ଓଡିଶା

odisha

ETV Bharat / state

ଜେଲରେ ନିଯୁକ୍ତି ହେବେ ମେଡ଼ିକାଲ ଅଫିସର, ୪ ଜିଲ୍ଲାକୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ - ସିଡିଏମଓଙ୍କୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

Health facilities for Jail inmates: ସ୍ବାସ୍ଥ୍ୟ ସୁବିଧା ପାଇବେ ଜେଲ ଅନ୍ତେବାସୀ । ଖୁବଶୀଘ୍ର ରାଜ୍ୟରେ ଥିବା ଜେଲରେ ନିଯୁକ୍ତି ହେବେ ମେଡିକାଲ ଅଫିସର । ଅଧିକ ପଢନ୍ତୁ

Jail inmates to get health facilities
Jail inmates to get health facilities

By ETV Bharat Odisha Team

Published : Dec 10, 2023, 7:26 PM IST

ଭୁବନେଶ୍ବର:ରାଜ୍ୟରେ ଥିବା ଜେଲରେ ନିଯୁକ୍ତି ହେବେ ମେଡିକାଲ ଅଫିସର । ଏନେଇ ସ୍ବାସ୍ଥ୍ୟ ବିଭାଗ ଗଜପତି, ନବରଙ୍ଗପୁର, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ସିଡିଏମଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଫଳରେ ଜେଲ ଅନ୍ତେବାସୀ ସ୍ବାସ୍ଥ୍ୟ ସୁବିଧା ପାଇବେ । ତେବେ ଏନେଇ ମଧ୍ୟ ରାଜ୍ୟ ସ୍ତରୀୟ କମିଟି ବୈଠକରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜେଲ ସମ୍ବନ୍ଧୀୟ ଅନେକ ନିଷ୍ପତ୍ତି ନିଆଯାଇଛି । ଏହା ଉପରେ ବିଚାର କରି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି ।

ଏନେଇ ଗତ ନଭେମ୍ବର ୩୦ ତାରିଖରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏହି ବୈଠକ । OMHSCର ନିୟମିତ ପଦବୀ ପୂରଣ ପାଇଁ ସବ-ଜେଲ ବୋନାଇଗଡ, ସବ-ଜେଲ ପାରଳାଖେମୁଣ୍ଡି, ସବ-ଜେଲ ନୂଆପଡ଼ା ଏବଂ ସବ-ଜେଲ ନବରଙ୍ଗପୁରରେ ମେଡିକାଲ ଅଫିସର ପଦବୀ ପୂରଣ କରାଯିବ ନେଇ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ତେବେ ଡେପୁଟେସନ ଆଧାରରେ ଏହି ଜିଲ୍ଲାର ସମ୍ପୃକ୍ତ ଜେଲ ଗୁଡିକରେ ଥିବା ହସ୍ପିଟାଲରେ ଏକ LTRMO ପଦବୀ ପ୍ରସ୍ତୁତ କରିବାକୁ କୁହାଯାଇଛି ।

ଏହା ବି ପଢନ୍ତୁ- କୋରାପୁଟ ଜେଲରେ ଅଭିନବ ପ୍ରୟାସ: ଅନ୍ତେବାସୀଙ୍କୁ ନେଇ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ସୂଚନା ଅନୁସାରେ, ଅନେକ ସମୟରେ ଜେଲରେ ଥିବା ଅନ୍ତେବାସୀଙ୍କ ସ୍ଵାସ୍ଥ୍ୟଗତ କାରଣ ଯୋଗୁଁ ଜେଲ ବାହାରେ ଥିବା ହସ୍ପିଟାଲକୁ ନିଆଯାଉଛି । ଫଳରେ ଜେଲରୁ ହସ୍ପିଟାଲକୁ ଯିବା ବାଟରେ ଅନେକ କଏଦୀ ଖସିଯିବାର ମଧ୍ୟ ନଜିର ରହିଛି । ଅନେକ ସମୟରେ ମଧ୍ୟ ଜେଲ ମଧ୍ୟରେ କଏଦୀମାନେ ଉଚିତ ଚିକିତ୍ସା ଅଭାବରୁ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାର ଲାଗିଥାଏ । ତେବେ ରାଜ୍ୟ ସରକାରଙ୍କର ସ୍ବାସ୍ଥ୍ୟ ବିଭାଗର କିଛି ଡାକ୍ତର ଜେଲରେ ଥିବା ଅନ୍ତେବାସୀ ଓ କଏଦୀଙ୍କୁ ରୁଟିନ ଚିକିତ୍ସା କରାଇଥାନ୍ତି ।

ଏପଟେ ରାଜ୍ୟରେ ବିଭିନ୍ନ ଜେଲରେ ଥିବା ଅବ୍ୟବସ୍ଥା ନେଇ ଜିଲ୍ଲାପାଳ ଓ ଜିଲ୍ଲାଜଜମାନେ ନିୟମିତ ଭାବରେ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଓଡ଼ିଶା ହାଇକୋର୍ଟ । ଜେଲରେ ଅବସ୍ଥା ଓ ଅନ୍ତେବାସୀ ସମେତ କଏଦୀମାନଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ କଣ କଣ ପଦକ୍ଷେପ ନିଆଯାଉଛି ତାହାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏପଟେ ମଧ୍ୟ କିଛି ଦିନ ବ୍ୟବଧାନରେ ସ୍ବାସ୍ଥ୍ୟ ବିଭାଗର ଏକ ଟିମ ମଧ୍ୟ ସ୍ବାସ୍ଥ୍ୟ ସେବା ଯାଞ୍ଚ ପାଇଁ ଏକ ଟିମ ଭିଜିଟ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details