ବୋଲି ଓଡ଼ିଶା ମାଟିରେ କେନ୍ଦ୍ରମନ୍ତ୍ରୀ କହିଲେ । ବିଜୁ ଜନତା ଦଳ ଲୋକଙ୍କୁ ଭଣ୍ଡେଇ ଚାଲିଛି । ସାଂସଦରେ 42ଟି ଜନବିରୋଧୀ ଓ ସାଧାରଣ ବିଲକୁ ବିଜେଡି ସମର୍ଥନ ଦେଇଛି । ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ଓ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ବିଜେଡି ଦେଇଛି । ବିଜେଡି-ବିଜେପି ପରସ୍ପରର ଅବିଛେଦ୍ୟ ଅଙ୍ଗ ହୋଇ ରହିଛନ୍ତି । ଓଡ଼ିଶାକୁ କେନ୍ଦ୍ର ସରକାର ପ୍ରାଧାନ୍ୟ ଦେଉଛନ୍ତି ବୋଲି ଓଡିଶାରୁ ପ୍ରତିନିଧିତ୍ୱ କରୁଥିବା କେନ୍ଦ୍ରମନ୍ତ୍ରୀମାନେ କହିପାରିବେ ନାହିଁ ।"

ପ୍ରକାଶଥାଉ କି,ବଜେଟ ପରବର୍ତ୍ତୀ ଆଲୋଚନାଚକ୍ର କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଭୁବନେଶ୍ବର ଆସିଥିଲେ । ଭୁବନେଶ୍ବରରେ ଆୟୋଜିତ ଆଲୋଚନାଚକ୍ର ପରେ ସାମ୍ବାଦିକ ସମ୍ମିଳନୀ କରିଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ । ସେ କହିଥିଲେ ଯେ, ଓଡ଼ିଶାକୁ କେବେ ବି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ମିଳିପାରିବ ନାହିଁ । ଆଗାମୀ ଦିନରେ ଆଉ କୌଣସି ରାଜ୍ୟକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦିଆଯିବ ନାହିଁ । ଏଥିଲାଗି ଅର୍ଥ କମିଶନ ତାଙ୍କ ରିପୋର୍ଟରେ ସୁପାରିଶ କରିଛନ୍ତି । ଆନ୍ଧ୍ରପ୍ରଦେଶ ବିଭାଜନ ସମୟରେ ରହିଥିବା ସର୍ତ୍ତ ଆଧାରରେ ତେଲେଙ୍ଗାନାକୁ ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details