ଖୋର୍ଦ୍ଧା: ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଉତରାୟଣୀ କ୍ଲବ ପରିସରରେ ଆଜି ଏହି ବୈଠକ ଆୟୋଜିତ ହୋଇଥିଲା ।
ଜଟଣୀ ଗଣେଶ ପୂଜା କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ
ପ୍ରସିଦ୍ଧ ଜଟଣୀ ଗଣେଶ ପୂଜା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ସହରରେ ଗଣେଶ ପୂଜାକୁ ଶାନ୍ତି ଶୃଙ୍ଖଳା ସହ କରିବାକୁ 12 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଏଥିସହିତ ଟ୍ରାଫିକ୍ ନିୟନ୍ତ୍ରଣ ଓ ପାର୍କିଂକୁ ପ୍ରାଥମିକତା ଦିଆଯିବ ।
ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
ଚଳିତ ବର୍ଷ ସହରରେ ଗଣେଶ ପୂଜାକୁ ଶାନ୍ତି ଶୃଙ୍ଖଳା ସହ କରିବାକୁ 12 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ଏଥିସହିତ ଟ୍ରାଫିକ୍ ନିୟନ୍ତ୍ରଣ ଓ ପାର୍କିଂକୁ ପ୍ରାଥମିକତା ଦିଆଯିବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି । ପୂଜା ସମୟରେ ଡିଜେ ଓ ଯାତ୍ରାପାର୍ଟି ସାଉଣ୍ଡ ଉପରେ କଟକଣା ଲାଗିବ ବୋଲି ଜଣାପଡିଛି । ଜଟଣୀ ଗଣେଶ ପୂଜା ପାଇଁ ପ୍ରସିଦ୍ଧ ଥିବାବେଳେ ଆଜିର ଏହି ବୈଠକରେ ଜଟଣୀ ପୌର ପ୍ରଶାସକ ଏବଂ ବିଭିନ୍ନ ବିଭାଗର ଅଧିକାରୀ ଏଥିରେ ସାମିଲ ହୋଇଥିଲେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ