ଓଡିଶା

odisha

ETV Bharat / state

DN ଗ୍ରୁପ ମ୍ୟାନେଜରଙ୍କ କ୍ବାର୍ଟରରେ ରାତି ତମାମ IT ଚଢାଉ, 3 ଟ୍ରଙ୍କ ଭର୍ତ୍ତି ଟଙ୍କା ଜବତ

DN ଗ୍ରୁପ ମ୍ୟାନେଜର ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ଜବତ ହୋଇଛି ଡିଏନ ଗ୍ରୁପ ସହ କାରବାର ହୋଇଥିବା ପୁଳା ପୁଳା ଟଙ୍କା । ରାତି ତମାମ ରେଡ ପରେ ଟଙ୍କା ଜବତ କରିଛି ଆୟକର ଟିମ । ଅଧିକ ପଢନ୍ତୁ

IT Raid on DN group
full of box cash recovered from house

By

Published : Jul 6, 2023, 2:00 PM IST

ରାତି ତମାମ ଚାଲିଲା IT ରେଡ୍

ଭୁବନେଶ୍ବର: ରାତି ତମାମ ଚାଲିଲା IT ରେଡ । ସକାଳୁ ଟ୍ରଙ୍କ ଭର୍ତ୍ତି ଟଙ୍କା ଜବତ ହୋଇଛି । ମିଳିଲା ବିଡା ବିଡା ଟଙ୍କା । ପୁଳାପୁଳା ସେଲ୍ ଡିଡ୍ । ରସିଦ କପି ସହ କିଛି ମନି ଭାଉଚର । ମ୍ୟାନେଜର ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ଜବତ ହୋଇଛି ଡିଏନ ଗ୍ରୁପ ସହ କାରବାର ହୋଇଥିବା ପୁଳା ପୁଳା ଟଙ୍କା । ଚର୍ଚ୍ଚାରେ ଥିଲା ଏମଏଲ କଲୋନୀ ପଛ ପଟେ ଥିବା ପୋଷ୍ଟାଲ କଲୋନୀ । ସରକାରୀ କ୍ବାର୍ଟରରୁ ୩୦କୋଟି ଜବତ ପରେ ରାତି ତମାମ ଚାଲିଥିଲା ରେଡ୍ ।

ଚର୍ଚ୍ଚାକୁ ଆସିଥିଲା ପୋଷ୍ଟାଲ କଲୋନୀର ୧୨୨ନମ୍ବର କ୍ବାର୍ଟର । ଯେଉଁଠି ରହୁଥିଲେ ଡିଏନ ଗ୍ରୁପର ମ୍ୟାନେଜର ଚନ୍ଦ୍ରଶେଖର ପଣ୍ଡା । ଯାହାଙ୍କୁ ଟ୍ରାକ କରି ୧୦୪ରେ ଥିବା ପାଖ କ୍ବାର୍ଟରରୁ ମଧ୍ୟ ଜବତ ହୋଇଥିଲା ଟ୍ରଙ୍କରେ ଭର୍ତ୍ତି କୋଟି କୋଟି ଟଙ୍କା ବିଡା । ସେଲ୍‌ ଡିଡ୍‌ ମଧ୍ୟ ଜବତ କରିଥିଲେ ଇନକମ ଟ୍ୟାକ୍ସ ଅଧିକାରୀ । ଯାହାକୁ ନେଇ ରାତି ତମାମ ଏନେଇ ଛାନଭିନ କରିଥିଲେ । ଗୋଟିଗୋଟି କରି ଚନ୍ଦ୍ରଶେଖରଙ୍କଠାରୁ ତଥ୍ୟ ଆଦାୟ କରିଥିଲେ। ଏଥିପାଇଁ ରାତି ତମାମ ପୋଷ୍ଟାଲ କଲୋନୀରେ ଚାଲିଥିଲା ଆୟକର ବିଭାଗର ଚଢାଉ । ଟଙ୍କାର ଗୋଟି ଗୋଟି ହିସାବ ସହ ହାଜର ଲିଷ୍ଟରେ ଚନ୍ଦ୍ରଶେଖରଙ୍କ ଦସ୍ତଖତ ନେଇ ହାଜର ହୋଇଥିବା ସମ୍ପତ୍ତିକୁ ହାଜର ଲିଷ୍ଟରେ ଦର୍ଶାଇ ଶେଷରେ 6 ଜୁଲାଇ ସକାଳୁ 3 ଟ୍ରଙ୍କ ଗୋଟିଏ ଆଟାଚ୍ ଜବତ କରି ଆୟକର ଅଧିକାରୀ ଘରୁ ନେଇ ଇନକମ ଟ୍ୟାକ୍ସ ଅଫିସ ଅଭିମୁଖେ ଯାଇଛନ୍ତି ।

ଏହା ବି ପଢନ୍ତୁ...ଡିଏନ ଗ୍ରୁପ ଉପରେ ଆୟକର ରେଡ୍: ଭଡ଼ାଘରୁ ନଗଦ ୩୦ କୋଟି ଜବତ, ମ୍ୟାନେଜରଙ୍କୁ ଉଠେଇନେଲେ

ତିନୋଟି ଗାଡ଼ିରେ କେସର ଇନଭେଷ୍ଟିଗେସନ ଅଫିସର ସବୁ ଜବତ ଜିନିଷ ନେଇ ଆୟକର ଅଫିସ ଯାଇଛନ୍ତି । ଏଥି ସହିତ ଅନ୍ୟ ସ୍ଥାନରୁ ମଧ୍ୟ ଜବତ ହୋଇଥିବା ଜିନିଷ ଆସିବା ପରେ ଶେଷରେ ଏହାକୁ ହିସାବ କରାଯିବ । ପରେ‌ଏହାର‌ ମୂଲ୍ୟ ଆକଳନ କରାଯାଇପାରିବ। ତେବେ ଡିଏନ ଗ୍ରୁପର ଏଭଳି ବଡ଼ ଧରଣର ରେଡ ପରେ ଏବେ ୨୩ ସ୍ଥାନରୁ କଣ ଜବତ ହୋଇଛି । ସେ ସବୁର ଆକଳନ କରିବା ଏବେ ଗୁରୁତ୍ବପୂର୍ଣ୍ଣ ହୋଇଛି । କାରଣ ଯେଉଁଭଳି ଭାବେ ଡିଏନ ଗ୍ରୁପ ୨୦୦୩ମସିହାରୁ ୨୦୨୩ମସିହା ଭିତରେ ପାଖାପାଖି ୮୦୦କୋଟିର‌ ମାଲିକାନା ସହ ଅନେକ ପ୍ରୋଜେକ୍ଟ ହାତକୁ ନେଇଛି ଏନେଇ ଆୟକର ଟିମ୍ ସ୍କାନରରେ ଥିଲା ଏହି ଗ୍ରୁପ ।

ଏହା ବି ପଢନ୍ତୁ...ଡିଏନ୍‌ ଗ୍ରୁପ୍‌ ମାଲିକଙ୍କ ଘରେ IT ରେଡ୍, ଏକକାଳୀନ ୨୭ଟି ସ୍ଥାନରେ ଚାଲିଛି ଚଢ଼ାଉ

ଏହାର‌ ମାଲିକ ଜଗଦୀଶ ନାୟକ ଓ ଚନ୍ଦ୍ରଶେଖର ପଣ୍ଡାଙ୍କ କାରବାର କଣ ଥିଲା । ସେନେଇ ଆୟକର ଅଧିକାରୀ ତଦନ୍ତ ଜାରି ରଖିଛନ୍ତି । ତେବେ ଦୀର୍ଘ ଦିନ‌ ଧରି ଆୟକର ଖିଲାପ ବା ଆୟକର ଭରିବା ଓ ବ୍ୟବସାୟ ନେଇ ସ୍କାନରରେ ଥିଲା ଏହି ଗ୍ରୁପ । କାରଣ ଏହି ଗ୍ରୁପର ଅନେକ ବଡ଼ବଡ଼ ପ୍ରୋଜେକ୍ଟ ରହିଛି । ଡିଏନ୍‌ ଅକ୍ସିପାର୍କ ,ଡିଏନ୍‌ ଉଇସଡମ୍‌ ସ୍କୁଲ, ଡିଏନ ରେଗାଲିଆ ମଲ, ଭିଭନ୍ତ ରେଗାଲିଆ, ଡିଏନ ଫାରିଟେଲ ଭଳି ଅନେକ ପ୍ରୋଜେକ୍ଟ ରହିଛି । ସେହିପରି ପଟିଆରେ କିଛି ସିଫୁଡ୍‌ ବିଜନେସ ମଧ୍ୟ ରହିଛି । ସେହିଭଳି ଅନେକ କାରବାର ରହିଥିବା ବେଳେ ବାର୍ଷିକ କେତେ ଆୟକର ଭରୁଥିଲେ। କେତେ ବାର୍ଷିକ ଇନକମ ଥିଲା ସେସବୁକୁ ନେଇ ତର୍ଜମା ଚାଲିଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details