ଭୁବନେଶ୍ବର:ଯାତ୍ରା ମହାକୁମ୍ଭରେ ସାମିଲ ହୋଇଛି ଅପେରା ସ୍ବର୍ଣ୍ଣମନ୍ଦିର । ଖଣ୍ଡଗିରି ବସ୍ ଟର୍ମିନାଲ୍ ନିକଟ ବରମୁଣ୍ଡା ବାବା ନୀଳକଣ୍ଠେଶ୍ବର ପେଣ୍ଡାଲରେ ଅପେରା ସ୍ବର୍ଣ୍ଣମନ୍ଦିରର ନୂଆ ନାଟକ ‘ଘୋଡ଼ା ହାତୀ ଗଣ୍ଡାକୁ ଗଣ୍ଡା, ଏକା ଲଢ଼ିବ ରାଣୀ ପଣ୍ଡା’ଙ୍କ କାହାଣୀ ଦର୍ଶକଙ୍କୁ ରୋମାଞ୍ଚିତ କରିଛି । ଚଳିତ ଯାତ୍ରାରେ ରାଣୀଙ୍କ ଉଚ୍ଚାରଣ ବିଏମସି SOPକୁ ଫୁ କରିଛି । ଯାତ୍ରାରେ ରାଣୀଙ୍କ ଅପଶବ୍ଦ ବ୍ୟବହାର ପରିବାର ସହ ଯାଇଥିବା ଯାତ୍ରାପ୍ରେମୀଙ୍କ ଦ୍ବାରା ହଜମ ହୋଇନଥିବା ଅଭିଯୋଗ ହୋଇଛି । ବିଏମସି ଓ ପୋଲିସର ଉଦାସୀନତା ଏପରି ଅଶ୍ଳୀଳତାକୁ ପ୍ରଶୟ ଦେଉଛି ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି ।
ଅପେରାର ରାତିରେ ରାଣୀ ପଣ୍ଡା ନିଜ ଜୀବନ କାହାଣୀ ସହ ନାଟକ ପରିବେଷଣ କରିଥିଲେ । ଆଉ ରାଣୀ ପଣ୍ଡାଙ୍କୁ ଦେଖିବା ପାଇଁ ଲୋକଙ୍କ ଲୋକଙ୍କ ଭିଡ ଲାଗିଥିଲା ସତ, କିନ୍ତୁ ସବୁ ସୀମା ସରହଦକୁ ଡେଇଁ ପଡ଼ିଥିଲା ରାଣୀଙ୍କ ଉଚ୍ଚାରଣ । ଯାତ୍ରା ଜଗତର ଚର୍ଚ୍ଚିତ ନାୟିକା ରାଣୀ ପଣ୍ଡା ବି ମଞ୍ଚକୁ ହଲଚଲ କରିଥିଲେ । ତାଙ୍କର ଡ୍ୟାନ୍ସ ଯେତିକି ପେଣ୍ଡାଲକୁ ଦୁଲୁକାଇ ନଥିଲା, ଉଚ୍ଚାରଣରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଯାତ୍ରାପ୍ରେମୀ । ସ୍ବର୍ଣ୍ଣମନ୍ଦିରର ନୂଆ ନାଟକ ‘ଘୋଡ଼ା ହାତୀ ଗଣ୍ଡାକୁ ଗଣ୍ଡା, ଏକା ଲଢ଼ିବ ରାଣୀ ପଣ୍ଡା’ ଏହି ନାଟକର ଅଭିନୟ କରିଥିଲେ ରାଣୀ । ପ୍ରଥମେ ଆଇଟମ ଡ୍ୟାନ୍ସରେ ରାଣୀ ଆସିଥିଲେ ନଜରକୁ । ତା ପରେ ଆରମ୍ଭ ଯାତ୍ରାର ସଂଳାପ । ନିଜର ପୁରୁଣା ଫର୍ମାଟକୁ ଯାଇ ରାଣୀ ଅପଶବ୍ଦର ବ୍ୟବହାର କରିଥିଲେ ।
ଏହା ବି ପଢନ୍ତୁ- 5G Internet Service: ରାଜ୍ୟର ୧୩ଟି ସହରରେ ପହଞ୍ଚିଲା ଟ୍ରୁ-୫ଜି
ଯଦିଓ ତାଙ୍କର ନୃତ୍ୟ ଓ ଅପଶବ୍ଦ ବ୍ୟବହାର କରି ନାଟକ ପରିବେଷଣ ଯୁବପିଢିଙ୍କୁ ମତୁଆଲା କରିଥିଲା କିନ୍ତୁ ପରିବାର ନେଇ ନାଟକ ଦେଖୁଥିବା ଲୋକ ସହଜରେ ହଜମ କରି ପାରିନଥିଲେ । ରାଣୀଙ୍କ ଜୀବନରେ ଘଟିଥିବା ବାସ୍ତବ ଘଟଣାକୁ ଏହି ନାଟକରେ ଯଦିଓ ଦେଖିବାକୁ ମିଳିଛି କିନ୍ତୁ ନିଜର ବଏଫ୍ରେଣ୍ଡକୁ ଚାପୁଡ଼ା ପରେ ଚାପୁଡ଼ା ସହ ଅନେକ ଯାତ୍ରାର ଦୃଶ୍ୟ ସମସ୍ତଙ୍କୁ ଆଚାର୍ଯ୍ୟ କରୁଥିଲା । ହାତରେ ପାନୀୟ ଅଛି, ତା ସାଙ୍ଗକୁ ରାଣୀ ଯେଉଁଭଳି ଶବ୍ଦ ପ୍ରୟୋଗ କରିଛନ୍ତି ତାହା ମଧ୍ୟ ଅଶୋଭନୀୟ ଓ ଅଶାଳୀନତାକୁ ରହିଥିଲା । ଫଳରେ ରାଣୀ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଜାରି ହୋଇଥିବା ନଗ୍ନତା କଟକଣାକୁ ଫୁ କରିଥିଲେ ।