ଖୋର୍ଦ୍ଧା: ଆସୁଛି ରଙ୍ଗର ପର୍ବ ହୋଲି । ହୋଲିକୁ କିଏ କେମିତି ପାଳିବେ ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ସେହିପରି ରଙ୍ଗ ବ୍ୟବସାୟର ପେଣ୍ଠସ୍ଥଳୀ କୁହାଯାଉଥିବା ଖୋର୍ଦ୍ଧା ଜିଲ୍ଲାର ଜଟଣୀ ସହର ହୋଲି ପାଇଁ ଚଳଚଞ୍ଚଳ ହୋଇଉଠିଛି ।
ଚଳିତବର୍ଷ ହର୍ବାଲ ରଙ୍ଗର ଚାହିଦା ରହିଥିବାରୁ ବିଭିନ୍ନ ପ୍ରକାରର ରଙ୍ଗ ପସରା ଖୋଲିଛନ୍ତି ବ୍ୟବସାୟୀ । ବିଭିନ୍ନ ରଙ୍ଗ ସହ ଅବିର, ପିଚକାରୀ ଏବଂ ରଙ୍ଗ ବେରଙ୍ଗର ଟୋପି କିଣିବାକୁ ଗ୍ରାହକଙ୍କର ଭିଡ଼ ଲାଗୁଛି ଜଟଣୀରେ । ସେହିପରି କେମିକାଲ ରଙ୍ଗ ମୁହଁ ପାଇଁ କ୍ଷତିକାରକ ହୋଇଥିବାରୁ ତା ପ୍ରତିବଦଳରେ ହର୍ବାଲ ରଙ୍ଗର ବେଶି ଚାହିଦା ରହିଛି ।