ଭୁବନେଶ୍ବର : ଜିଲ୍ଲା ବିଜେପିର ନୂତନ ସଭାପତି ଭାବେ ଡ଼. ଯତୀନ ମହାନ୍ତି ନିଯୁକ୍ତ ହୋଇଛନ୍ତି । ତେବେ ଗୁରୁବାର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ନୂତନ ଜିଲ୍ଲା ସଭାପତି ଭାବରେ ଡ଼. ଯତୀନଙ୍କୁ ନିଯୁକ୍ତ କରାଯାଇଥିବା ସୂଚନା ମିଳିଛି ।
ଛାତ୍ର ଜୀବନରୁ ଡ଼ ଯତୀନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ତଥା ଏଭିବିପିର ରାଷ୍ଟ୍ରୀୟ ସମ୍ପାଦକ ଓ ଜବାହାରଲାଲ ନେହୁରୁ ବିଶ୍ବ ବିଦ୍ୟାଳୟରେ(JNU) ଛାତ୍ର ସଂସଦ ନିର୍ବାଚନରେ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ । ଡ. ମହାନ୍ତି ପୂର୍ବରୁ ମଧ୍ୟ ରାଜ୍ୟ ସମ୍ପାଦକ ଓ ରାଜ୍ୟର ମୁଖପାତ୍ର ଭାବରେ ଦାୟିତ୍ବ ତୁଲାଇଛନ୍ତି ।