ଖୋର୍ଦ୍ଧା: ଆଗକୁ ଦୀପାବଳୀ । ପ୍ରତ୍ୟେକ ଭାରତୀୟଙ୍କ ପର୍ବ । ଯାହାକୁ ଆଲୋକର ପର୍ବ ବି କୁହାଯାଇଥାଏ । ଯେଉଁଥିରେ ଦୀପ ଜାଳି, ବାଣ ଫୁଟାଇବାର ମଧ୍ୟ ସ୍ବତନ୍ତ୍ରତା ରହିଛି । ମାତ୍ର ଚଳିତ ବର୍ଷ କୋରୋନା ପାଇଁ ଫିକା ପଡିବ ଏହି ପର୍ବ । କାରଣ ରାଜ୍ୟ ସରକାରଙ୍କ ଜାରି କୋଭିଡ ଗାଇଡଲାଇନ ଅନୁସାରେ ବାଣ ଫୁଟାଇବା ଉପରେ ରୋକ ଲାଗିଛି । ଯାହାକୁ ନେଇ ଚିନ୍ତାରେ ବାଣ ବ୍ୟବସାୟୀ ।
ସେପଟେ ବାଣ ବ୍ୟବସାୟ ପାଇଁ ଖୋର୍ଦ୍ଧା ଜଟଣୀ ସହରର ରହିଛି ସ୍ୱତନ୍ତ୍ର ସ୍ଥାନ । ଏହିଠାରୁ ଅଧିକାଂଶ ବାଣ ରାଜ୍ୟର କୋଣ ଅନୁକୋଣକୁ ରପ୍ତାନୀ ହୋଇଥାଏ । ତେବେ ଜଟଣୀରେ ବହୁ ସିଜିନ ବ୍ୟବସାୟୀ ବାଣ ବ୍ୟବସାୟ ସହ ସମ୍ପୃକ୍ତ । ମାତ୍ର କେଇଟା ଦିନ ପରେ ଦୀପାବଳୀ ପଡୁଥିବାବେଳେ ବ୍ୟବସାୟ ଉପରେ ରୋକ ଏବେ ଏମାନଙ୍କ ଚିନ୍ତା ବଢାଇଛି ।