ଓଡିଶା

odisha

By

Published : May 2, 2020, 8:01 PM IST

Updated : May 2, 2020, 8:30 PM IST

ETV Bharat / state

ଖୋର୍ଦ୍ଧାରେ ଜୁଆ ଆଡ୍ଡା ଉପରେ ଚଢ଼ାଉ 6 ଗିରଫ

jatani-police-raid-in-gambling
ଖୋର୍ଦ୍ଧାରେ ଜୁଆ ଆଡ୍ଡା ଉପରେ ଚଢ଼ାଉ: ନଗଦ ଟଙ୍କା ସହ ବାଇକ ଜବତ

19:53 May 02

ଖୋର୍ଦ୍ଧାରେ ଜୁଆ ଆଡ୍ଡା ଉପରେ ଚଢ଼ାଉ

ଖୋର୍ଦ୍ଧା: ଜୁଆ ଆଡ୍ଡା ଉପରେ ଚଢ଼ାଉ । ନଗଦ ଟଙ୍କା ସହ ବାଇକ ଜବତ । ଲକଡାଉନ ଚାଲିଥିବା ବେଳେ କମିଶନରେଟ ପୋଲିସ ଏରିଆରେ ଜମିଥିଲା ଜୁଆ ଖେଳ । ଆଉ ଏତିକିବେଳେ ଚଢାଉକରି ଛଅ ଜଣ ଜୁଆଡିଙ୍କୁ ଗିରଫ କରିଛି ଜଟଣୀ କମିଶନରେଟ ପୋଲିସ । 

ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ବିଡିଏ କଲୋନୀରେ ଥିବା ଏକ ଖୋଲା ଘରେ ଜମିଥିଲା ଜୁଆ ଆଡ୍ଡା । ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ଜଟଣୀ ପୋଲିସ ଚଢ଼ାଉ କରି ଛଅ ଜଣ ଜୁଆଡିଙ୍କୁ ସେଠାରୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ 75 ହଜାର ଟଙ୍କା, 6 ଟି ମଟରସାଇକେଲ ଓ 6 ଟି ମୋବାଇଲ ଫୋନ ଜବତ କରିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Last Updated : May 2, 2020, 8:30 PM IST

ABOUT THE AUTHOR

...view details