ଭୁବନେଶ୍ୱର:ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ ବସ୍ । ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରୁ ଏହି ସେବା ଆରମ୍ଭ ହେବାକୁ ଯାଉଛି । ୧୮ ତାରିଖରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ । ଏହା ଲକ୍ଷ୍ମୀ ଯୋଜନାର ତୃତୀୟ ଟାଇୟାର ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା। ପୂର୍ବରୁ ଗାଁରୁ ବ୍ଲକ ଓ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ବସ୍ ଯାଉଥିବା ବେଳେ ତୃତୀୟ ପର୍ଯ୍ୟାୟରେ ସବୁ ବସ୍ ଭୁବନେଶ୍ୱର ଦେଇ ପୁରୀ ଚଳାଚଳ କରିବ ।
ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ ବସ୍ । ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାରେ ଏହି ଯୋଜନା ଆରମ୍ଭ ହେବ । ଆସନ୍ତା ୧୮ ତାରିଖରେ ଏହାକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ । ଏହା ଲକ୍ଷ୍ମୀ ଯୋଜନାର ତୃତୀୟ ଟାୟାର ଜଗନ୍ନାଥ ଏକ୍ସପ୍ରେସ ବସ୍ ସେବା। ଏହି ଏସି ଡିଲକ୍ସ ଆରାମଦାୟକ ବସ୍ ଜିଲ୍ଲା ହେଡକ୍ଵାଟରରୁ ପୁରୀ ଆସିବାକୁ ଥିବା ବେଳେ ଲୋକମାନଙ୍କ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ଆରାମରେ ଫେରିପାରିବେ ।
ସବୁ ବସ୍ ଭୁବନେଶ୍ୱର ଦେଇ ଚଳାଚଳ କରିବ । ହେଡକ୍ଵାଟରରୁ ଆସି ଜଗନ୍ନାଥ ଦର୍ଶନର ସୁଯୋଗ ମିଳିବ। ଲକ୍ଷ୍ମୀ ଯୋଜନାର ପ୍ରଥମ ପର୍ଯ୍ଯାୟରେ ଗାଁରୁ ବ୍ଲକ ପର୍ଯ୍ୟନ୍ତ ଥିବା ବେଳେ ଦ୍ଵିତୀୟ ପର୍ଯ୍ୟୟରେ ବ୍ଲକରୁ ଜିଲ୍ଲା ହେଡକ୍ଵାଟର ପର୍ଯ୍ୟନ୍ତ ରହିଛି । ତୃତୀୟ ପର୍ଯ୍ୟାୟରେ ଜଗନ୍ନାଥ ଏକ୍ସପ୍ରେସ ବସ୍ ଜିଲ୍ଲା ହେଡକ୍ଵାଟରରୁ ପୁରୀ ଯିବ ।