ଖୋର୍ଦ୍ଧା: କୋରୋନା ପଜିଟିଭ ବାହାରିବା ପରେ ଜିଲ୍ଲାର ଜଟଣୀ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ରେଳବାଇ କଲୋନୀରେ ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏହାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ।
ଜଟଣୀ ମ୍ୟୁନିସିପାଲଟିର ୧୬ ନମ୍ବର ୱାର୍ଡ ଅନ୍ତର୍ଗତ ରେଳବାଇ କଲୋନୀ ଅଞ୍ଚଳରେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ଶନିବାର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଦ୍ବାରା କଲୋନୀକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଉକ୍ତ ଅଞ୍ଚଳକୁ ୫ ଦିନ ପାଇଁ ସଟଡାଉନ ଭାବେ ମଧ୍ୟ ଘୋଷଣା କରାଯାଇଛି ।