ଓଡିଶା

odisha

ETV Bharat / state

ଜମିପଟ୍ଟା ପ୍ରଦାନ ଦାବିରେ ବସ୍ତି ବାସିନ୍ଦାଙ୍କ ଧାରଣା

ଜଟଣୀ ରେଳବାଇ କଲୋନୀରେ ରହୁଥିବା ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଘର ଓ ଜମିପଟ୍ଟା ପ୍ରଦାନ ଦାବିରେ ଧାରଣା । ଅଧିକ ପଢନ୍ତୁ

ଜମିପଟ୍ଟା ପ୍ରଦାନ ଦାବିରେ ବସ୍ତି ବାସିନ୍ଦାଙ୍କ ଧାରଣା
ଜମିପଟ୍ଟା ପ୍ରଦାନ ଦାବିରେ ବସ୍ତି ବାସିନ୍ଦାଙ୍କ ଧାରଣା

By

Published : Dec 10, 2022, 12:57 PM IST

ଖୋର୍ଦ୍ଧା:ସ୍ଥାୟୀ ଘର ଓ ଜମିପଟ୍ଟା ପ୍ରଦାନ ଦାବିରେ ଧାରଣା । ଜଟଣୀ ନଗର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣ ଦେଇ ପ୍ରତିବାଦ କଲେ ରେଳବାଇ କଲୋନୀରେ ରହୁଥିବା ଭୂମିହୀନ ବସ୍ତି ବାସିନ୍ଦା । ବିଧାୟକ ସୁରେଶ ରାଉତରାୟ, ମନ୍ମଥ ରାଉତରାୟ, ଜଟଣୀ ନଗର କଂଗ୍ରେସ ସଭାପତି ଶଙ୍କର୍ଷଣ ମଙ୍ଗରାଜଙ୍କ ନେତୃତ୍ବରେ ଶତାଧିକ ମହିଳା,ପୁରୁଷ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ।

ଜମିପଟ୍ଟା ପ୍ରଦାନ ଦାବିରେ ବସ୍ତି ବାସିନ୍ଦାଙ୍କ ଧାରଣା

ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ଜଟଣୀ ରେଳବାଇ ଅଞ୍ଚଳର ବିଭିନ୍ନ କଲୋନୀରେ ଦୀର୍ଘ ବର୍ଷ ହେଲା ରହି ଆସୁଛନ୍ତି ଅନେକ ଭୂମିହୀନ ବସ୍ତି ବାସିନ୍ଦା । ପ୍ରାୟ 2ହଜାର ପରିବାର ଏଠାରେ ରହିଆସୁଥିବା ବେଳେ ସେମାନଙ୍କ ସ୍ଥାୟୀ ଘର ଜମିପଟ୍ଟା ପାଇଁ ଜିଲା ପ୍ରଶାସନକୁ ବାରମ୍ବାର ନିବେଦନ କରିଛନ୍ତି । କିନ୍ତୁ କୌଣସି ସୁଫଳ ନପାଇ ନିରାଶ ହେବାରୁ ଦୀର୍ଘଦିନ ଧରି ସେମାନେ ଏଠାରେ ବସ୍ତି କରି ରହୁଥିଲେ ମଧ୍ୟ ସରକାର ଓ ରେଳ କତ୍ତୃପକ୍ଷ ସେମାନଙ୍କ ଦୁଃଖ ଶୁଣିବା ପରିବର୍ତ୍ତେ ସେମାନଙ୍କ ଉପରେ ଜୁଲମ କରୁଥିବା ସେମାନେ ଅଭିଯୋଗ କରିଛନ୍ତି ।

ଏହାର ପ୍ରତିବାଦରେ ଗତକାଲି ଜଟଣୀ ନଗର କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପ୍ରତିବାଦ କରିଥିଲେ ଭୂମିହୀନ ବସ୍ତି ବାସିନ୍ଦା । ଯଦି ଏହାର ସମାଧାନ କରାନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ମନ୍ମଥ ରାଉତରାୟ କହିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details