ଓଡିଶା

odisha

ETV Bharat / state

'କନଫ୍ୟୁଜ ଅଛନ୍ତି ନବୀନ, ଯଦି ଜଣେ ସବୁ ବୁଝିଦେବେ ଏତେ ଖର୍ଚ୍ଚ କାହିଁକି' - 5ଟି ସଚିବ ପ୍ରସଙ୍ଗ

ପୁଣି 5T ସଚିବ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଜୟନାରାୟଣ ମିଶ୍ରଙ୍କ ଟାର୍ଗେଟ । କହିଲେ ଯଦି ଜଣେ ସବୁ ବୁଝିଦେବେ ଏତେ ଖର୍ଚ୍ଚ କାହିଁକି ? ଅଧିକ ପଢନ୍ତୁ

Jay Narayan mishra
Jay Narayan mishra

By ETV Bharat Odisha Team

Published : Sep 28, 2023, 8:42 PM IST

Updated : Sep 28, 2023, 8:54 PM IST

'କନଫ୍ୟୁଜ ଅଛନ୍ତି ନବୀନ, ଯଦି ଜଣେ ସବୁ ବୁଝିଦେବେ ଏତେ ଖର୍ଚ୍ଚ କାହିଁକି'

ଭୁବନେଶ୍ବର:ମୁଖ୍ୟମନ୍ତ୍ରୀ କନଫ୍ୟୁଜ ଅଛନ୍ତି । କେତେବେଳେ କଣ କହୁଛନ୍ତି ଜାଣି ପାରୁନାହାନ୍ତି । 5T ସଚିବ ଗସ୍ତ ଓ ଅଭିଯୋଗ ଶୁଣାଣିକୁ ନେଇ ପୁଣି ଥରେ ବର୍ଷିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଯଦି ଜଣେ ଅଧିକାରୀ ସବୁ ବୁଝିପାରିବେ ଲୋକଙ୍କ ଟଙ୍କା ଖର୍ଚ୍ଚରେ ଅନ୍ୟ ଅଧିକାରୀଙ୍କୁ କାହିଁକି ରଖିବେ ବୋଲି କଟାକ୍ଷ କରିଛନ୍ତି ।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, "ମୁଖ୍ୟମନ୍ତ୍ରୀ ତାଙ୍କ ଶବ୍ଦ ବଦଳାଉଛନ୍ତି । ଏନେଇ ମୁଁ ପ୍ରଶ୍ନ କରିଥିଲି । ମୁଖ୍ୟମନ୍ତ୍ରୀ ନିଜେ କନଫ୍ୟୁଜ ଅଛନ୍ତି । କେତେବେଳେ କହୁଛନ୍ତି 5ଟି ସଚିବ, କେତେବେଳେ କହୁଛନ୍ତି ସିଏମଓ । ଆଉ କେତେବେଳେ କହୁଛନ୍ତି ମୋ ବ୍ୟକ୍ତିଗତ ସଚିବ । 3ଟି କଥା କାହିଁକି କହୁଛନ୍ତି । ଗୋଟେ କଥା କୁହନ୍ତୁ । ଷ୍ଟେଜ ବାନ୍ଧିବା, ଜରି ବିଛେଇବା, ଲୋକଙ୍କୁ ବୋହିବା ଏବଂ ଲୋକଙ୍କୁ ଖୁଆଇବା ସବୁରେ କେତେ ଖର୍ଚ୍ଚ ହୋଇଛି । ଏହା ମନ୍ତ୍ରୀ, ବିଜେଡି ବିଧାୟକ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଦିଅନ୍ତୁ ।"

ଏହା ବି ପଢନ୍ତୁ- Assembly News: ବିରୋଧୀଙ୍କ ଅଭିଯୋଗ, ସାମ୍ବିଧାନିକ ବ୍ୟବସ୍ଥାରେ ଚାଲୁନାହିଁ ଶାସନ ବ୍ୟବସ୍ଥା !

ଯଦି ଜଣେ ଲୋକ ରାଜ୍ୟର ସାଢ଼େ 4 କୋଟି ଲୋକଙ୍କ ଗ୍ରିଭାନ୍ସ ବୁଝିପାରୁଛନ୍ତି, ତେବେ ଅନ୍ୟ ଅଫିସରଙ୍କର ଆବଶ୍ୟକତା କଣ ରହିଛି ? ଏତେ ଧଳା ହାତୀ ପାଳିବା ଆବଶ୍ୟକତା ନାହିଁ । କେବଳ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରୁହନ୍ତୁ । ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ବିଭାଗୀୟ ସଚିବ, ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀଙ୍କୁ ବାଦ ଦିଅନ୍ତୁ । ଏତେ ଟଙ୍କା ଦେଇ ରଖିବା କାହିଁକି ? ଗୋଟେ ଲୋକ ଚଳିବେ । ଜଣେ ଲୋକଠୁ ଯଦି ଆମେ ଏତେ ପାଇଯିବା ଆଉ କଣ ଆବଶ୍ୟକତା ରହିଛି ବୋଲି କହିଛନ୍ତି ଜୟନାରାୟଣ ।

ଏହା ବି ପଢନ୍ତୁ- Odisha Assembly: 5T ଏକ ବିଭାଗ କି? ଯଦି ବିଭାଗ ଏହାର କାର୍ଯ୍ୟକ୍ରମ କଣ: ବିରୋଧୀ ଦଳନେତା

ସେ ଆହୁରି କହିଛନ୍ତି, "କଟକ ଓ ଖୋର୍ଦ୍ଧା ଗଲେ ହେଲିକପ୍ଟରରେ ଯାଆନ୍ତି । ମନ୍ତ୍ରୀ ପ୍ରଦୀପ ଅମାତଙ୍କ ନାଁରେ ହେଲିକ୍ୟାପ୍ଟରର ବୁକ୍‌ ହୋଇଛି । ସେଥିରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଯାଉଛନ୍ତି । ବ୍ୟକ୍ତିଗତ ଭୋଜିକୁ ଯାଉଛନ୍ତି ହେଲିକପ୍ଟର ବ୍ୟବହାର କରୁଛନ୍ତି । ସିଏମଓ କହିଲେ କଣ ଜଣେ ସଚିବ । ଏହା ସଚିବଙ୍କ ସମୂହ। ମୁଖ୍ୟମନ୍ତ୍ରୀ ଯାଇ ମନ୍ତ୍ରୀ, ବିଧାୟକଙ୍କୁ ନେଲେ ନାହିଁ । ସଚିବ ଯଦି କରିବେ, ତେବେ ମନ୍ତ୍ରୀ, ବିଧାୟକ କାହିଁକି ରହିବେ ? ବିଧାନସଭାରେ ମଧ୍ୟ ପାଣ୍ଡିଆନକୁ ବସେଇ ଦିଅ । 147 ବିଧାୟକଙ୍କୁ ଦରମା ଦେଇ କାହିଁକି ରଖିବା ? ଓଡ଼ିଶାର ଜନତାଙ୍କ ଏହା ଝାଳ ବୁହା ପଇସା । ବେକାରରେ କାହିଁକି ନଷ୍ଟ କରିବା । 147 ବିଧାୟକ ଦରକାର ନାହିଁ । ଗୋଟିଏ ପାଣ୍ଡିଆନ । ସବୁ ଆଇଏଏସ, ଆଇପିଏସ, ଓଏସଙ୍କୁ ବାହାର କରିଦିଅ । ଗୋଟେ ଲୋକ ସବୁ ଦେଖିବ ।"

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 28, 2023, 8:54 PM IST

ABOUT THE AUTHOR

...view details