ଓଡିଶା

odisha

ETV Bharat / state

ଜଟଣୀରେ ବାରମ୍ବାର ବିଦ୍ୟୁତ କାଟ, ଟାଟା ପାଓ୍ବାର ବିରୋଧରେ ଆନ୍ଦୋଳନ - ଜଟଣିରେ ବାରମ୍ବାର ବିଦ୍ୟୁତ କାଟ

ଜଟଣୀରେ ବିଦ୍ୟୁତ ଯୋଗାଣ ବନ୍ଦ ରହିବା ନେଇ ଟାଟା ପାଓ୍ବାର ବିରୋଧରେ ଦାବିପତ୍ର ପ୍ରଦାନ କଲା ଜଟଣୀ ବିକାଶ ପରିଷଦ । ଅଧିକ ପଢନ୍ତୁ

jatani vikas parishad protest
jatani vikas parishad protest

By

Published : Jun 17, 2023, 11:26 AM IST

jatani vikas parishad protest

ଖୋର୍ଦ୍ଧା:ଜଟଣୀରେ ବିଦ୍ୟୁତ ଯୋଗାଣ ବନ୍ଦ, ଟାଟା ପାଓ୍ବାରର ମନମୁଖୀ କାର୍ଯ୍ୟକଳାପକୁ ନେଇ ଗର୍ଜିଲା ବିଭନ୍ନ ସଂଗଠନ । 5ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଲା ଆନ୍ଦୋଳନ କରିବା ସହ ଟାଟା ପାୱାରର ମନମୁଖି କାର୍ଯ୍ୟକୁ ବନ୍ଦ କରିବାକୁ ଦାବି କଲା ଏଖାରଜାତ ମାହାଲ କମିଟି, ଜଟଣୀ ବିକାଶ ପରିଷଦ ଓ ଆଞ୍ଚଳିକ ଭିଟାମାଟି ସୁରକ୍ଷା ମଞ୍ଚ । ଜଟଣୀ ସହରରେ ଯେଉଁଦିନ ଠାରୁ ଟାଟା ପାୱାର ଦାୟିତ୍ବ ଗ୍ରହଣ କରିଛି ସେହିଦିନଠାରୁ ସହରବାସୀ ନାନା ଅସୁବିଧା ଭୋଗ କରି ଆସୁଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି ପରିଷଦର କର୍ମକର୍ତ୍ତା ।

ଆୟତନ ଦୃଷ୍ଟିରୁ ଜଟଣୀ ସହର ଏକ ସର୍ବବୃହତ ନିର୍ବାଚନମଣ୍ଡଳୀ । ସେହିପରି ବ୍ୟବସାୟ ଦୃଷ୍ଟିରୁ ମଧ୍ୟ ଏହା ଏକ ସର୍ବପୁରାତନ ସହର ଅଟେ । ଏହି ଶାନ୍ତିପ୍ରିୟ ସହରକୁ ଅଶାନ୍ତ କରୁଛି ଟାଟା ପାୱାର । ବିଦ୍ୟୁତ ଯୋଗାଣ ବନ୍ଦ କରକିବାରୁ ଏନେଇ ଜିଲ୍ଲାପାଳଙ୍କୁ 5ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିବା ସହ ଦାବି ପୂରଣ ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ଜଟଣୀ ବିକାଶ ପରିଷଦର କର୍ମକର୍ତ୍ତା ।

ଜଟଣୀରେ ବିଦ୍ୟୁତ ଯୋଗାଣ ବନ୍ଦ ରହିବା ଯୋଗୁଁ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷତଃ ରୋଗୀ , ଶିଶୁ ଓ ବୟସ୍କମାନଙ୍କ ପାଇଁ ବିଦ୍ୟୁତ୍‌କାଟ ଅସହ୍ୟ ଯନ୍ତ୍ରଣା ଦେଉଛି । ତେଣୁ ଖରାଦିନେ ବିଦ୍ୟୁତ୍‌ ଯୋଗାଣକୁ ସୁନିଶ୍ଚିତ କରାଯାଉ । ବିଦ୍ୟୁତ ଦେୟ ଆଦାୟ ନାଁରେ ଗରିବ ଜନସାଧାରଣଙ୍କର ବିଦ୍ୟୁତ ଲାଇନ କାଟିବା ଖରାଦିନେ ବନ୍ଦ କରାଯାଉ । ମିଟର ସବୁ ଠିକ କାର୍ଯ୍ୟକ୍ଷମ ଥିବା ସତ୍ତ୍ବେ ଟାଟା ପାୱାର କର୍ମଚାରୀମାନେ ମିଟର ବଦଳାଇବା ପାଇଁ ବାଧ୍ୟ କରୁଛନ୍ତି । ସେହିଭଳି ପ୍ରିପେଡ ମିଟର ବ୍ୟବସ୍ଥା ପ୍ରଚଳନ ପାଇଁ ଟାଟା କରୁଥିବା ଚକ୍ରାନ୍ତରୁ ବିରତ ରହୁ । ଜଟଣୀ ଭୁବନେଶ୍ଵର ସହର ଠାରୁ 18 କିଲୋମିଟର ଦୂରରେ ଜଟଣୀ ସହର ଥିବା ବେଳେ ବିଦ୍ୟୁତ୍‌ ସମ୍ବନ୍ଧୀୟ କୌଣସି ଅଭିଯୋଗ କରିବାକୁ ହେଲେ ଭୁବନେଶ୍ବର ସ୍ଥିତ ଟାଟା ପାୱାର ଅଭିଯୋଗ ପ୍ରକୋଷ୍ଠକୁ ଯିବାକୁ ପଡ଼ୁଛି । ତେଣୁ ଜଟଣୀରେ ଏକ ଅଭିଯୋଗ ପ୍ରକୋଷ୍ଠ କେନ୍ଦ୍ର ଖୋଲାଯାଉ ବୋଲି ଦାବି କରିଛି ଜଟଣୀ ବିକାଶ ପରିଷଦ।

ସେହିପରି ଟାଟା ପାୱାରର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରାଯିବା ସହିତ ଜଟଣୀରୁ ସଂପୂର୍ଣ୍ଣ ରୂପେ ହଟାଯାଉ ଏବଂ ଜନସାଧାରଣଙ୍କୁ ଟାଟା ପାୱାରର ଅନ୍ୟାୟ କାର୍ଯ୍ୟକଳାପରୁ ବଞ୍ଚାଯାଉ, ଜଟଣୀର ଦୀର୍ଘଦିନର ସମସ୍ୟା ଏଖାରଜାତ ମାହାଲ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି ଜିଲ୍ଲାପାଳଙ୍କ ନିକଟର ଦାବି ହୋଇଛି । ଜଗନ୍ନାଥଙ୍କ ନାମରେ ରହିଥିବା 36 ଗାଁର ଗ୍ରାମବାସୀ ଏବେ ବିଭିନ୍ନ ସମସ୍ୟାର ସମୁଖୀନ ହେଉଛନ୍ତି । ଏକ ମାସ ମଧ୍ୟରେ ଏହାର ସ୍ଥାୟୀ ସମାଧାନ କରାନଗଲେ ବିକାଶ ପରିଷଦ ନେତୃତ୍ବରେ ଜଟଣୀ ଜନସାଧାରଣ ଏକ ବିରାଟ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details