ଓଡିଶା

odisha

ETV Bharat / state

ପୁଣି ଗର୍ଜିଲା ପୋଲିସ ବନ୍ଧୁକ, ଯବାନଙ୍କ ଗୋଡରେ ବାଜିଲା ଗୁଳି

ଏସଓଜି ଟ୍ରେନିଂ ବେଳେ ଅଘଟଣ । ଟ୍ରେନିଂ ଦିଆଯିବା ସମୟରେ ଫୁଟିଲା ଗୁଳି । ଯବାନଙ୍କ ଗୋଡରେ ଗୁଳି ବାଜିବାରୁ ଗୁରୁତର ହୋଇଥିବା ସୂଚନା । ଅଧିକ ପଢନ୍ତୁ

SOG camp
SOG camp

By

Published : Mar 10, 2023, 11:38 AM IST

ଭୁବନେଶ୍ବର: ଚନ୍ଦକା ଏସଓଜି କ୍ୟାମ୍ପରେ ଅଘଟଣ । ବନ୍ଧୁକଚାଳନା ପାଇଁ ଟ୍ରେନିଂ ଦିଆଯିବା ସମୟରେ ଫୁଟିଲା ଗୁଳି । ଟ୍ରେନରଙ୍କ ଡାହାଣ ଗୋଡରେ ବାଜିବାରୁ ଯବାନ ଗୁରୁତର ହୋଇଥିବା ସୂଚନା ମିଳିଛି । ଉମାକାନ୍ତ ମଲିକ ନାମକ ଯବାନଙ୍କ ଡାହାଣ ଗୋଡ଼ରେ ଗୁଳି ବାଜିବା ଯୋଗୁଁ ସେ ଗୁରୁତର ଆହତ ହୋଇଥିବା ସୂଚନା ମଳିଛି ।

ତେବେ ଉମାକାନ୍ତଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହାପରେ ଅବସ୍ଥା ସଂକଟାପନ୍ନ ହେବାରୁ ପରେ କଟକ ଏସସିବି ସ୍ଥାନାନ୍ତର କରାଯାଇଛି । ତେବେ ବରିଷ୍ଠ ପୋଲିସ ଅଧିକାରୀ ଗୁରୁତର ଯବାନଙ୍କୁ ଭେଟିବା ସହ ଏସଓଜି କ୍ୟାମ୍ପରେ ଏନେଇ ତଦନ୍ତ କରାଯାଇଛି । ତେବେ ଯବାନଙ୍କ ଗୋଡରୁ ଗୁଳି ବାହାର କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କର ଅବସ୍ଥା ସ୍ଥିର ରହିଥିବା ନେଇ ଜଣାପଡିଛି ।

ସୂଚନା‌ ମୁତାବକ, ଗତକାଲି(ଗୁରୁବାର) ଦିନ ଚନ୍ଦକା ଥାନା ଅନ୍ତର୍ଗତ ଚନ୍ଦକା SOG କ୍ୟାମ୍ପରେ ଟ୍ରେନିଂ ଚାଲିଥିଲା । ଏନେଇ ଟ୍ରେନିଂ ନେଉଥିବା ଉମାକାନ୍ତ ମଲ୍ଲିକ ସହ ଅନେକ ଯବାନ‌ ତାଲିମ ନେଉଥିଲେ । ଏନେଇ ଇନଷ୍ଟ୍ରକ୍ଟର ଫାୟାରି ଟ୍ରେନିଂ ଦେଉଥିଲେ । କିନ୍ତୁ ଉମାକାନ୍ତଙ୍କ‌ ଡାହାଣ ଗୋଡ଼ରେ ହଠାତ୍ ସାମ୍ନା ପଟୁ ଏକ‌ ଗୁଳି ବାଜିଥିଲା । ତେବେ କେମିତି ଗୁଳି ବାଜିଲା କେହି ବୁଝିବା ପୂର୍ବରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଥିଲେ । ଟ୍ରେନିଂଂ ଦେଉଥିବା ଇନଷ୍ଟ୍ରକ୍ଟରଙ୍କ ଦ୍ବାରା ଗୁଳିମାଡ ହୋଇଥିବା ନେଇ ପରବର୍ତ୍ତି ସମୟରେ ଜଣାପଡିଥିଲା ।

ତେବେ ତାଲିମ ଦେବା ସମୟରେ ଅସାବଧାନତା ବଶତଃ ଏପରି ଘଟିଲା ନା ଏହା ପଛରେ ଆଉ କିଛି କାରଣ ରହିଛି ସେନେଇ ତଦନ୍ତ‌ ଚାଲିଛି‌ । ତେବେ ତାଲିମ ବେଳେ ଏପରି‌ ଯବାନଙ୍କ ଗୋଡ଼ରେ ଗୁଳି ବାଜିବା ଘଟଣା ବା ଆହତ ହେବା ଘଟଣା ପୋଲିସ ମହଲରେ ଚର୍ଚ୍ଚା ବିଷୟ ହୋଇଛି । ତେବେ ପୂର୍ବରୁ ମଧ୍ୟ ଟ୍ରେନିଂ ବେଳେ ଅଘଟଣ କ୍ୟାମ୍ପରେ ଅନେକ ଘଟଣା ଘଟିଛି ।

ପ୍ରକାଶଯୋଗ୍ୟ, ୨୦୨୧ମସିହରେ‌ ମଧ୍ୟ ଏପରି ଏକ ତାଲିମ ସମୟରେ‌ ବର୍ଷା ହାଁସଦା, ଶୁଭକାନ୍ତ ସାହୁ ନାମକ ଦୁଇ ଯବାନ ମଧ୍ୟ ଆହତ ହୋଇଥିଲେ । ସେହିପରି ୨୦୨୦ମସିହାରେ ଜଣେ ଯବାନଙ୍କୁ ଗ୍ରେନେଡ ଟେଷ୍ଟ ଶିଖାଉଥିଲା ବେଳେ ଜଣେ ଯବାନଙ୍କ‌ ହାତରେ‌ ଫୁଟିଯିବା ଆଶଙ୍କା କରି ପ୍ରକାଶ ସାହୁ ନାମକ ଇନଷ୍ଟ୍ରକ୍ଟରଙ୍କର ନିଜ ଗ୍ରେନେଡରୁ‌ ଫୁଟି ପ୍ରାଣ ହରାଇଥିଲେ । ତେବେ ‌ବାରମ୍ବାର ଏପରି ‌ଅଘଟଣ ଘଟିବା ଏବେ ‌କ୍ୟାମ୍ପ ପାଇଁ ଅଡୁଆ ସୃଷ୍ଟି କରିଛି‌ । ଏନେଇ କୌଣସି ବରିଷ୍ଠ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details