ଓଡିଶା

odisha

ETV Bharat / state

ଜନ୍ମାଷ୍ଟମୀରେ ଉତ୍ସବମୁଖର ଇସ୍କନ ମନ୍ଦିର, ଚାଲିଛି ରାଧାକୃଷ୍ଣଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା

ଜନ୍ମାଷ୍ଟମୀରେ ଉତ୍ସବମୁଖର ଇସ୍କନ ମନ୍ଦିର । ଭଜନ କୀର୍ତ୍ତନ କରିବା ସହ କୃଷ୍ଣ ପ୍ରେମରେ ନିଜକୁ ହଜାଇ ଦେଉଛନ୍ତି ଭକ୍ତ। ଅଧିକ ପଢନ୍ତୁ

By ETV Bharat Odisha Team

Published : Sep 6, 2023, 1:49 PM IST

Updated : Sep 6, 2023, 2:15 PM IST

janmashtami celebration in iskcon
ଉତ୍ସବମୁଖର ଇସ୍କନ ମନ୍ଦିର

ଉତ୍ସବମୁଖର ଇସ୍କନ ମନ୍ଦିର

ଭୁବନେଶ୍ବର: ପବିତ୍ର ଜନ୍ମାଷ୍ଟମୀରେ ଚଳଚଞ୍ଚଳ ଇସ୍କନ ମନ୍ଦିର । ଜନ୍ମାଷ୍ଟମୀ ପାଇଁ ସବୁଠି ଆନନ୍ଦ ଉଲ୍ଲାସର ଉତ୍ସବ ଦେଖିବାକୁ ମିଳିଛି । ଏହାରି ଭିତରେ ପବିତ୍ର କୃଷ୍ଣ ଜନ୍ମଦିନ ତିଥିକୁ ନେଇ ଚଳଚଞ୍ଚଳ ରହିଛି ଇସ୍କନ ମନ୍ଦିର । ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର କୋଣ ଅନୁକୋଣରୁ ଶ୍ରଦ୍ଧାଳୁମାନେ ଇସ୍କନ ମନ୍ଦିରକୁ ଆସି ଧାଡି ବାନ୍ଧି ପ୍ରଭୁ ଶ୍ରୀକୃଷ୍ଣଙ୍କର ଦର୍ଶନ କରୁଛନ୍ତି । ଫଳରେ ଇସ୍କନ ମନ୍ଦିର ପରିସରରେ ବେଶ ଭିଡ଼ ପରିଲକ୍ଷିତ ହୋଇଛି ।

ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମେତ୍ସବ ପାଳନ ପାଇଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଶ୍ରଦ୍ଧାଳୁମାନେ ଘଣ୍ଟଘଣ୍ଟା ଧରି ଶୃଙ୍ଖଳିତ ଭାବେ ମନ୍ଦିରକୁ ପ୍ରବେଶ କରି ରାଧାକୃଷ୍ଣଙ୍କ ଦର୍ଶନ କରୁଛନ୍ତି । ଭଜନ କୀର୍ତ୍ତନ କରିବା ସହ କୃଷ୍ଣ ପ୍ରେମରେ ନିଜକୁ ହଜାଇ ଦେଉଛନ୍ତି ଭକ୍ତ । ଆଜିର ଦିନରେ ଅପେକ୍ଷାରତ ଦର୍ଶନ ହେଉ ପଛେ ଭକ୍ତଟିଏ ଚର୍ମ ଚକ୍ଷୁରେ ଭଗବାନଙ୍କର ଦର୍ଶନ କରି କୃପା ଲାଭ କରିଛନ୍ତି ।

ଅନ୍ୟପଟେ ଆଜି ଇସ୍କନ ପରିସରରେ ରାଧାକୃଷ୍ଣ ବେଶର ପ୍ରତିଯୋଗିତା ହୋଇଛି । କୁନି କୁନି ପିଲାମାନେ ରାଧା କୃଷ୍ଣଙ୍କ ବେଶରେ ସଜେଇ ହୋଇ ଗୀତ ଓ ଭାଗବତର ଶ୍ଳୋକ ମଧ୍ୟ ଗାନ କରିଛନ୍ତି । ପୁରା ପରିବେଶ ଭକ୍ତିମୟ ହୋଇ ଉଠିଥିବାବେଳେ ପ୍ରଭୁଙ୍କ ଦର୍ଶନ ପାଇ ଖୁସି ହୋଇଛନ୍ତି ଭକ୍ତ । ସେହିପରି ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ମଧ୍ୟ ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା କରାଯାଇଛି । ପବିତ୍ର ଜନ୍ମାଷ୍ଟମୀରେ ଇସ୍କନ ମନ୍ଦିର ଚଳଚଞ୍ଚଳ ହୋଇଥିବା ଦେଖିବାକୁ ମିଳିଛି ।

ଏହା ବି ପଢନ୍ତୁ...ଆଜି ପବିତ୍ର ଜନ୍ମାଷ୍ଟମୀ, ଧରାପୃଷ୍ଠରେ ଜନ୍ମ ନେବେ ଶ୍ରୀହରି

ଏହା ବ୍ୟତୀତ ରାଜ୍ୟର ଅନ୍ୟାନ୍ତ କୃଷ୍ଣ ବା ଜଗନ୍ନାଥ ମନ୍ଦିରରେ ମଧ୍ୟ ଭକ୍ତଙ୍କ ସମାଗମ ହୋଇଛି । ଶ୍ରୀମନ୍ଦିର ସମେତ ରାଜ୍ୟର ବିଭିନ୍ନ ମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି । ପୂଜାପଣ୍ଡା, ପତି ମହାପାତ୍ର ଏବଂ ମୁଦିରସ୍ତ ସେବକ ଜନ୍ମ ଚକଡାରେ ବସି ସଂକଳ୍ପ ପାଠ ପୂର୍ବକ ବରୁଣ ପୂଜା କରିଛନ୍ତି । ସେହିପରି କୃଷ୍ଣ ଜନ୍ମଭୂମି ମଥୁରା ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି । ମଥୁରା ଓ ବୃନ୍ଦାବନରେ ସ୍ବତନ୍ତ୍ର ସାଜସଜ୍ଜା ହୋଇଛି।

ଏହା ବି ପଢନ୍ତୁ...ଜନ୍ମାଷ୍ଟମୀ ପାଇଁ ଚଳଚଞ୍ଚଳ ଶ୍ରୀମନ୍ଦିର: ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଜନସମାଗମ

ଆଜିର ଦିନରେ ଶ୍ରଦ୍ଧାଳୁମାନେ ବ୍ରତ ଓ ଉପବାସ ରଖିଥାନ୍ତି । ଭାବ ଓ ଭକ୍ତିର ସହ କୃଷ୍ଣଙ୍କ ପୂଜାର୍ଚ୍ଚନା କରିବା ସହିତ କୃଷ୍ଣ ପ୍ରେମରେ ନିଜକୁ ହଜେଇ ଦେଇଥାନ୍ତି । ତେବେ ପବିତ୍ର କୃଷ୍ଣ ଜନ୍ମ ତିଥିକୁ ଜନ୍ମାଷ୍ଟମୀ ଭାବେ ପାଳନ ହେଉଥିବାବେଳେ ଆଜି ସମସ୍ତ ସ୍ଥାନ କୃଷ୍ଣମୟ ହୋଇଛି।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 6, 2023, 2:15 PM IST

ABOUT THE AUTHOR

...view details