ଓଡିଶା

odisha

By

Published : Jul 5, 2023, 2:21 PM IST

ETV Bharat / state

ଚର୍ଚ୍ଚାରେ ଜେଲରଙ୍କ ଉତ୍ପାତ ଭିଡିଓ, ନିଲମ୍ବନ ସହ କୋରାପୁଟ ସର୍କଲ ଜେଲ୍‌କୁ ବଦଳି

ଜେଲ ସୁପରିଟେଣ୍ଡଙ୍କୁ ଆକ୍ରମଣ କଲେ ଜେଲର । ନିଲମ୍ବନ ସହ କୋରାପୁଟ ସର୍କଲ ଜେଲକୁ ବଦଳି କଲା ଜେଲ୍ ବିଭାଗ । ଅଧିକ ପଢନ୍ତୁ

ଜେଲ ସୁପରିଟେଣ୍ଡଙ୍କୁ ଆକ୍ରମଣ କଲେ ଜେଲର
ଜେଲ ସୁପରିଟେଣ୍ଡଙ୍କୁ ଆକ୍ରମଣ କଲେ ଜେଲର

ନିଲମ୍ବନ ସହ କୋରାପୁଟ ସର୍କଲ ଜେଲ୍‌କୁ ବଦଳି

ଭୁବନେଶ୍ବର:ଓଡ଼ିଶା ମୁକ୍ତାକାଶ ଜେଲ୍‌ରେ ଜେଲରଙ୍କ ଉତ୍ପାତ । ଜେଲ୍‌ ସୁପରିଟେଣ୍ଡଙ୍କୁ ଆକ୍ରମଣ କଲେ ଜେଲର । ଅଫିସ ଭିତରେ ଭଙ୍ଗାରୁଜା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କଲେ । ଏହି ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଜେଲ ବିଭାଗ କାର୍ଯାନୁଷ୍ଠାନ ଗ୍ରହଣ କରିଛି । ଜେଲର କେଦାରନାଥ ବେହେରାଙ୍କୁ ନିଲମ୍ବନ କରି ତୁରନ୍ତ କୋରାପୁଟ ସର୍କଲ ଜେଲ୍ ହେଡକ୍ବାର୍ଟରକୁ ବଦଳି କରାଯାଇଛି । ଏନେଇ କଏଦୀ ଓ କାରାଗାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ମୁତାବକ, ଗତ କିଛି ଦିନ ତଳେ ଜାମୁଝରୀ ମୁକ୍ତାକାଶ ଜେଲକୁ ବଦଳି ହୋଇ ଆସିଥିଲେ ଜେଲର କେଦାରନାଥ ବେହେରା । କୌଣସି ବିଭାଗୀୟ କାର୍ଯ୍ୟକୁ ନେଇ ଜେଲ୍‌ ସୁପରିଟେଣ୍ଡଣ୍ଟ ଅଶୋକ ବେହେରାଙ୍କ ସହ ତାଙ୍କର ତୁ'ତୁ' ମେ'ମେ' ହୋଇଥିଲା । ସୁପରିଟେଣ୍ଡ ସିନିୟର ହୋଇଥିଲେ ହେଁ ଜେଲର ତାଙ୍କୁ ମାନୁନଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ଦେଖାଦେଇଥିଲା । ଜେଲର କେଦାରନାଥ ବେହେରା ଉତକ୍ଷିପ୍ତ ହୋଇ ସୁପରିଟେଣ୍ଡେଣ୍ଟଙ୍କ ଅଫିସରେ ପଶି ଭଙ୍ଗାରୁଜା କରିଥିଲେ । ବାହାରପଟୁ ଜେଲରଙ୍କ ଦେଖି ଭୟରେ ସୁପରିଟେଣ୍ଡ ଅଫିସ କବାଟ ବନ୍ଦ କରିଦେଇଥିଲେ । ହେଲେ ଜେଲର ଠେଙ୍ଗାରେ ଅଫିସର କାଚ ଭାଙ୍ଗି ଦେଇଥିଲେ ଏବଂ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ସୁପରିଟେଣ୍ଡେଣ୍ଟଙ୍କୁ ଆକ୍ରମଣ କରିଥିଲେ । ଜେଲରଙ୍କ ଏପରି ଉତ୍ପାତ ଭିଡିଓ ସାମ୍ନାକୁ ଆସିଥିଲା ।

ଏହାମଧ୍ୟ ପଢନ୍ତୁ: VIMSARରେ ଦୁଇ ଛାତ୍ରଗୋଷ୍ଠୀ ଗଣ୍ଡଗୋଳ ଘଟଣା, ମାମଲା ରୁଜୁ

ଏହି ଭିଡିଓ ଜେଲ ବିଭାଗ ମୁଖିଆ ମନୋଜ ଛାବରାଙ୍କ ପାଖରେ ପହଞ୍ଚିଥିଲା । ବର୍ତ୍ତମାନ ଜେଲ ଡିଜି ଜେଲରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଓଡ଼ିଶା ସିଭିଲ ସର୍ଭିସ ନିୟମ ଅନୁସାରେ ଅଶୋଭନୀୟ ଆଚରଣ ଓ ସହକର୍ମୀଙ୍କୁ ଦୁର୍ବ୍ୟବହାର କରିବା ନେଇ ତୁରନ୍ତ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ତାଙ୍କୁ ବଦଳି କରାଯାଇ କୋରାପୁଟ ସର୍କଲ ଜେଲକୁ ପଠାଇବା ସହ ସେଠାରେ ହେଡକ୍ବାର୍ଟର ଡ୍ୟୁଟି ପାଇ ନିର୍ଦ୍ଦେଶ ଦିଆଯାଇଛି । ବିନା ଅନୁମତିରେ ହେଡକ୍ବାର୍ଟର ନଛାଡ଼ିବାକୁ ମଧ୍ୟ କୁହାଯାଇଛି । ଏହି ପରିପ୍ରେକ୍ଷୀରେ କଏଦୀ ଓ କାରଗାର ନିର୍ଦ୍ଦେଶାଳୟ ପକ୍ଷରୁ ଏକ ନିର୍ଦ୍ଦେଶାନାମା ଜାରି କରାଯାଇଥିଲା । ତେବେ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି ଜେଲର କେଦାର‌ନାଥ ବେହେରା ।

ଜେଲ ବିଭାଗର‌ ଏହି ଘଟଣା ନୂଆ କଥା ନୁହେଁ । କିଛି ଦିନ‌ ତଳେ ଝାରପଡ଼ା ଜେଲରଙ୍କ କିଛି ବ୍ୟକ୍ତିଗତ ଡକ୍ୟୁମେଣ୍ଟ ଆଉ ଜଣେ ଜେଲର ବ୍ୟବହାର କରି ହ୍ବାଟ୍ସଆପରେ ଷ୍ଟାଟସ୍ ଦେବା ବିଷୟ ଚର୍ଚ୍ଚାରେ ରହିଥିଲା । ସେହିପରି ଝାରପଡ଼ା ଜେଲରେ ଜଣେ ଫାର୍ମାସିଷ୍ଟ କଏଦୀଙ୍କ ଟଙ୍କାରେ ବେଟିଂ କରିବା ପରେ ଟଙ୍କା ନେଇ ଛୁ ମାରିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା । ସେତେବେଳେ ବିଭାଗର ଡିଆଇଜି ରାଙ୍କର ଅଫିସର ବଦଳି ହୋଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details